ତପେନ ଚାଟାର୍ଜୀ
ତପେନ ଚାଟାର୍ଜୀ | |
|---|---|
| ଜନ୍ମ | ୩ ସେପ୍ଟେମ୍ବର ୧୯୩୭ |
| ମୃତ୍ୟୁ | ୨୪ ମଇ ୨୦୧୦ (ବୟସ ୭୨)[୧] କଲିକତା, ପଶ୍ଚିମ ବଙ୍ଗ, ଭାରତ |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତା |
| ପ୍ରସିଦ୍ଧି | ଗୋପୀ ଜ୍ଞାନୀ ଭାଗା ବ୍ୟାନୀ (୧୯୬୮) ହୀରକ୍ ରାଜାର ଦେଶେ (୧୯୮୦) ଗୋପୀ ଭାଗା ଫିର୍ ଏଲି (୧୯୯୨) |
ତପେନ ଚାଟାର୍ଜୀ (୩ ସେପ୍ଟେମ୍ବର ୧୯୩୭ – ୨୪ ମଇ ୨୦୧୦) ଜଣେ ଭାରତୀୟ ଅଭିନେତା ଥିଲେ । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ ସକ୍ରିୟ ଥିଲେ, ଯିଏକି ଜଣାଶୁଣା ସତ୍ୟଜିତ ରାୟଙ୍କ ଅନେକ କଥାଚିତ୍ରରେ କାମ କରିଥିଲେ । ତାଙ୍କ ଅଭିନୀତ କଥାଚିତ୍ରଗୁଡ଼ିକ ମଧ୍ୟରୁ ଗୋପୀ ଜ୍ଞାନୀ ଭାଗା ବ୍ୟାନୀ (୧୯୬୮), ହୀରକ୍ ରାଜାର ଦେଶେ (୧୯୮୦) ଏବଂ ଗୋପୀ ଭାଗା ଫିର୍ ଏଲି (୧୯୯୨)ରେ ତାଙ୍କ ଭୂମିକା ଗୋପୀ ଜ୍ଞାନୀ ପାଇଁ ସେ ଜଣାଶୁଣା ଥିଲେ । ୨୦୧୦ ମସିହାର ମଇ ୨୪ ତାରିଖରେ ଫୁସ୍ଫୁସ୍ ରୋଗରେ ପୀଡ଼ିତି ହୋଇ ୭୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।[୨]
ପେଷା
[ସମ୍ପାଦନା]ଇଞ୍ଜିନିୟରିଂ ପାସ୍ କରିବା ପରେ ସେ ରାଜସ୍ଥାନରେ ଚାକିରୀ କରୁଥିଲେ, ମାତ୍ର ପରେ ସେ ଚାକିରୀ ଛାଡ଼ି କଲିକତା ଫେରି ଆସିଥିଲେ ଏବଂ ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କଦ୍ୱାରା ପୁଣିଥରେ ଆରମ୍ଭ କରାଯାଇଥିଲା ବଙ୍ଗଳା କଥାଚିତ୍ର ପତ୍ରିକା ସନ୍ଦେଶରେ ଯୋଗ ଦେଇଥିଲେ । ସନ୍ଦେଶ ପତ୍ରିକାର ଶିଶୁ ବିଭାବର ବିଜ୍ଞାପନ ବିଭାଗରେ ସେ କାମ କରୁଥିଲେ ।
୧୯୬୩ ମସିହାରେ ସେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସତ୍ୟଜିତ ରାୟ ତାଙ୍କୁ ମହାନଗର କଥାଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ଏବଂ ପରେ ୧୯୬୯ ମସିହାରେ ସେ ଗୋପୀ ଜ୍ଞାନୀ ଭାଗା ବ୍ୟାନୀ କଥାଚିତ୍ରରେ ଗୋପୀ ଜ୍ଞାନୀ ଭୂମିକରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୯୬୩ | ମହାନଗର | ||
| ୧୯୬୯ | ଗୋପୀ ଜ୍ଞାନୀ ଭାଗା ବ୍ୟାନୀ | ଗୋପୀ ଜ୍ଞାନୀ | |
| ୧୯୭୦ | ରୂପସୀ | ବଳରାମଙ୍କ ଭାଇ ହଣ୍ଡା | [୩] |
| ୧୯୭୧ | ଧ୍ୟାନୀ ମେୟେ | ସାବିତ୍ରୀଙ୍କ ଭାଇ | |
| ୧୯୭୩ | ଶ୍ରୀମାନ ପ୍ରୀତିରାଜ | ||
| ନାନୀଗୋପାଲର ବିୟେ | ଦିଲୀପ | ||
| ୧୯୭୪ | ସଙ୍ଗିନୀ | ||
| ବିକେଲେ ଭୋରେର ଫୁଲ | |||
| ଥାଗିଣୀ | |||
| ୧୯୭୭ | ଭୋଲା ମୋଇର | ||
| ହାତେ ରାଇଲା ତିନ୍ | |||
| ୧୯୭୯ | ଗଣଦେବତା | ତର ନାପିଟ୍ | |
| ୧୯୮୦ | ଆଞ୍ଚଲ୍ | ପ୍ରଯୋଜକ | |
| ହୀରକ୍ ରାଜାର ଦେଶେ | ଗୋପୀ ଜ୍ଞାନୀ | ||
| ୧୯୯୧ | ଗୋପୀ ଭାଗା ଫିର୍ ଏଲି | ଗୋପୀ ଜ୍ଞାନୀ | |
| ୧୯୯୬ | ରବିବାର | ||
| ୧୯୯୭ | ଶ୍ରୀମାନ ଭୂତନାଥ | ||
| ୨୦୦୯ | ନର୍କ ଗୁଲଜାର | (ଅନ୍ତିମ କଥାଚିତ୍ର) |
ଆଧାର
[ସମ୍ପାଦନା]- ↑ Harris M. Lentz III (8 June 2011). Obituaries in the Performing Arts, 2010. McFarland. pp. 65–. ISBN 978-0-7864-8649-6.
- ↑ "Satyajit Ray's Goopy is no more". Hindustan Times (in English). Kolkata. 24 May 2010. Archived from the original on 28 May 2010. Retrieved 9 June 2023.
{{cite news}}: CS1 maint: unrecognized language (link) - ↑ http://www.gomolo.com/rupasi-movie-cast-crew/[permanent dead link]
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ Tapan Chatterjee