ଦିନେଶ ଫଡନିସ୍

ଉଇକିପିଡ଼ିଆ‌ରୁ
ଦିନେଶ ଫଡନିସ୍
୨୦୧୦ରେ ଦିନେଶ
ଜନ୍ମ(1966-11-02)୨ ନଭେମ୍ବର ୧୯୬୬
ମୃତ୍ୟୁ୫ ଡିସେମ୍ବର ୨୦୨୩(2023-12-05) (ବୟସ ୫୭)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୯୮–୨୦୨୩
ପ୍ରସିଦ୍ଧିସିଆଇଡିରେ ଇନ୍ସପେକ୍ଟର ଫ୍ରେଡେରିକ୍ସ

ଦିନେଶ ଫଡନିସ୍ (୨ ନଭେମ୍ବର ୧୯୬୬ – ୫ ଡିସେମ୍ବର ୨୦୨୩) ଜଣେ ଭାରତୀୟ ଦୂରଦର୍ଶନ ଅଭିନେତା ଥିଲେ । ଦୀର୍ଘ ଦିନ ଧରି ଚାଲୁଥିବା ଭାରତୀୟ ଦୂରଦର୍ଶନ ଧାରାବାହିକ ସିଆଇଡିରେ ସେ ଇନ୍ସପେକ୍ଟର ଫ୍ରେଡେରିକ୍ସ[୧] ଚରିତ୍ରରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[୨]

ଏହି ଧାରାବାହିକରେ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରିବା ବ୍ୟତୀତ ସେ ଏହାର କିଛି ଭାଗର କାହାଣୀ ମଧ୍ୟ ଲେଖିଥିଲେ । ସେ ହିନ୍ଦୀ କଥାଚିତ୍ର ସରଫରୋଶ ଏବଂ ସୁପର ୩୦ରେ ମଧ୍ୟ ଅଭିନୟ କରିଥିଲେ । ସେ ଏକ ମରାଠୀ କଥାଚିତ୍ର ପାଇଁ ମଧ୍ୟ କାହାଣୀ ଲେଖିଥିଲେ । ସେ ବୋରିବଲି ପୂର୍ବର ଶାନ୍ତିବନରେ ରହୁଥିଲେ ।[୩]

ମୃତ୍ୟୁ[ସମ୍ପାଦନା]

୫ ଡିସେମ୍ବର ୨୦୨୩ରେ ୫୭ ବର୍ଷ ବୟସରେ ଯକୃତ ଜନିତ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ।[୪][୫][୬]

ଅଭିନୀତ କଥାଚିତ୍ର/ଧାରାବାହିକ[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା
୧୯୯୯ ସରଫରୋଶ୍ ଇନ୍ସପେକ୍ଟର
୨୦୦୦ ମେଲା ଗୀତରେ ଅତିଥି କଳାକାର ଭାବରେ
୨୦୦୧ ଓଫିସର୍ ଇନ୍ସପେକ୍ଟର

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ
୧୯୯୮–୨୦୧୮ ସିଆଇଡି ଇନ୍ସପେକ୍ଟର ଫ୍ରେଡେରିକ୍ସ
୨୦୦୫ ସିଆଇଡି: ସ୍ପେଶାଲ୍ ବ୍ୟୁରୋ ସବ୍-ଇନ୍ସପେକ୍ଟର ଫ୍ରେଡେରିକ୍ସ
୨୦୧୨ ଅଦାଲତ ଇନ୍ସପେକ୍ଟର ଫ୍ରେଡେରିକ୍ସ ଅତିଥି
୨୦୧୪ ତାରକ ମେହେଟ୍ଟା କା ଓଲଟା ଚସମ
୨୦୧୯ ସିଆଇଏଫ୍ କନଷ୍ଟେବଳ ଶମ୍ଭୁ ତାୱଡ଼େ ସହାୟକ ଭୂମିକା

ଆଧାର[ସମ୍ପାଦନା]

  1. "The team of CID is big and lovely, says Dinesh Phadnis aka Fredrick". Archived from the original on 22 October 2012. Retrieved 10 October 2012.
  2. Gupta, Gargi (27 July 2010). "The TV show with the highest ratings". Rediff.com. Retrieved 3 May 2019.
  3. "Just what makes CID so popular". Rediff.com. 20 March 2012. Retrieved 3 May 2019.
  4. "CID fame Dinesh Phadnis passes away; co-star and close friend Dayanand Shetty confirms". The Times of India. 5 December 2023. Retrieved 5 December 2023.
  5. "Dinesh Phadnis, Fredericks of CID, passes away; last rites to be performed today". Hindustan Times (in ଇଂରାଜୀ). 5 December 2023. Retrieved 5 December 2023.
  6. "'CID' fame actor Dinesh Phadnis dies at 57". The Hindu.

ବାହାର ଆଧାର[ସମ୍ପାଦନା]