ଦାଶରଥି ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(ଦାସିଆ ଅଜାରୁ ଲେଉଟି ଆସିଛି)
ଦାଶରଥି ପଟ୍ଟନାୟକ
ଜନ୍ମ(1907-07-12)୧୨ ଜୁଲାଇ ୧୯୦୭
ମୃତ୍ୟୁ୧୨ ସେପ୍ଟେମ୍ବର ୧୯୯୭(1997-09-12) (ବୟସ ୯୦)
ଜାତୀୟତାଭାରତୀୟ
ଅନ୍ୟ ନାମଦାସିଆ ଅଜା
ପ୍ରସିଦ୍ଧିସଂଗ୍ରାହକ
ବୈବାହିକ-ସାଥୀପୌଷମାସୀ ଦେବୀ
ପିତାମାତା(s)ବାଞ୍ଚାନିଧି ପଟ୍ଟନାୟକ,
ପାର୍ବତୀ ଦେବୀ

ଦାଶରଥି ପଟ୍ଟନାୟକ (୧୨ ଜୁଲାଇ ୧୯୦୭ - ୧୨ ସେପ୍ଟେମ୍ବର ୧୯୯୭)[୧] ଓଡ଼ିଶାର ଜଣେ ସଂଗ୍ରାହକ [୨]ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା ।[୩] ସେ ଦଶ ପଇସାର ରାଜା ଓ ଖୁଣ୍ଟାତଡ଼ା ରାଜା ଓ ଦାଶିଆ ଅଜା ଭାବରେ ମଧ୍ୟ ପରିଚିତ । ସେ ବାଞ୍ଛାନିଧି ପାଠାଗାର (୧୯୫୯), ଶ୍ରୀ ଅରବିନ୍ଦ ସଂଗ୍ରହାଳୟ (୧୯୭୩) ଓ ଯଦୁମଣି ସାହିତ୍ୟ ସଂସଦ (୧୯୭୫) ପ୍ରତିଷ୍ଠା କରିଥିଲେ ।[୪] ୧୯୯୭ ମସିହା ସେପ୍ଟେମ୍ବର ୧୨ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଦାସିଆ ଅଜା ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ଉଦୟପୁର ଗ୍ରାମରେ ଜନ୍ମ ହୋଇଥିଲେ ।[୫] ସେ, ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ ।[୬] ସେ ହଳିଆ, ରାନ୍ଧୁଣିଆ, ବୋଲକରା, ଚପରାଶି, ପୁଲିସ ଏବଂ ଜଙ୍ଗଲ ଓ ଶିକ୍ଷା ବିଭାଗର କର୍ମଚାରୀ, ସର୍ବରାକାର, ଭୂଦାନକର୍ମୀ, ସର୍ଭେ ଟ୍ରେନିଙ୍ଗ କେନ୍ଦ୍ରର ପରିଚାଳକ ଭାବେ କାର୍ଯ୍ୟ କରିଥିଲେ, ପରେ ଚାକିରି ଛାଡ଼ି, ସେ ନିଜ ଗାଁର ପଥୁରିଆ ଅନୁର୍ବର ଜମି ଚାଷକରି ପେଟ ପୋଷୁଥିଲେ । ଏଥିପାଇଁ ସେ ଖୁଣ୍ଟାତଡ଼ା ରଜା ନାମରେ ପରିଚିତ ହୋଇଥିଲେ ।[୭]

ବହି ସଂଗ୍ରହ[ସମ୍ପାଦନା]

ବହି ପଢ଼ିବା ପାଇଁ ସେ ପର ଦିନ ପଢ଼ିବା ବହି ତା' ଆଗଦିନ ଆଣି ସଂଗ୍ରହ କରି ରଖୁଥିଲେ। କ୍ରମେ ତାଙ୍କର ଏହି ବହି ସଂଗ୍ରହ ଏକ ପାଠାଗାର ଆନ୍ଦୋଳନର ରୂପ ନେଇଥିଲା । ସେ ମୁଣ୍ଡରେ ଠେକା ଭିଡ଼ି ଓ କାନ୍ଧରେ ଝୁଲା ମୁଣା ଧରି ସମଗ୍ର ଓଡ଼ିଶା ବୁଲି ବହି ସଂଗ୍ରହ କରୁଥିଲେ । ହାତ ପାତି ସମସ୍ତଙ୍କୁ ପୋଥି, ପୁସ୍ତକ, ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଓ ଦଶ ପଇସା ଭିକ୍ଷା କରୁଥିଲେ । ଦାସିଆ ଅଜା ପ୍ରତିଦିନ ଏକଶହରୁ ଉର୍ଦ୍ଧ ପୋଷ୍ଟକାର୍ଡ଼ ଲେଖି ବିଭିନ୍ନ କବି ଲେଖକମାନଙ୍କୁ ପଠାଉଥିଲେ ।

ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଓ ବାଞ୍ଛାନିଧି ପାଠାଗାର ସ୍ଥାପନା[ସମ୍ପାଦନା]

ନିଜର ସଂଗୃହୀତ ଜିନିଷସବୁକୁ ନେଇ ଦାସିଆ ଅଜା ନୟାଗଡ଼ର ନୂଆଗାଁରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ସ୍ଥାପନା କରିଥିଲେ । [୮] ନୟାଗଡ଼ରୁ ଦଶପଲ୍ଲା ଯିବା ରାସ୍ତାରେ (୫୭ନମ୍ବର ଜାତୀୟ ରାଜପଥ) ନୂଆଗାଁଠାରୁ ୪କିଲୋମିଟର ରାସ୍ତା ଡାହାଣପଟେ ଭିତରକୁ ଗଲେ ଏହି ସଂଗ୍ରହାଳୟ । ସଂଗ୍ରହଳାୟ ପରିସର ମଧ୍ୟରେ ବାଞ୍ଛାନିଧି ପାଠାଗାର ଓ ଯଦୁମଣି ସାହିତ୍ୟ ସଂସଦ ରହିଛି । ପାଠାଗାରରେ ବିଭିନ୍ନ ଭାଷାର ୫୦ ହଜାରରୁ ଅଧିକ ପୁସ୍ତକ ଓ ୬୫ ହଜାର ରକମର ପତ୍ରପତ୍ରିକା ରହିଛି ।[୯] ୪୨ଟି ଭାଷାର ଶତାଧିକ ତାଳପତ୍ର ପୋଥି ରହିଛି, ତନ୍ମଧ୍ୟରୁ ୫ଟି ଶହେ ବର୍ଷ ପୁରୁଣା । ଉଦୟପୁରସ୍ଥିତ ଏହି ସଂଗ୍ରହାଳୟକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୦୬ ମସିହାରେ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପ୍ରଦାନ କରିଥିଲେ । ନିଜ ଜୀବିତ ଅବସ୍ଥାରେ ଦାଶରଥୀ ପଟ୍ଟନାୟକ, ଏହି ଅନୁଷ୍ଠାନ ଗୁଡିକର ପରିଚାଳନା ପାଇଁ ଏକ ଟ୍ରଷ୍ଟ ଗଢିଯାଇଥିଲେ। ନୟାଗଡ଼ର ଜିଲ୍ଲାପାଳ, ଏହି ଟ୍ରଷ୍ଟର ଅଧ୍ୟକ୍ଷ ରହିଥିବା ବେଳେ, ଦାସିଆ ଅଜାଙ୍କ ନାତି ଦୀପକ ଏହି ଟ୍ରଷ୍ଟର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି ।[୧୦]

ଆଧାର[ସମ୍ପାଦନା]

  1. ବିଶ୍ୱାଳ, ନାରାୟଣ ଚନ୍ଦ୍ର. "କର୍ମଯୋଗୀ ଦାଶିଆ ଅଜା". ସୂର୍ଯ୍ୟପ୍ରଭା. Retrieved 13 September 2016.[permanent dead link]
  2. Durga Prasad Patnaik (1 January 1989). Palm Leaf Etchings of Orissa. Abhinav Publications. pp. 11–. ISBN 978-81-7017-248-2.
  3. http://nayagarh.nic.in/sonofsoil/eminent%20person.html
  4. "ଅବିସ୍ମରଣୀୟ ଦାଶରଥି ପଟ୍ଟନାୟକ". ପ୍ରଜାତନ୍ତ୍ର. Retrieved 11 July 2016.[permanent dead link]
  5. Palm-leaf Miniatures: The Art of Raghunath Prusti of Orissa. Abhinav Publications. 1 January 1991. pp. 19–. ISBN 978-81-7017-275-8.
  6. "A man's legacy in moon rocks and fossils". The New Indian Express. Retrieved 12 July 2016.[permanent dead link]
  7. "Odiapua.com : ନୟାଗଡ଼ର ଖୁଣ୍ଟତଡ଼ା ରଜା ଦଶପଇସାର ଅଜା ଦାଶିଆ ଅଜା". ଓଡ଼ିଆ ପୁଅ. Retrieved 12 July 2016.
  8. "Orissa Travels | Udayapur library". ajatus.in. 2012. Retrieved 20 March 2012.
  9. "No place to house Dasia Aja". The Telegraph. Retrieved 12 July 2016.
  10. ପ୍ରଗତିବାଦୀ ୧୨/୧୦/୨୦୧୪ ପୃଷ୍ଠା ୪ରେ ପ୍ରକାଶିତ ପ୍ରସଙ୍ଗ "ପ୍ରବାଦ ପୁରୁଷ ଦାଶରଥି"