ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ
ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ | |
---|---|
ସ୍ଥାପିତ | ୧୯୬୨ |
ପ୍ରକାର | ସରକାରୀ[୧] |
Academic affiliation | ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ[୨] |
ଅବସ୍ଥାନ | କେନ୍ଦୁଝର, ଓଡ଼ିଶା, ଭାରତ |
ୱେବସାଇଟ | ଧରଣୀଧର କଲେଜର ମୁଖ୍ୟ ୱେବସାଇଟ |
ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ କେନ୍ଦୁଝରଠାରେ ଅବସ୍ଥିତ ଏକ ସରକାରୀ ମହାବିଦ୍ୟାଳୟ ।[୩]
ଇତିହାସ
[ସମ୍ପାଦନା]ଧରଣୀଧର କଲେଜ, ୧୯୫୭ ମସିହାରେ ପ୍ରତିଷ୍ଠା କରା ଯାଇଥିଲା । ମହମ୍ମଦ ସିରାଜୁଦ୍ଦିନଙ୍କଦ୍ୱାରା ପ୍ରଦତ୍ତ ଧରଣୀଧର କଲେଜର ମୁଖ୍ୟ ସୌଧ ଦଶହଜାର ବର୍ଗଫୁଟ ବ୍ୟାପ୍ତ ।[୪] ପ୍ରଥମେ ଏଠାରେ କେବଳ +୨ ସ୍ଥରରେ ଶିକ୍ଷାଦାନ କରାଯାଉଥିଲା । ୧୯୬୨ ମସିହାରେ ଓଡ଼ିଶା ସରକାର କଲେଜଟିକୁ ଅଧିଗ୍ରହଣ କରିଥିଲେ । ୧୯୬୭ ମସିହାରେ କଲେଜକୁ କେନ୍ଦୁଝର କଲେଜ ନାମରେ ନାମକରଣ କରାଯାଇଥିଲା ଓ ସେହି ବର୍ଷ ଏଠାରେ କଳା ବିଷୟ ପଢ଼ା ଆରମ୍ଭ ହୋଇଥିଲା । ୧୯୮୩-୮୪ ମସିହାରେ ଧରଣୀଧର ଭୂୟାଁଙ୍କ ନାମରେ କଲେଜର ନାମକୁ ଧରଣୀଧର କଲେଜରେ ପରିବର୍ତ୍ତନ କରା ଯାଇଥିଲା ।
୧୯୯୯ ମସିହାରେ କଲେଜଟି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହୋଇଥିଲା । ୨୪ ସେପ୍ଟେମ୍ବର ୨୦୦୪ ମସିହାରେ କଲେଜକୁ ସ୍ୱୟଂଶାସିତ କରାଯାଇଥିଲା । ୨୦୦୬ ମସିହାରେ ଏହା ନାକ୍ ବି+ ଗ୍ରେଡ଼ ଲାଭ କରିଥିଲା ।ବର୍ତ୍ତମାନ ଏହି କଲେଜରେ ୨୩୦୦ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି ।
ଶିକ୍ଷା ବ୍ୟବସ୍ଥା
[ସମ୍ପାଦନା]ଧରଣୀଧର କଲେଜରେ +୨, ସ୍ନାତ୍ତକ ଓ ସ୍ନାତକୋତ୍ତର ସ୍ଥରରେ ଶିକ୍ଷାଦାନ କରାଯାଏ ।
ଆଧାର
[ସମ୍ପାଦନା]- ↑ http://www.newindianexpress.com/states/odisha/2016/sep/30/keonjhar-bandh-hits-normal-life-190.html
- ↑ http://www.nou.nic.in/affiliated_colleges.htm
- ↑ http://timesofindia.indiatimes.com/city/bhubaneswar/BJB-tops-list-after-2nd-cut-off-in-Plus-III/articleshow/48243861.cms
- ↑ kendujhar.nic.in/rtia/RTI-DHARANIDHAR%20AUTONOMOUS%20COLLEGE.doc