ଡୁପିଲୁମାବ

ଉଇକିପିଡ଼ିଆ‌ରୁ
ଡୁପିଲୁମାବ
Monoclonal antibody
TypeWhole antibody
SourceHuman
TargetIL4 receptor alpha
Clinical data
Trade namesDupixent
AHFS/Drugs.commonograph
MedlinePlusa617021
data
Pregnancy
category
  • AU: B1
  • US: N (Not classified yet)
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx only
Chemical and physical data
FormulaC6512H10066N1730O2052S46
Molar mass୧,୪୬,୮୯୮.୯୮ g·mol−1

ଡୁପିଲୁମାବ, ବେପାର ନାମ ଡୁପିକ୍ସେନେଣ୍ଟ, ଏକ ଔଷଧ ଯାହା ଏକଜିମା (ଆଟୋପିକ୍ ଡର୍ମାଟାଇଟିସ୍), ଆଜ୍‌ମା କିମ୍ବା ନାସାଲ୍ ପଲିପ୍ସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏକଜିମା ରୋଗରେ ସ୍ଥାନୀୟ କର୍ଟିକୋସ୍ଟିରଏଡ କାଯ୍ୟକ୍ଷମ ନ ହେଲେ ଏହା ବ୍ୟବହୃତ ହୁଏ ।[୨] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଏହା ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ଶୁଖିଲା ଆଖି, ଗଳା ଯନ୍ତ୍ରଣା, ଶୋଇବାରେ ଅସୁବିଧା ଏବଂ ନାଲି ଆଖି ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଆଲର୍ଜି ପ୍ରତିକ୍ରିୟା, ହର୍ପିସ ଲେବିଆଲିସ ଏବଂ କର୍ଣ୍ଣିଆ ପ୍ରଦାହ ହୋଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୪] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲ୍ୟୁକିନ୍ ୪ (IL4) ଏବଂ ଇଣ୍ଟରଲ୍ୟୁକିନ୍ ୧୩ (IL13)ର ଟାର୍ଗେଟ ରିସେପ୍ଟରଗୁଡ଼ିକୁ ଅବରୋଧ କରିଥାଏ ।[୫]

ଆମେରିକା ଏବଂ ୟୁରୋପରେ ୨୦୧୭ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଡୁପିଲୁମାବ ଅନୁମୋଦିତ ହୋଇଥିଲା ।[୧] [୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ୪ ସପ୍ତାହରେ ଏହାର ଚିକିତ୍ସା ଖର୍ଚ୍ଚ 1300 ପାଉଣ୍ଡ ହୋଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧ ପିଛା ୩,୪୦୦ ଡଲାର ଖର୍ଚ୍ଚ ହୁଏ । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Dupixent- dupilumab injection, solution". DailyMed. 25 June 2020. Archived from the original on 24 March 2021. Retrieved 17 September 2020.
  2. "Dupilumab Monograph for Professionals". Drugs.com (in ଇଂରାଜୀ). Retrieved 27 December 2021.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1301. ISBN 978-0857114105.
  4. "Dupilumab (Dupixent) Use During Pregnancy". Drugs.com (in ଇଂରାଜୀ). Archived from the original on 12 August 2021. Retrieved 27 December 2021.
  5. ୫.୦ ୫.୧ "Dupixent". Archived from the original on 28 December 2021. Retrieved 27 December 2021.
  6. "Dupixent Prices, Coupons and Patient Assistance Programs". Archived from the original on 1 October 2020. Retrieved 27 December 2021.