ଢଗ ଢମାଳି

ଉଇକିପିଡ଼ିଆ‌ରୁ
(ଢ଼ଗ ଢ଼ମାଳିରୁ ଲେଉଟି ଆସିଛି)

ଢଗ ଢମାଳି (ଅଞ୍ଚଳ ବିଶେଷରେ ଢେଗସମ୍ବଲପୁରୀରେ[୧] ଢେଙ୍ଗ, ଢେଙ୍ଗାଢଗ ବୋଲି ମଧ୍ୟ ଜଣା) ଓଡ଼ିଆରେ ବ୍ୟବହୃତ ଉପଦେଶ ଓ ଅନୁଭବପୂର୍ଣ୍ଣ ବଚନ ଥିବା ପଦ୍ୟରେ ଲିଖିତ "ଢଗ" ଓ ବ୍ଯଙ୍ଗୋକ୍ତିକୁ ନେଇ ରଚିତ "ଢମାଳି"କୁ ନେଇ ତିଆରି । ଢଗରେ ପଦମାନଙ୍କ ଶେଷ ଅକ୍ଷର ମେଳ ହେଉଥିବା ବେଳେ ଓ ଢମାଳିରେ ଅକ୍ଷର ମେଳ ହୁଏନାହିଁ । ଉଭୟ ଢଗ ଓ ଢମାଳି ମୁଖ ନିଃସୃତ ଲୋକକଥା ଏବଂ ରୂଢି, ଗଦ୍ୟ/ପଦ, କାବ୍ୟାଂଶ, ଲୋକଗୀତ ଆଦିର ଅଂଶବିଶେଷ । ଏଥିରେ ବ୍ୟାବହାରିକ, ସାମାଜିକ, ସାଂସ୍କୃତିକ ତଥା ଉପଦେଶ ଆଦି ରହିଥାଏ ।[୨][୩] ଢଗ ଢମାଳିକୁ ଲିପିବଦ୍ଧ କରିବାରେ ଗୋପାଳ ପ୍ରହରାଜ ପ୍ରଥମ ବୋଲି ରାଧାରମଣ ପଣ୍ଡା ପ୍ରହରାଜ ପରିକ୍ରମାରେ ଉଲ୍ଲେଖ କରିଥିଲେ ।[୪]

ପ୍ରକାରଭେଦ[ସମ୍ପାଦନା]

ଢଗ ଢମାଳିକୁ ସାଧାରଣତଃ ସାତୋଟି ବିଚାରଧାରା ଯଥା ବ୍ୟକ୍ତିଗତ, ସାହିତ୍ୟିକ, ବ୍ୟାବହାରିକ, ଧାର୍ମିକ, ସାଂସ୍କୃତିକ, ଔପଚାରିକ ଏବଂ ସଜ୍ଞାନାତ୍ମକ ଭାବେ ଉଲ୍ଲିଖିତ କରାଯାଇପାରେ ।

ଉଦାହରଣ[ସମ୍ପାଦନା]

ବ୍ୟାବହାରିକ[ସମ୍ପାଦନା]

  • ଅରକ୍ଷିତକୁ ଦଇବ ସାହା
  • ଅଳ୍ପ ବିଦ୍ୟା ଭୟଙ୍କରୀ - କୌଣସି ବିଷୟରେ ଅଳ୍ପକିଛି ଜାଣି ପ୍ରୟୋଗ କଲେ, ଭୟଙ୍କର ପରିଣାମ ମିଳେ ।
  • ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା
  • କଟକ ଚିନ୍ତା ବାଇମୁଣ୍ଡିକି

ଧାର୍ମିକ[ସମ୍ପାଦନା]

  • ଅତି ଗର୍ବେ ହତ ଲଙ୍କା
  • ମର୍ତ୍ତ୍ୟମଣ୍ଡଳେ ଦେହ ବୋହି, ଦେବତା ହେଲେ ବି ମରଇ
  • ରଖେ ହରି ମାରେ କିଏ, ମାରେ ହରି ରଖେ କିଏ

କିମ୍ବଦନ୍ତୀ ତଥା ଉପାଖ୍ୟାନ[ସମ୍ପାଦନା]

  • କୀଚକ ବାହୁବଳେ ବିରାଟ ରାଜା
  • ନରେ ବା ଗୁଞ୍ଜରେ, ଅଶ୍ୱତ୍ଥମା ହତ
  • ଭୀମବଳ କୁନ୍ତିକୁ ଜଣା

ଲୋକକଥା[ସମ୍ପାଦନା]

  • ଅକାଳେ ଗୋଦରି କଲା ବେଉସା ,ଲାଭ ଖାଇଗଲା ଚୁଟିଆ ମୁଷା - ବ୍ୟବସାୟ ବାବଦରେ କିଛି ନ ଜାଣି ହଠାତ୍‌ ବ୍ୟବସାୟ କରି କ୍ଷତି ସହିବା ।
  • ଅତି ଅଲାଜୁକ ନାଚିଯାଏ, ଅତି ପୋଡ଼ାମୁହାଁ ଗୀତଗାଏ - ନିଜର ଭୁଲକୁ ଠିକ୍‌ ବୋଲି ଦର୍ଶାଇ ଆନନ୍ଦିତ ହେବା ।
  • ଅଣ୍ଟିଛୁରୀ ତଣ୍ଟି କାଟେ

ଆଧାର[ସମ୍ପାଦନା]

  1. Folk-lore. Indian Publications. 1978.
  2. Praharaj, G. C. (1930). Purnnacandra Odia Bhashakosha. Retrieved 19 June 2020.
  3. Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
  4. J. V. Boulton (2003). Essays on Oriya literature. Prafulla.

ଅଧିକ ପଠନ[ସମ୍ପାଦନା]