ତେଜରାଜ ମାଝି
Appearance
ତେଜରାଜ ମାଝି | |
---|---|
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୫ | |
ପୂର୍ବ ଅଧିକାରୀ | ଧନେଶ୍ୱର ମାଝି |
ପର ଅଧିକାରୀ | କୁମରମଣି ଶବର |
ନିର୍ବାଚନ ମଣ୍ଡଳୀ | ନର୍ଲା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୬ ଅଗଷ୍ଟ ୧୯୪୭ |
ମୃତ୍ୟୁ | ୧୬ ମଇ ୨୦୦୯ | (ବୟସ ୬୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଇ) |
ଜୀବନ ସାଥୀ | ରୁକୁଣୀ ମାଝି |
ବାପା/ବୋଉ | ରଘୁମଣି ମାଝି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ତେଜରାଜ ମାଝି (୨୬ ଅଗଷ୍ଟ ୧୯୪୭ - ୧୬ ମଇ ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ତେଜରାଜ ମାଝି ୧୯୪୭ ମସିହାର ଅଗଷ୍ଟ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁମଣି ମାଝି ଓ ପତ୍ନୀଙ୍କ ନାମ ରୁକୁଣୀ ମାଝି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ତେଜରାଜ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ତେଜରାଜ ମାଝି ୨୦୦୯ ମସିହାର ମଇ ୧୬ ତାରିଖରେ ୬୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Tejraj Majhi". odishaassembly.nic.in. Odisha Assembly. Retrieved 30 May 2021.