ଧରମକୋଟ ଶୈଳ ନିବାସ
ଦେଖଣା
Dharamkot | |
---|---|
Country | India |
State | Himachal Pradesh |
District | Kangra |
Elevation | 2,100 m (6,900 ft) |
Languages | |
Time zone | UTC+5:30 (IST) |
ଧରମକୋଟ , ଏକ ସାନ ଶୈଳ ନିବାସ ସ୍ଥଳ । ଏହା ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାରେ ଅବସ୍ଥିତ ।
ମାକ - ଲିୟଦଗଞ୍ଜର ଉପରେ ଥିବା ପାହାଡ ଉପରେ ଧରମକୋଟ ଏକ ଆକର୍ଷଣୀୟ ସ୍ଥାନ । ଏଠାରୁ କାଙ୍ଗର ଉପତ୍ୟକା ଓ ଧଉଳିଧାର ପର୍ବତମାଳାର ଦୃଶ୍ୟ ଦେଖା ଯାଇଥାଏ । ଏଠାରେ କିଛି ବୈଦେଶିକ ଲୋକ ମଧ୍ୟ ସ୍ଥାୟୀ ଭାବରେ ରହନ୍ତି । ଏଠାରେ କିଛି ଭୋଜନାଳୟ ମଧ୍ୟ ରହିଛି ।
ଏଠାରେ ବିପାସନା ଧ୍ୟାନ କେନ୍ଦ୍ର , ତୁଷିତା ଧ୍ୟାନ କେନ୍ଦ୍ର ଆଦି ଥାଇ ବୌଦ୍ଧ ଉପାସନା ମଧ୍ୟ ହୁଏ ।
ତ୍ରିଉଣ୍ଡ
[ସମ୍ପାଦନା]ଧରମକୋତ ନିକଟରେ ତ୍ରିଉଣ୍ଡ ଏକ ଟ୍ରେକିଙ୍ଗ ସ୍ଥଳ । ୧୧ କିଲୋମିଟର ବ୍ୟାପୀ ଟ୍ରେକିଙ୍ଗ ପାଇଁ ରାସ୍ତା ଏଠାରେ ରହିଛି । ତମ୍ବୁ ଭଡାରେ ନେଇ ପର୍ଯ୍ୟଟକମାନେ ଏଠାରେ ସ୍ଥାନର ସୌନ୍ଦର୍ଜ୍ୟ ଉପଭୋଗ କରନ୍ତି ।
ସ୍ନୋ ଲାଇନ
[ସମ୍ପାଦନା]ତ୍ରିଉଣ୍ଡରୁ ଆଗକୁ ଗଲେ ସ୍ନୌଲୟନ ନାମକ ଅନ୍ୟ ଏକ ରମଣୀୟ ଟ୍ରେକିଙ୍ଗ ସ୍ଥାନ ପଡେ । ସେଠାରେ ମଧ୍ୟ ଏକ କେଫ ରହିଛି ଓ ତମ୍ବୁ ଆଦି ମିଳିଥାଏ ।