Jump to content

ସୋନାଲୀ ବେନ୍ଦ୍ରେ

ଉଇକିପିଡ଼ିଆ‌ରୁ
ସୋନାଲୀ ବେନ୍ଦ୍ରେ ବେହେଲ
୨୦୧୨ରେ ସୋନାଲୀ
ଜନ୍ମ
ସୋନାଲୀ ବିନ୍ଦ୍ରେ

(1975-01-01) ୧ ଜାନୁଆରୀ ୧୯୭୫ (ବୟସ ୫୧)
ପେଷାsକଥାଚିତ୍ର ଅଭିନେତ୍ରୀ, ମଡେଲ
କାର୍ଯ୍ୟକାଳ୧୯୯୪–୨୦୦୪, ୨୦୦୯- ଏବେଯାଏଁ
ଜୀବନସାଥୀଗୋଲ୍ଡି ବେହେଲ (୨୦୦୨-ଏବେଯାଏଁ)

‌ସୋନାଲୀ ବେନ୍ଦ୍ରେ‌ (ଜନ୍ମ: ୧ ଜାନୁଆରୀ ୧୯୭୫[୧]) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସୋନାଲୀ ହିନ୍ଦୀ କଥାଚିତ୍ର ବ୍ୟତୀତ ତେଲୁଗୁ, ତାମିଲ, ମରାଠୀ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

୧୯୯୪ରେ ଆଗ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିବା ସୋନାଲୀ ୨୦୦୧ରେ ହିନ୍ଦୀ କଥାଚିତ୍ର ଜଗତରୁ ବିଦାୟ ନେଇଥିଲେ । ପୁଣିଥରେ ସେ ୨୦୦୯ରେ ଦୂରଦର୍ଶନ କାର୍ଯ୍ୟକ୍ରମକୁ ଫେରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

[ସମ୍ପାଦନା]

ସୋନାଲୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଦୁବାଇ ଏଂ ମୁମ୍ବାଇରେ ପାଠ ପଢ଼ିଥିଲେ । ସୋନାଲୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲେଶ୍ୱରମ୍ ଏବଂ ହୋଲି କ୍ରସ୍ କନଭେଣ୍ଟ ହାଇ ସ୍କୁଲ, ଥାନେରେ ପାଠ ପଢ଼ୁଥିଲେ । ଏହାପରେ ସେ ୱେଲହ‌ମ୍ ବାଳିକା ବିଦ୍ୟାଳୟ, ଡେରାଡୁନରେ ପଢ଼ିଥିଲେ । ୧୨ ନଭେମ୍ବର ୨୦୦୨ରେ ସୋନାଲୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ‌ଗୋଲ୍ଡି ବେହେଲ‌ଙ୍କୁ ବିବାହ କରିଥିଲେ । ୧୧ ଅଗଷ୍ଟ ୨୦୦୫ରେ ସୋନାଲୀଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିଲା ଯାହାର ନାମ ରଣବୀର ରଖାଯାଇଛି ।[୩] ୯ ନଭେମ୍ବର ୨୦୦୭ରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମଗ୍ରହଣ କରିଥିଲା ।

ଅଭିନୟ ଜୀବନ

[ସମ୍ପାଦନା]

ଚଳଚ୍ଚିତ୍ର

[ସମ୍ପାଦନା]

‌ଷ୍ଟାର ଡଷ୍ଟ ଟ୍ୟାଲେଣ୍ଟ ସର୍ଚ୍ଚ‌ରେ ବଛାଯିବା ପୂର୍ବରୁ ସୋନାଲୀ ଜଣେ ମଡେଲ ଭାବରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ମୁମ୍ବାଇକୁ ନିମନ୍ତ୍ରିତ ହୋଇଥିଲେ ଏବଂ ବିଭିନ୍ନ ଉଚ୍ଚଶ୍ରେଣୀର କଳାକାରଙ୍କଠାରୁ ପ୍ରଶିକ୍ଷଣ ନେବାପରେ ଭାରତୀୟ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୪ରେ ସୋନାଲୀ ଅଭିନେତା ଗୋବିନ୍ଦାଙ୍କ ‌ଆଗ୍‌ ଚଳଚ୍ଚିତ୍ରରେ ପ୍ରଥମ ଚଳଚ୍ଚିତ୍ର ଅଭିନୟ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରଟି ସଫଳ ହୋଇନଥିଲେ ମଧ୍ୟ ଏହାର ଗୀତଗୁଡ଼ିକ ଆକର୍ଷଣୀୟ ହୋଇପାରିଥିଲା । ସୋନାଲୀ ଏହି ଚଳଚ୍ଚିତ୍ର ପାଇଁ ‌ଫିଲ୍ମ‌ଫେୟାରର ଲକ୍ସ ନିଉ ଫେସ୍ ଅଫ ଦ ଇଅର‌ ଏବଂ ‌ଷ୍ଟାର ସ୍କ୍ରିନ୍ ଆୱାର୍ଡ଼ ମୋଷ୍ଟ ପ୍ରିମିସିଙ୍ଗ ନିଉକମର୍‌ ପୁରସ୍କାର ପାଇଥିଲେ । ସୋନାଲୀଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ଦିଲ୍‌ଜାଲେ, ଭାଇ, ସର୍‌ଫରୋସ୍, ଜଖମ୍, ଡୁପ୍ଲିକେଟ୍, କଧାଲର୍ ଧିନମ୍, ହମ୍ ସାଥ୍ ସାଥ ହୈ, ତେରା ମେରା ସାଥ୍ ରହେନା, ଅନାହାଟ୍ ଇତ୍ୟାଦି । ସୋନାଲୀ ଚାରି ଖାନ୍ (ଶାହାରୁଖ, ସଲମାନ, ଅମିର ଏବଂ ସୈଫ୍)ଙ୍କ ଅଭିନୟ କରିବା ସ‌ହ ଅଭିନେତା ଅକ୍ଷୟ କୁମାର, ସୁନୀଲ ଶେଟ୍ଟି ଏବଂ ଅଜୟ ଦେବଗନଙ୍କ ଭଳି ବଡ଼ ବଡ଼ କଳାକରମାନଙ୍କ ସ‌ହ ଅଭିନୟ କରିଛନ୍ତି । ସୋନଲୀ ତେଲୁଗୁ ଚଳଚ୍ଚିତ୍ରରେ ଅଭିନେତା ଚିରଞ୍ଜିବୀଙ୍କ ସ‌ହ ମଧ୍ୟ ଅଭିନୟ କରିଛନ୍ତି ।[୪][୫][୬]

ସୋନାଲୀ ତାଙ୍କ ଅଭିନୟ ସ‌ହ ଭଲ ନୃତ୍ୟ ପାଇଁ ମଧ୍ୟ ଗଦ୍ଦର, ସାପୁତ୍, ବମ୍ବେ, ଲାଜ୍ଜା ଏବଂ ମେଜର ସାବ୍ ଭଳି କିଛି ଚଳଚ୍ଚିତ୍ରରେ କାମ ପାଇଥିଲେ । ୨୦୦୩ରେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‌କଲ୍ ହୋ ନା ହୋ‌ରେ ସୋନାଲୀ ଏକ କ୍ଷୁଦ୍ରଭୂମିକାରେ ମଧ୍ୟ ଅଭିନୟ କରିଥିଲେ । [୭] ସୋନାଲୀ ମଞ୍ଚ ଅଭିନୟ ‌ଆପ୍ କି ସୋନିଆ‌ରେ ମଧ୍ୟ ଅଭିନୟ କରିଥିଲେ ।[୮] ୧ ନଭେମ୍ବର ୧୯୯୬ରେ ମାଇକେଲ ଜାକ୍‌ସନ୍ ଭାରତ ଆସିଥିବାବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ସୋନାଲୀ ପାରମ୍ପାରିକ ମହାରାଷ୍ଟ୍ରିଆନ୍ ଶଢ଼ୀରେ ଯାଇଥିଲେ ଏବଂ ଜାକ୍‌ସନ୍‌ଙ୍କ ପାଇଁ ଆରତୀ କରିଥିଲେ ।[୯]

ଦୂରଦର୍ଶନ

[ସମ୍ପାଦନା]
ସୋନାଲୀ

ସୋନାଲୀ ଏକ ଦୂରଦର୍ଶନରେ ଏକ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ‌କ୍ୟା ମସ୍ତି କ୍ୟା ଦମ୍....!‌‌ର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ଏବଂ ସୋନି ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ ‌ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ‌ରେ ବିଚାରିକା ରୂପେ କାର୍ଯ୍ୟ କରିଥିଲେ । ୨୦୦୫ ମସିହାରେ ୫୦ମ ଫିଲ୍ମ‌‌ଫେୟାର ସଭାରେ ଅଭିନେତା ସୈଫ୍ ଅଲ୍ଲି ଖାନ୍‌ଙ୍କ ସ‌ହ ସୋନାଲୀ ଉପସ୍ଥାପନା କରିଥିଲେ । ବିଚାରିକା ଭାବରେ ସେ ‌ମିଷ୍ଟର ଆଣ୍ଡ ମିସେସ୍ ଟେଲିଭିଜନ୍‌, ‌ଇଣ୍ଡିଆନ୍ ଆଇଡୋଲ୍-୪‌, ‌ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ‌, ‌ହିନ୍ଦୁସ୍ତାନ କେ ହୁନର୍‌ବାଜ୍‌[୧୦][୧୧], ‌ଇଣ୍ଡିଆଜ୍ ବେଷ୍ଟ ଡ୍ରାମେବାଜ୍‌ ଆଦି କାର୍ଯ୍ୟକ୍ରମରେ କାମ କରିଥିଲେ ।

ମାର୍ଚ୍ଚ-ଏପ୍ରିଲ ୨୦୧୪ରେ କଲର୍ସ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ‌ମିସନ୍ ସପ୍ନେ‌ର ଉପସ୍ଥାପିକା ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।[୧୨] ଲାଇଫ୍ ଓକେ ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ ‌ଅଜିବ୍ ଦସ୍ତାନ୍ ହେ ୟେ‌ କାର୍ଯ୍ୟକ୍ରମରେ ସୋନାଲୀ ମଧ୍ୟ ଅଭିନୟ କରିଥିଲେ [୧୩]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ୧୯୯୪: ଆଗ୍
  • ୧୯୯୪: ନାରାଜ୍
  • ୧୯୯୫: ଦ ଡନ୍
  • ୧୯୯୫: ଗଦ୍ଦାର
  • ୧୯୯୫: ଟକ୍କର
  • ୧୯୯୫: ବମ୍ବେ (ତାମିଲ‌‌)
  • ୧୯୯୬: ରକ୍ଷକ
  • ୧୯୯୬: ଇଂଲିଶ ବାବୁ ଦେଶି ମ୍ୟାନ୍
  • ୧୯୯୬: ଦିଲ୍‌ଜାଲେ
  • ୧୯୯୬: ଅପ୍‌ନେ ଦମ୍ ପର୍
  • ୧୯୯୬: ସାପୁତ୍
  • ୧୯୯୭: ଭାଇ
  • ୧୯୯୭: ତରାଜୁ
  • ୧୯୯୭: କୋହର୍
  • ୧୯୯୮: କିମତ୍
  • ୧୯୯୮: ଡୁପ୍ଲିକେଟ୍
  • ୧୯୯୮: ହ‌ମ୍‌ସେ ବଡ଼୍‌କର୍ କୌନ୍
  • ୧୯୯୮: ମେଜର ସାବ୍
  • ୧୯୯୮: ଅଙ୍ଗାରେ
  • ୧୯୯୮: ଜଖମ୍
  • ୧୯୯୯: କଧାଲାର୍ ଧିନମ୍ (ତାମିଲ)
  • ୧୯୯୯: କନ୍ନୋଡ଼ୁ କମ୍ବାତେଲମ୍ (ତାମିଲ)
  • ୧୯୯୯: ହ‌ମ୍ ସାଥ୍ ସାଥ୍ ହୈ
  • ୧୯୯୯: ଦ‌ହେକ୍
  • ୧୯୯୯: ସର୍‌ଫରୋସ୍
  • ୨୦୦୦: ଚାଲ୍ ମେରେ ଭାଇ
  • ୨୦୦୦: ଦିଲ୍ ହି ଦିଲ୍ ମେ
  • ୨୦୦୦: ହ‌ମାରା ଦିଲ୍ ଆପ୍‌କେ ପାସ୍ ହୈ
  • ୨୦୦୦: ଢାଇ ଅକ୍ଷର ପ୍ରେମ୍‌ କେ
  • ୨୦୦୦: ଜିସ୍ ଦେଶ୍ ମେ ଗଙ୍ଗା ରେହ୍‌ତା ହୈ
  • ୨୦୦୦: ପ୍ରୀଥ୍‌ସେ (କନ୍ନଡ଼‌)
  • ୨୦୦୧: ମୁରାରୀ (ତେଲୁଗୁ)
  • ୨୦୦୧: ଲଭ୍ ୟୁ ହ‌ମେଶା
  • ୨୦୦୧: ଲଭ୍ କେଲିୟେ କୁଛ୍ ଭି କରେଗା
  • ୨୦୦୧: ଲାଜ୍ଜା
  • ୨୦୦୧: ତେରା ମେରା ସାଥ୍ ରେହେନା
  • ୨୦୦୨: ଇନ୍ଦ୍ର (ତେଲୁଗୁ)
  • ୨୦୦୨: ଖଡ୍ଗମ୍ (ତେଲୁଗୁ‌)
  • ୨୦୦୨: ମନ୍‌ମଧୁଡ଼ୁ (ତେଲୁଗ)
  • ୨୦୦୩: ଅନହଟ୍ (ମରାଠୀ‌)
  • ୨୦୦୩: ପ୍ୟାର୍ କିୟା ନେହିଁ ଜାତା
  • ୨୦୦୩: ପଲନ୍ତି ବ୍ରହ୍ମନାଇଡ଼ୁ (ତେଲୁଗୁ)
  • ୨୦୦୩: ଚୋରି ଚୋରି
  • ୨୦୦୩: କଲ୍ ହୋ ନା ହୋ
  • ୨୦୦୪: ଶଙ୍କର ଦାଦା MBBS (ତେଲୁଗୁ)
  • ୨୦୦୪: ଆଗ୍ ଭି ଆରେଚା (ମରାଠୀ)
  • ୨୦୧୩: ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା

ଦୂରର୍ଦଶନ

[ସମ୍ପାଦନା]
  • ୨୦୦୯-୧୧: ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ (ବିଚାରିକା‌‌)
  • ୨୦୧୩-ଏବେଯାଏଁ: ଇଣ୍ଡିଆଜ୍ ବେଷ୍ଟ ଡ୍ରାମେବାଜ୍ (ବିଚାରିକା‌)
  • ୨୦୧୪-୧୫: ଅଜିବ୍ ଦସ୍ତାନ୍ ହେ ୟେ (ଶୋଭା ସଚ୍ଚଦେବ)
  1. ↑ "Sonali Bendre Birthday Bash". Reviews.in.88db.com. Archived from the original on 25 April 2017. Retrieved 25 April 2017. {{cite web}}: |archive-date= / |archive-url= timestamp mismatch; 4 ଅକ୍ଟୋବର 2013 suggested (help)
  2. ↑ Interview with Sonali Bendre
  3. ↑ "Sonali Bendre delivers a baby boy". ExpressIndia.com. 12 August 2015. Retrieved 25 April 2017.
  4. ↑ http://timesofindia.indiatimes.com/entertainment/kannada/movies/did-you-know-/Sonali-Bendre-has-acted-with-Shivarajkumar-and-Upendra/articleshow/44922852.cms
  5. ↑ http://www.rediff.com/movies/2000/jan/24spice.htm
  6. ↑ http://m.rediff.com/movies/1999/dec/08spice.htm
  7. ↑ Kal Ho Naa Ho Archived 2008-04-30 at the Wayback Machine. Indiafm.com
  8. ↑ "deccanherald.com". Sonali Bendre's to star in the theatre. Archived from the original on 29 September 2007. Retrieved 25 April 2007.
  9. ↑ "ଆର୍କାଇଭ୍ କପି". Archived from the original on 2017-07-31. Retrieved 2017-04-25. {{cite web}}: Cite has empty unknown parameter: |1= (help)
  10. ↑ "No crying and weeping please............. Just Enjoy!". Hindustan Times. 27 October 2012. Archived from the original on 2 November 2012. Retrieved 25 April 2017.
  11. ↑ "Busker Boys hopeful for 'Hindustan Ke Hunarbaz'". The Times of India. 28 October 2012. Archived from the original on 2013-12-19. Retrieved 2017-04-25.
  12. ↑ "Sonali Bendre to be Narrator in TV Reality Show Mission Sapne". IANS. news.biharprabha.com. Archived from the original on 7 December 2019. Retrieved 25 April 2017.
  13. ↑ "Ajeeb Dastaan Hai Yeh on Life OK: Sonali Bendre's Dubut in Fiction Space". TellyMirror. Archived from the original on 2014-09-17. Retrieved 2017-04-25.

ଅଧିକ ତ‌ଥ୍ୟ

[ସମ୍ପାଦନା]