ଦୁର୍ଗାବାଇ କାମତ

ଉଇକିପିଡ଼ିଆ‌ରୁ
ଦୁର୍ଗାବାଇ କାମତ
ଜନ୍ମ୧୮୭୯
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ପ୍ରସିଦ୍ଧିପ୍ରଥମ ଭାରତୀୟ ଅଭିନେତ୍ରୀ
ସନ୍ତାନକମଳାବାଇ ଗୋଖଲେ (ଝିଅ)
ସମ୍ପର୍କୀୟ

ଦୁର୍ଗାବାଇ କାମତ (ଜନ୍ମ: ୧୮୭୯) ଜଣେ ଭାରତୀୟ ମରାଠୀ ଅଭିନେତ୍ରୀ ଥିଲେ, ଯିଏକି ଭାରତୀୟ ଚଳଚ୍ଚିତ୍ର ଜଗତର ପ୍ରଥମ ଅଭିନେତ୍ରୀ ଥିଲେ ।[୧][୨]

ପ୍ରାରମ୍ଭିକ ଏବଂ ବ୍ୟକ୍ତିଗତ ଜୀବନ[ସମ୍ପାଦନା]

କାମତ ୧୮୭୯ ମସିହାରେ ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ନାତି ଚକ୍ରକାନ୍ତ ଗୋଖଲେ ଜଣେ ଜଣାଶୁଣା ମରାଠୀ ଅଭିନେତା ଥିଲେ ।[୪] ତାଙ୍କ ଅଣ-ନାତି ବିକ୍ରମ ଗୋଖଲେମୋହନ ଗୋଖଲେ ମଧ୍ୟ ଅଭିନୟ ଜଗତରେ ସକ୍ରିୟ ଅଛନ୍ତି ।[୧]

ଅଭିନୟ ଜୀବନ[ସମ୍ପାଦନା]

୧୯୦୦ ଦଶକର ପ୍ରାରମ୍ଭରେ, ଚଳଚ୍ଚିତ୍ର କିମ୍ବା ଥିଏଟରରେ ଅଭିନୟ କରିବା ମହିଳାମାନଙ୍କ ପାଇଁ ବାରଣ ଥିଲା, ତେଣୁ ଭାରତୀୟ ଚଳଚ୍ଚିତ୍ରର ଜନକ ଦାଦାସାହେବ ଫାଲକେଙ୍କୁ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ରାଜ ହରିଶ୍ଚନ୍ଦ୍ର ପାଇଁ ନାରୀ ଭୂମିକାରେ ପୁରୁଷ ଅଭିନେତାମାନଙ୍କୁ ବ୍ୟବହାର କରିବାକୁ ପଡ଼ିଥିଲା । ତେବେ ଏହାର ସଫଳତା ପରେ ମହିଳା ଅଭିନେତ୍ରୀମାନେ ଉତ୍ସାହିତ ହୋଇଥିଲେ । ଏହାପରେ ୧୯୧୩ ମସିହାରେ ଦାଦାସାହେବଙ୍କର ୨ୟ ଚଳଚ୍ଚିତ୍ର ମୋହିନୀ ଭାସ୍ମାସୁରରେ ସେ ପ୍ରଥମ ମହିଳା ଅଭିନେତ୍ରୀ ଦୁର୍ଗାବାଇ କାମତଙ୍କୁ ନେଇଥିଲେ ।[୫] କାମତଙ୍କ ସହିତ ତାଙ୍କ ଝିଅ କମଳାବାଇ ଗୋଖଲେ ଶିଶୁ କଳାକାର ଭାବରେ ଚଳଚ୍ଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ଅନ୍ୟ ଅଭିନେତ୍ରୀମାନେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ।[୬]

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୧୩ ମୋହିନୀ ଭସ୍ମାସୁର ପାର୍ବତୀ

ମୃତ୍ୟୁ[ସମ୍ପାଦନା]

୧୯୯୭ ମସିହାର ମଇ ୧୭ ତାରିଖରେ ଦୁର୍ଗାବାଇ କାମତ ମହାରାଷ୍ଟ୍ରପୁଣେରେ ୧୧୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Vikram Gokhale has an illustrious family lineage". The Times of India. 23 January 2013. Archived from the original on 29 June 2013. Retrieved 9 May 2013.
  2. "Who was the first-ever Bollywood heroine — and more". cnbctv18.com (in ଇଂରାଜୀ). 2023-03-07. Retrieved 2023-10-18.
  3. "Durgabai Kamat: The First Female Actor In Indian Cinema". Idiva Dot Com (in ଇଂରାଜୀ). 2018-03-07. Retrieved 2022-05-18.
  4. Veteran actor Gokhale dead, The Times of India, 21 June 2008.
  5. Arora, Akansha (2023-10-13). "First Female Actress in India, Know her Name". adda247 (in Indian English). Retrieved 2023-10-18.
  6. Riya Chakravarty (3 May 2013). "Indian cinema@100: First women on screen: Durgabai Kamat and her daughter Kamlabai Ghokhle". NDTV. Archived from the original on 4 May 2013. Retrieved 9 May 2013.
  7. "From Housewife To First Actress In Indian Cinema, Durgabai Kamat's Inspiring Journey". News18 (in ଇଂରାଜୀ). 2023-03-09. Retrieved 2023-10-18.

ବାହାର ଆଧାର[ସମ୍ପାଦନା]