ଦବଙ୍ଗ

ଉଇକିପିଡ଼ିଆ‌ରୁ
ଦବଙ୍ଗ
ନିର୍ଦ୍ଦେଶକଅଭିନବ କାଶ୍ୟପ
ପ୍ରଯୋଜକଅରବାଜ ଖାନ, ମଲାଇକା ଅରୋରା, ଧିଲ୍ଲୀନ ମେହେଟା
ସଂଳାପ(କଥା): ଦିଲ୍ଲୀପ ଶୁକ୍ଳା
କଳାକାରସଲମାନ ଖାଁ, ସୋନାକ୍ଷୀ ସିହ୍ନା, ସୋନୁ ସୂଦ, ବିନୋଦ ଖାନ୍ନା, ଡିମ୍ପଲ କପାଡିଆ
ସଙ୍ଗୀତସାଜିଦ- ୱାଜିଦ
ଚିତ୍ରଗ୍ରହଣମହେଶ ଲିମାୟେ
ବିତରକଶ୍ରୀ ଅଷ୍ଟବିନାୟକ ସିନେ ଭିଜନ
ମୁକ୍ତିଲାଭ ତାରିଖ
୧୦ ସେପ୍ଟେମ୍ବର ୨୦୧୦
କଥାଚିତ୍ରର ସମୟ
୧୨୬ ମିନିଟ
ଦେଶ ଭାରତ
ଭାଷାହିନ୍ଦୀ


ଦବଙ୍ଗ ହେଉଛି ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ଅଭିନବ କାଶ୍ୟପ ଏବଂ ପ୍ରଯୋଜକ ହେଉଛନ୍ତି ଅରବାଜ ଖାନ ଓ ମଲାଇକା ଅରୋରା । ଚଳଚ୍ଚିତ୍ରର ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ସଲମାନ ଖାଁ , ଅରବାଜ ଖାନ, ସୋନାକ୍ଷୀ ସିହ୍ନା , ଓମ୍ ପୁରୀ, ଡିମ୍ପଲ କପାଡିଆ, ବିନୋଦ ଖାନ୍ନା, ଅନୁପମ ଖେର, ସୋନୁ ସୂଦ ଇତ୍ୟାଦି । ଅରବାଜଙ୍କର ପ୍ରଯୋଜକ ଭାବେ ଏବଂ ଅଭିନବ କାଶ୍ୟପଙ୍କ ନିର୍ଦ୍ଦେଶକ ଭାବେ ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ଚଳଚ୍ଚିତ୍ରରେ ସହ ପ୍ରୋଯୋଜିକା ମଲାଇକା ଅରୋରା ନିଜେ ଏକ ନୃତ୍ୟ ପରିବେଷଣ ଦୃଶ୍ୟରେ ନୃତ୍ୟାଭିନୟ କରିଛନ୍ତି ।

ଚଳଚ୍ଚିତ୍ରଟି ମୁଖ୍ୟତଃ ଉତ୍ତର ପ୍ରଦେଶର ଏକ ଦୁର୍ନୀତିଗ୍ରସ୍ତ ତଥା ନିର୍ଭୀକ ପୋଲିସ ଅଫିସର ଚୁଲବୁଲ ପାଣ୍ଡେଙ୍କ କାହାଣୀ । ଚଳଚ୍ଚିତ୍ରଟିର ଦୃଶ୍ୟଗୁଡ଼ିକ ମୁଖ୍ୟତଃ ମହାରାଷ୍ଟ୍ରର ୱାଇ ସହରରେ ଏବଂ ସଂଯୁକ୍ତ ଆରବ ଏମିରେତରେ ସୁଟିଂ ହୋଇଛି । ୧୦ ସେପ୍ତେମ୍ବର ୨୦୧୦ (ଇଦ) ଦିନ ଚଳଚ୍ଚିତ୍ରଟି ପ୍ରାୟ ୨୧୦୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ୨.୧୫ ବିଲିୟନ ଟଂକାର ବ୍ୟବସାୟ କରି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବ୍ୟବସାୟିକ ସଫଳତା ଲାଭ କରିଥିଲା । [୧] ଶ୍ରେଷ୍ଠ ଲୋକପ୍ରିୟ ହିନ୍ଦୀ ଚଲଚିତ୍ର ଭାବେ ଏହା ଜାତୀୟ ପୁରସ୍କାର ଲାଭ କରିବା ସହ ଛଅଟି ଶ୍ରେଣୀରେ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଥିଲା । ପରବର୍ତ୍ତୀ ସମୟରେ ତାମିଲ ଏବଂ ତେଲୂଗୁ ଭାଷାରେ ଏହି ଚଳଚ୍ଚିତ୍ରର ରୁପାନ୍ତର (ରିମେକ୍) ଚଳଚ୍ଚିତ୍ର ମଧ୍ୟ ହୋଇଥିଲା । ଦବଙ୍ଗ-୨ ନାମରେ ଏହାର ପରବର୍ତ୍ତୀ ଚଳଚ୍ଚିତ୍ର ମଧ୍ୟ ୨୦୧୨ରେ ମୁକ୍ତିଲାଭ କରିଥିଲା ।

କାହାଣୀ[ସମ୍ପାଦନା]

ଚୁଲବୁଲ ପାଣ୍ଡେ ନାମକ ଯୁବକ, ଯିଏ କି ଚଳଚ୍ଚିତ୍ରର ମୁଖ୍ୟ ପାତ୍ର, ତାଙ୍କ ସାବତ ବାପା ପ୍ରଜାପତି ପାଣ୍ଡେ, ମାଅ ନୈନା ଦେବୀ, ଏବଂ ସାବତ ଭାଇ ମଖୀ ପାଣ୍ଡେ ସହ ଉତ୍ତର ପ୍ରଦେଶର ଲାଗୁଣୀ ସହରରେ ରହୁଥାନ୍ତି । ସାବତ ବାପାଙ୍କ ସହ ତାଙ୍କର ସମ୍ପର୍କ ଭଲ ନ ଥାଏ । ୨୧ ବର୍ଷ ପରେ ଚୁଲବୁଲ ଏକ ପୋଲିସ ଅଫିସର ଭାବେ ଚାକିରି ପାଅନ୍ତି । ତାଙ୍କ ନିଆରା ସ୍ୱଭାବରେ ସେ ନିଜକୁ ରବିନ ହୁଡ ଭାବେ ପରିଚିତ କରାନ୍ତି । ମଖୀ ପାଣ୍ଡେର (ଅରବାଜ ଅଭିନୀତ) ଏକ ଝିଅ ନିର୍ମଳା (ମାହି ଗିଲ ଅଭିନୀତ) ସହ ପ୍ରେମ ହୋଇଯାଏ । ତେବେ ନିର୍ମଳାର ପିତା ମାଷ୍ଟରଜୀ ଏହାର ଘୋର ବିରୋଧ କରନ୍ତି । ଏକ ପୋଲିସ ଏନକାଉଣ୍ଟର ବେଳେ ଚୁଲବୁଲର ରଜ୍ଜୋ ନାମକ ଝିଅ (ସୋନାକ୍ଷୀ ସିହ୍ନା) ସହ ସାକ୍ଷାତ ହୁଏ ଏବଂ ଘଟଣା ଚକ୍ରରେ ସେ ସେହି ଝିଅକୁ ଭଲ ପାଇ ବସନ୍ତି ।

ଚେଦି ସିଂ (ସୋନୁ ସୂଦ) ନାମକ ଏକ ଦୁର୍ନିତୀଗ୍ରସ୍ତ ରାଜନେତା ସହ ଚୁଲବୁଲର ଦେଖା ସାକ୍ଷାତ ହୁଏ । ହେଲେ, ଦିହେଁ ଦିହିଁଙ୍କ ଶତ୍ରୁ ପାଲଟି ଯାଆନ୍ତି । ଇତି ମଧ୍ୟରେ ମଖୀ ପାଣ୍ଡେ ତାର ବାହାଘର ନିର୍ମଳା ସହ କରିଦେବା ପାଇଁ ତା ବାପାକୁ କହେ । ବାପା କିନ୍ତୁ ସଫା ସଫା ମନା କରିଦିଅନ୍ତି । କାରଣ ହେଲା ଋଣ ଶୁଝିବା ପାଇଁ ତାଙ୍କର ଗୁଡାଏ ଟଙ୍କା ଦରକାର ଥିଲା ଏବଂ ସେ ମନେ କରିଥିଲେ ଯେ ମଖୀର ବାହାଘର ଏକ ଧନୀ ଝିଅ ସହ କରିଦେଲେ ସେ ଚାହୁଁଥିବା ଟଙ୍କା ମିଳିଯିବ । ଅନ୍ୟ ଉପାୟ ନ ପାଇ ମଖୀ ଚୁଲବୁଲ ପାଖରୁ କିଛି ଟଙ୍କା ଚୋରାଇ ନେଇ ନିର୍ମଳାର ବାପାକୁ ଦେଇଦିଏ କାରଣ ସେ ଭାବେ ଏମିତିରେ ନିର୍ମଳାର ପିତା ତା ସହ ନିର୍ମଳାର ବିବାହ ନିମନ୍ତେ ରାଜି ହୋଇଯିବେ । ଏଣେ ଚୁଲବୁଲ ରଜ୍ଜୋ ସହ ମିଶି ବିବାହ ପ୍ରସ୍ତାବ ଦିଏ, କିନ୍ତୁ ରଜ୍ଜୋ ଏହି ବିବାହ ପ୍ରସ୍ତାବକୁ ମନା କରିଦିଏ ।

ଚୁଲବୁଲ ଦିନେ ଘରକୁ ଫେରି ମାଆଙ୍କୁ ମୃତ ଦେଖି ବାପାଙ୍କୁ ସାନ୍ତ୍ୱନା ଦେବାକୁ ଯାଏ । ହେଲେ ବାପାଙ୍କ ଘୃଣାର ଶୀକାର ହୁଏ । ମଖି ସହ ନିର୍ମଳାର ବାହାଘର ଠିକ ହୁଏ । ଏଣେ ରାଜ୍ଜୋର ପିତାଙ୍କୁ ଚୁଲବୁଲ ରାଜ୍ଜୋ ସହ ବାହାପାଇଁ ରାଜି କରାଇନିଏ । ରଜ୍ଜୋ କିନ୍ତୁ ମଦୁଆ ବାପାକୁ ଏକେଲା ଛାଡି ଯିବାକୁ ନାରାଜ । ଶେଷରେ ରଜ୍ଜୋର ବାପା ଆତ୍ମହତ୍ୟା କରିଦିଅନ୍ତି ଏଇଥିପାଇଁ ଯେ ରଜ୍ଜୋର ବାହାଘର ହୋଇ ସେ ତାର ସଂସାର କରୁ । ମଖି ଟଙ୍କା ଚୋରିକରିଥିବା କଥା ଚୁଲବୁଲ ଜାଣିପାରେ ଏବଂ କପର୍ଦ୍ଦକଶୁନ୍ୟ ଅବସ୍ଥାରେ ଏକ ନିରାଡମ୍ବର ଉତ୍ସବରେ ରଜ୍ଜୋକୁ ବାହା ହୁଏ । ନିର୍ମଳାର ବାପା ଏଣେ ମଖିର ଅସଲ ଗୁଣ ଜାଣିପାରି ମଖିସହ ନିର୍ମଳାର ବାହା ବନ୍ଦ କରିଦିଅନ୍ତି ।

ମଖି ଏକ ଅପରାଧ ମାମଲାରେ ଜଡ଼ିତ ହୋଇ ଥାନାକୁ ଟଣାହୁଏ । ଚୁଲବୁଲ ତାକୁ ସର୍ବ ସମ୍ମୁଖରେ ନିସ୍ତୁକ ମାଡ ଦିଏ । ଚେଦିର ମଧ୍ୟସ୍ଥତାରେ ଚୁଲବୁଲ କ୍ଷମ ମାଗି ଖସିଯାଏ । ଚୁଲବୁଲ ପୁଣି ଦୟାଲ ବାବୁଙ୍କ ସହ ଦେଖାକରି ତାଙ୍କ ସହୟତାରେ ଚେଦିକୁ ଏକ ମିଥ୍ୟା ମାମଲାରେ ଛନ୍ଦି ଦିଅନ୍ତି ।

ପ୍ରତିଶୋଧ ପରାୟନ ହୋଇ ଚେଦି ମଖିର କାରଖାନା ଜଳାଇଦିଏ । ମଖୀର ବାପା ଏ ଘଟଣାରେ ଶକ୍ତ ମାନସିକ ଆଘାତ ପାଇବା ଯୋଗୁଁ ଚିକିତ୍ସିତ ହେବାପାଇଁ ତାଙ୍କୁ ହାସପାତାଳ ଯିବାକୁ ପଡେ । ମଖି ଜାଣି ନ ଥାଏ ଯେ ଚେଦି ହିଁ ତା କାରଖାନା ଜଳାଇଛି । ମଖୀର ଅନୁରୋଧରେ ଚେଦି ଟଙ୍କା ଦେବକୁ ରାଜି ହୁଏ କିନ୍ତୁ ଏହି ସର୍ତ୍ତରେ ଯେ ସେ ପେଟିଏ ଆମ୍ବ ଦୟାଲ ବାବୁକୁ ଦେବ । ସେ କିନ୍ତୁ ଜାଣି ନ ଥା ଏ ଯେ ଆମ୍ବ ପେଟିରେ ବିସ୍ଫୋରକ ଅଛି । ଆମ୍ବ ପେଟି ଦେବା ପରେ ବିସ୍ଫୋରଣ ଘଟି ଦୟଲ ବାବୁଙ୍କ ମୃତ୍ୟୁ ହୁଏ । ପରେ ଚୁଲବୁଲକୁ ମାରିବା ପାଇଁ ଚେଦିର ଏକ ଯୋଜନାକୁ ମଖି ଚୁଲବୁଲକୁ କହିଦିଏ । ପ୍ରତିଶୋଧ ପରୟଣ ହୋଇ ଚୁଲବୁଲ ଚେଦିକୁ ଜୀବନରେ ମାରିଦିଏ । ପୁର୍ବ ରାଗ, ଅଭିମାନ ଭୁଲି ଚୁଲବୁଲ ମଖି ଓ ନିର୍ମଳାର ବାହାଘର କରାଇଦିଏ ।

କଣ୍ଠଶିଳ୍ପୀ[ସମ୍ପାଦନା]

ଗୀତ କଣ୍ଠଶିଳ୍ପୀ ଅବଧୀ
ତେରି ମସ୍ତ ମସ୍ତ ଦୋ ନୈନ ରାହତ ଫତେ ଅଲ୍ଲୀ ଖାନ୍ ୫ ମିନିଟ୍ ୫୯ ସେକେଣ୍ଡ
ମୁନ୍ନୀ ବଦନାମ ହୁଇ[୨] ମମତା ଶର୍ମା ୫ ମିନିଟ୍ ୦୭ ସେକେଣ୍ଡ
ଚୋରି କିୟାରେ ଜୀୟା ସୋନୁ ନିଗମ, ଶ୍ରେୟା ଘୋଷାଲ ୪ ମିନିଟ୍ ୪୮ ସେକେଣ୍ଡ
ହୁଦ୍ ହୁଦ୍ ଦବଙ୍ଗ ୱାଜିଦ ୫ ମିନିଟ୍ ୧୫ ସେକେଣ୍ଡ
ହମ କା ପିନୀ ହୈ ସୋନୁ ନିଗମ, ଶ୍ରେୟା ଘୋଷାଲ ୪ ମିନିଟ୍ ୪୮ ସେକେଣ୍ଡ
ତେରେ ମସ୍ତ ମସ୍ତ ଦୋ ନୈନ(ଦ୍ୱିତୀୟ) ରାହତ ଫତେ ଅଲ୍ଲୀ ଖାନ,ଶ୍ରେୟା ଘୋଷାଲ ୫ ମିନିଟ୍ ୫୯ ସେକେଣ୍ଡ
ମୁନ୍ନୀ ବଦନାମ ହୁଇ(ରିମିକ୍ସ) ମମତା ଶର୍ମା, ଐଶ୍ୱର୍ଯ୍ୟା ନିଗମ ୪ ମିନିଟ୍ ୦୫ସେକେଣ୍ଡ
ତେରେ ମସ୍ତ ମସ୍ତ ଦୋ ନୈନ(ରିମିକ୍ସ) ରାହତ ଫତେ ଅଲ୍ଲୀ ଖାନ ୫ ମିନିଟ୍ ୦୨ ସେକେଣ୍ଡ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ୨୦୧୧ --- ଜାତୀୟ ଚଳଚ୍ଚିତ୍ର ପୁରସ୍କାର[୩]

ଆଧାର[ସମ୍ପାଦନା]

  1. "Box Office 2010". Box Office India. Archived from the original on 16 January 2013. Retrieved 28 August 2015.
  2. "Movies". Archived from the original on 19 December 2010. Retrieved 21 May 2018.{{cite web}}: CS1 maint: bot: original URL status unknown (link)
  3. "Nominations of BIG Star Entertainment Awards". Retrieved 21 May 2018.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଦବଙ୍ଗ