ଦୀପାଳି ଦାସ

ଉଇକିପିଡ଼ିଆ‌ରୁ
ଦୀପାଳି ଦାସ
ବିଧାୟିକା: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୦ ମଇ ୨୦୨୩ – ଏବେଯାଏଁ
ପୂର୍ବ ଅଧିକାରୀନବ କିଶୋର ଦାସ
ନିର୍ବାଚନ ମଣ୍ଡଳୀଝାରସୁଗୁଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1997-01-27) ୨୭ ଜାନୁଆରୀ ୧୯୯୭ (ବୟସ ୨୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବାପା/ବୋଉନବ କିଶୋର ଦାସ (ବାପା)
ମୀନତି ଦାସ (ମାଆ)
ବୃତ୍ତିରାଜନୀତିଜ୍ଞ

ଦୀପାଳି ଦାସ (ଜନ୍ମ: ୨୭ ଜାନୁଆରୀ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୩ ମସିହାରେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ଦୀପାଳି ୧୯୯୭ ମସିହାର ଜାନୁଆରୀ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ନବ କିଶୋର ଦାସ ଜଣେ ରାଜନେତା ଥିଲେ[୨][୩] ଏବଂ ତାଙ୍କ ମାଆଙ୍କ ନାମ ମୀନତି ଦାସ ।

ରାଜନୈତିକ ଜୀବନ

ଦୀପାଳୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି ।[୪] ତାଙ୍କ ବାପାଙ୍କ ମୃତ୍ୟୁ ପରେ ୨୦୨୩ ମସିହାରେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୫] ଏହି ନିର୍ବାଚନରେ ସେ ସମୁଦାୟ ୧ ଲକ୍ଷ ୭ ହଜାର ଖଣ୍ଡ ଭୋଟ୍ ପାଇଥିଲେ[୬] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୪୮,୭୨୧ ଖଣ୍ଡ ଭୋଟରେ ପରାସ୍ତ କରି[୭] ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୮]

ଆଧାର

  1. "Ms. Dipali Das". odishaassembly.nic.in. Odisha Assembly. Retrieved 26 August 2023.
  2. Pani, Mayank Bhusan. "With Deepali Das, daughter of Naba das, the baton has been passed in Odisha". The New Indian Express. Retrieved 2023-05-13.
  3. "BJD's Deepali Das, Daughter Of Murdered Odisha Minister, Takes Oath As MLA". NDTV.com. Retrieved 2023-08-26.
  4. Panda, Sudeshna (2023-03-31). "Deepali Das named as BJD candidate for Jharsuguda bypoll". Kalinga TV (in ଆମେରିକୀୟ ଇଂରାଜୀ). Retrieved 2023-05-13.
  5. "With Deepali Das, daughter of Naba das, the baton has been passed in Odisha". The New Indian Express. Retrieved 2023-08-26.
  6. Pradhan, Ashok (2023-05-13). "Odisha Bypoll Result 2023: BJD's Dipali Das secures landslide victory in Jharsuguda". The Times of India. ISSN 0971-8257. Retrieved 2023-05-14.
  7. Sharma, Vikash. "BJD's Dipali Das Wins Jharsuguda Bypoll Battle; Defeats BJP Candidate by over 48000 Votes". BJD’s Dipali Das Wins Jharsuguda Bypoll Battle; Defeats BJP Candidate by over 48000 Votes (in ଇଂରାଜୀ). Retrieved 2023-08-26.
  8. "ଶପଥ ନେଲେ ଝାରସୁଗୁଡ଼ାର ନବନିର୍ବାଚିତା ବିଧାୟିକା ଦୀପାଳି ଦାସ". Sambad (in ଆମେରିକୀୟ ଇଂରାଜୀ). 2023-05-15. Retrieved 2023-08-26.

ବାହାର ଆଧାର