ଦଳଗଞ୍ଜନ ଛୁରିଆ
ଦଳଗଞ୍ଜନ ଛୁରିଆ | |
---|---|
![]() | |
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ନିର୍ବାଚନ ମଣ୍ଡଳୀ | ଅତାବିରା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୧ ଅକ୍ଟୋବର ୧୯୦୭ |
ମୃତ୍ୟୁ | ୨୧ ଫେବୃଆରୀ ୧୯୮୯ | (ବୟସ ୮୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଜାନକୀ ଛୁରିଆ |
ସନ୍ତାନ | ୩ ପୁଅ, ୨ ଝିଅ |
ବାପା/ବୋଉ | ଜୟଦେବ ଛୁରିଆ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଦଳଗଞ୍ଜନ ଛୁରିଆ (୧୧ ଅକ୍ଟୋବର ୧୯୦୭ - ୨୧ ଫେବୃଆରୀ ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଅତାବିରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ଦଳଗଞ୍ଜନ ଛୁରିଆ ୧୯୦୭ ମସିହାର ଅକ୍ଟୋବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜୟଦେବ ଛୁରିଆ ଓ ପତ୍ନୀଙ୍କ ନାମ ଜାନକୀ ଛୁରିଆ ।[୧]
ରାଜନୈତିକ ଜୀବନ[ସମ୍ପାଦନା]
ଦଳଗଞ୍ଜନ ଛୁରିଆ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ[ସମ୍ପାଦନା]
ଦଳଗଞ୍ଜନ ଛୁରିଆ ୧୯୮୯ ମସିହାର ଫେବୃଆରୀ ୨୧ ତାରିଖରେ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ "Shri Dalaganjan Chhuria". odishaassembly.nic.in. Odisha Assembly. Retrieved 17 July 2021.