ଦୁର୍ଯ୍ୟୋଧନ ମାଝି
ଦୁର୍ଯ୍ୟୋଧନ ମାଝି | |
---|---|
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ହିତେଶ କୁମାର ବଗର୍ତ୍ତି |
ପର ଅଧିକାରୀ | ଅଧିରାଜ ମୋହନ ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ଖଡ଼ିଆଳ |
ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୨୦୦୯ | |
ପୂର୍ବ ଅଧିକାରୀ | ଅନୁପ ସିଂହ ଦେଓ |
ପର ଅଧିକାରୀ | ହିତେଶ କୁମାର ବଗର୍ତ୍ତି |
ନିର୍ବାଚନ ମଣ୍ଡଳୀ | ଖଡ଼ିଆଳ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୪ ଅପ୍ରେଲ ୧୯୩୮ |
ମୃତ୍ୟୁ | ୧୧ ଜାନୁଆରୀ ୨୦୨୨ | (ବୟସ ୮୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ, ବିଜୁ ଜନତା ଦଳ |
ଜୀବନ ସାଥୀ | ଗଣେଶ ଦେବୀ |
ବାପା/ବୋଉ | ଦେବ ସିଂହ ମାଝି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଦୁର୍ଯ୍ୟୋଧନ ମାଝି (୧୪ ଅପ୍ରେଲ ୧୯୩୮– ୧୨ ଜାନୁଆରୀ ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ପାଞ୍ଚ ଥର ଓଡ଼ିଶା ବିଧାନ ସଭାକୁ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୧୯୯୦, ୧୯୯୫, ୨୦୦୦, ୨୦୦୪ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ, ୧୩ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜୀବନୀ
[ସମ୍ପାଦନା]ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଦୁର୍ଯ୍ୟୋଧନ ମାଝି ୧୯୩୮ ମସିହାର ଅପ୍ରେଲ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦେବ ସିଂହ ମାଝି ଓ ପତ୍ନୀଙ୍କ ନାମ ଗଣେଶ ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଦୁର୍ଯ୍ୟୋଧନ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି, ପୂର୍ବରୁ ସେ ଜନତା ଦଳ ଓ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ଖଡ଼ିଆଳ | ଜନତା ଦଳ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଖଡ଼ିଆଳ | ଜନତା ଦଳ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ଖଡ଼ିଆଳ | ବିଜୁ ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ଖଡ଼ିଆଳ | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ଖଡ଼ିଆଳ | ଭାରତୀୟ ଜନତା ପାର୍ଟି |
ମୃତ୍ୟୁ
[ସମ୍ପାଦନା]ଦୁର୍ଯ୍ୟୋଧନ ୨୦୨୨ ମସିହାର ଜାନୁଆରୀ ୧୧ ତାରିଖରେ (ସୋମବାର ବିଳମ୍ବିତ ରାତି ପ୍ରାୟ ୩ଟା) ଭୁବନେଶ୍ୱରସ୍ଥ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Duryodhan Majhi". odishaassembly.nic.in. Odisha Assembly. Retrieved 19 June 2021.
- ↑ "ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝିଙ୍କ ପରଲୋକ". ଧରିତ୍ରୀ. p. ୧୦. Retrieved 12 January 2022.