ତରୁଣ ବାନାର୍ଜୀ

ଉଇକିପିଡ଼ିଆ‌ରୁ
ତରୁଣ ବାନାର୍ଜୀ
ଜନ୍ମ(1926-08-28)୨୮ ଅଗଷ୍ଟ ୧୯୨୬
ମୃତ୍ୟୁ୬ ଅଗଷ୍ଟ ୧୯୯୨(1992-08-06) (ବୟସ ୬୫)
ବୃତ୍ତିପ୍ରଛଦପଟ ଗାୟକ

ତରୁଣ ବାନାର୍ଜୀ (୨୮ ଅଗଷ୍ଟ ୧୯୨୬–୬ ଅଗଷ୍ଟ ୧୯୯୨) ବିଂଶ ଶତାବ୍ଦୀରେ ଜଣେ ଜଣାଶୁଣା ବଙ୍ଗଳା ଗାୟକ ଥିଲେ । ବଙ୍ଗଳା ଚଳଚ୍ଚିତ୍ର ସମେତ ସେ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠସଂଗୀତ ଗାନ କରିଥିଲେ । ତାଙ୍କଦ୍ୱାରା ବୋଲା ଉଲ୍ଲେଖନୀୟ ଓଡ଼ିଆ ଗୀତ ଭିତରୁ ୧୯୬୨ ମସିହାର ଓଡ଼ିଆ କଥାଚିତ୍ର ଲକ୍ଷ୍ମୀର "ମନେଭରି ଅଭିମାନ" ଅନ୍ୟତମ ।

ଜୀବନୀ[ସମ୍ପାଦନା]

ତରୁଣ ବାନାର୍ଜୀ କଲିକତାର ଏକ ବଙ୍ଗୀୟ ପରିବାରରେ ୧୯୨୬ ଅଗଷ୍ଟ ୨୮ରେ ଜନ୍ମଗ୍ରହଣ କରିଥିଲେ । ୧୯୯୨ ଅଗଷ୍ଟ ୬ରେ କଲିକତାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଲକ୍ଷ୍ମୀ[ସମ୍ପାଦନା]

ଲକ୍ଷ୍ମୀ ଚଳଚ୍ଚିତ୍ରରେ ପ୍ରଥମେ ତରୁଣ ବାନାର୍ଜୀଙ୍କ କଣ୍ଠରେ ଦୁଇଟି ଗୀତ ରେକର୍ଡ କରାଯାଇଥିଲା: "ବାରିଦରେ ତୁ ଯା’ ନା, ଯା ନା ତୁ ନ ଯା’ରେ" ଓ "ମନେ ଭରି ଅଭିମାନ" । ତେବେ ଗୀତ ରେକର୍ଡ଼ିଂର କିଛି ଦିନ ପରେ ପ୍ରଭାତ ସିନେମାରେ ଏକ ପ୍ରେସ୍ ସୋ ହୋଇଥିଲା ଆଉ ସେଠାରେ ଉପସ୍ଥିତ ବ୍ୟକ୍ତିମାନେ "ବାରିଦରେ ତୁ ଯା’ ନା, ଯା ନା ତୁ ନଯା’ରେ" ଗୀତରେ ବାନାର୍ଜୀଙ୍କ ଓଡ଼ିଆ ଉଚ୍ଚାରଣକୁ ନାପସନ୍ଦ କରିଥିଲେ । ଫଳସ୍ୱରୂପ ଗୀତକୁ ସିକନ୍ଦର ଆଲାମଙ୍କ କଣ୍ଠରେ ଆଉଥରେ ରେକର୍ଡ କରାଗଲା । ଏହା ପରେ ବାନାର୍ଜୀ ଆଉ କୌଣସି ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଗାଇବା ପାଇଁ ମନା କରିଦେଇଥିଲେ ।[୧]

ଆଧାର[ସମ୍ପାଦନା]

  1. ଦେଓ, ସୂର୍ଯ୍ୟ (2019-09-28). "ଆରତ ସୁରେ ବାରେ". Odisha Sambad. Retrieved 2023-11-19.