ଡିସୋସିଏଟିଭ ଆଇଡେଣ୍ଟିଟି ଡିଜଅର୍ଡର

ଉଇକିପିଡ଼ିଆ‌ରୁ
ଡିସୋସିଏଟିଭ ଆଇଡେଣ୍ଟିଟି ଡିଜଅର୍ଡର (Dissociative identity disorder)
ବ‌ହୁଧା ବ୍ୟକ୍ତିତ୍ୱ ବେମାରୀ (Multiple personality disorder)
ବିଭାଗମାନସିକ ରୋଗ ବିଜ୍ଞାନ (Psychiatry)
ଲକ୍ଷଣଅତି କମ୍‌ରେ ଦୁଇଟି ପୃଥକ ବ୍ୟକ୍ତିତ୍ୱ (personality states), କେତେକ ଘଟଣା ମନେରଖିବା ସମସ୍ୟା[୧]
ଅବଧିଦୀର୍ଘକାଳୀନ[୨]
କାରଣଶିଶୁ ସମୟରେ ଆଘାତ (Childhood trauma), ପ୍ରେରିତ ଚିକିତ୍ସା [୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିନୈଦାନିକ ମାନ‌ଦଣ୍ଡ [୨]
ସଠିକ ରୋଗ ନିର୍ଣ୍ଣୟପ୍ରମୁଖ ଅବସାଦ ବେମାରୀ, ବାଇପୋଲାର ଡିଜଅଡର, ପିଟିଏସଡି (PTSD), ସାଇକୋଟିକ ଡିଜଅର୍ଡ଼ର (psychotic disorder), ପର୍ସୋନାଲିଟି ଡିଜଅର୍ଡ଼ର (personality disorder), କନଭର୍ସନ ଡିଜଅର୍ଡ଼ର (conversion disorder)[୧]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ମାନସିକ ଚିକିତ୍ସା (counselling)[୨]
ପୁନଃପୌନିକ~ଜନସଂଖ୍ୟାର ୨% [୪]

ଡିସୋସିଏଟିଭ ଆଇଡେଣ୍ଟିଟି ଡିଜଅର୍ଡର (ଇଂରାଜୀ ଭାଷାରେ Dissociative identity disorder ବା DID, ପୂର୍ବ ନାମ ମଲ୍ଟିପ୍ଲ ପର୍ସୋନାଲିଟି ଡିଜଅର୍ଡ଼ର/ multiple personality disorder),[୫] ଏକ ମାନସିକ ବେମାରୀ (mental disorder) ଯେଉଁଥିରେ ଦୁଇଟି ସ୍ୱତନ୍ତ୍ର ବ୍ୟକ୍ତିତ୍ୱ (personality states) ପ୍ରକାଶ ପାଏ ।[୧] ଅନେକ ସମୟରେ କେତେକ ଘଟଣା ମନେରଖିବା ସମସ୍ୟା ହୁଏ trouble remembering certain events ଯାହା ସାଧାରଣ ବିସ୍ମୃତିଠାରୁ ଅଧିକ ହୁଏ ।[୧] ଏହି ଦ୍ୱୈତ ବ୍ୟକ୍ତିତ୍ୱ ପର୍ଯ୍ୟାୟକ୍ରମେ ଦେଖାଦିଏ;[୧] କିନ୍ତୁ ଅସମ ଭାବରେ ପ୍ରକାଶ ପାଏ ।[୩] ଏହା ସ‌ହିତ ପୋଷ୍ଟ ଟ୍ରମାଟିକ ସ୍ଟ୍ରେସ ଡିଜଅର୍ଡ଼ର (post traumatic stress disorder), ବର୍ଡ଼ରଲାଇନ ପର୍ସୋନାଲିଟି ଡିଜଅର୍ଡ଼ର (borderline personality disorder), ପ୍ରମୁଖ ଅବସାଦ ବେମାରୀ depression, ସବସ୍ଟାନ୍ସ ମିସୟୁଜ ଡିଜଅର୍ଡ଼ର substance misuse disorder, ଆତ୍ମଘାତୀ (self-harm) ବା ଉଦ୍‌ବେଗ ଆଦି ବେମାରୀ ସଂଯୁକ୍ତ ହୋଇଥାଇପାରେ ।[୧][୩]

ପିଲାଦିନର ଆଘାତ (childhood trauma) ଯୋଗୁ ଏ ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୨] ପ୍ରାୟ ୯୦% ରୋଗୀଙ୍କ କ୍ଷେତ୍ରରେ ବାଳ ଶୋଷଣ (abuse in childhood) ଯୋଗୁ ଓ ଅନ୍ୟମାନଙ୍କର ଯୁଦ୍ଧ ଅନୁଭବ ବା ସ୍ୱାସ୍ଥ୍ୟ କାରଣରୁ ହୁଏ ।[୧] ଜେନେଟିକ କାରଣର ମଧ୍ୟ ଭୂମିକା ଥିବା ଜଣାଯାଏ ।[୩] ଅନ୍ୟ ହାଇପୋଥେସିସ ଅନୁସାରେ ହିପନୋସିସର (hypnosis) ଉପଜାତ (by-product of techniques employed by some therapists) ଯୋଗୁ ହୁଏ ।[୩][୬] ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ସମାନ ଧରଣର ଲକ୍ଷଣ ପ୍ରକାଶ କରୁଥିବା ରୋଗ ଯେପରିକି ମାଦକ ଦ୍ରବ୍ୟ ସେବନ substance abuse, ଅପସ୍ମାର ବାତ (seizure), ଧାର୍ମିକ ଅଭ୍ୟାସ (religious practice) ଓ କଳ୍ପନାଶୀଳ (imaginative) ଖେଳ ଇତ୍ୟାଦି ବିଷୟ ଚିନ୍ତାକରିବେ ।[୧]

ସ‌ହାୟକ ଯତ୍ନ (Supportive care) ଓ ମାନସିକ ଚିକିତ୍ସା (counselling)ର ସାହାଯ୍ୟ ନେଇ ଏହି ରୋଗର ଚିକିତ୍ସା କରାଯାଏ ।[୨] ସାଧାରଣତଃ ଏ ରୋଗ ବିନା ଚିକିତ୍ସାର ଲାଗିରହେ ।[୨][୭] ଜନସଂଖ୍ୟାର ପ୍ରାୟ ୨% ଲୋକ ଏ ରୋଗର ଶିକାର ହୁଅନ୍ତି ଓ ଡାକ୍ତରଖାନାରେ ଆଡମିଶନ ହେଉଥିବା ମାନସିକ ରୋଗୀଙ୍କର ପ୍ରାୟ ୩% ଏହି ରୋଗୀ ଥାଆନ୍ତି (Europe and North America) ।[୪] ପୁରୁଷଙ୍କ ଅପେକ୍ଷା ୬ ଗୁଣ ଅଧିକ ମହିଳାମାନେ ଆକ୍ରାନ୍ତ ହୋଇଥାଆନ୍ତି ।[୩] ବିଂଶ ଶତାବ୍ଦୀର (20th century) ଉତ୍ତରାର୍ଦ୍ଧରେ ଏଭଳି ରୋଗୀ ସଂଖ୍ୟା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି ।[୩]

ଉଭୟ ନ୍ୟାୟିକ ଓ ମାନସିକ ରୋଗ (psychiatry) କ୍ଷେତ୍ରରେ ଏହି ଡିଆରଡି ରୋଗ ବିବାଦାସ୍ପଦ ହୋଇ ରହିଛି ।[୩][୬] କୋର୍ଟରେ ଏହା କ୍ୱଚିତ ଏହା ପାଗଳାପଣର ପ୍ରତିବାଦୀ (insanity defense) ହୋଇ ସଫଳ ହୋଇଛି ।[୮][୯] ଉନ୍ନତ ଚିହ୍ନଟ ଯୋଗୁ ଅଥବା ମିଡିଆ ଯୋଗୁ ଏହାର ସଂଖ୍ୟା ବଢ଼ିବା ଭଳି ଜଣାଯାଉଛି, ସେ ପ୍ରଶ୍ନ ଅସମାହିତ ରହୁଛି ।[୩] ଅଧିକାଂଶ ରୋଗୀ ଅଳ୍ପ କେତେକ ଚିକିତ୍ସକଦ୍ୱାରା ଚିହ୍ନଟ ହେଉଥିବାରୁ ଏହା ଥେରାପିଦ୍ୱାରା ହୋଇପାରେ ବୋଲି ସନ୍ଦେହ ଆସୁଛି ।[୩] ଉପସ୍ଥାପିତ ଲକ୍ଷଣରେ ମଧ୍ୟ ବ‌ହୁତ ଫରଖ ଆସୁଥିବା ଜଣାଯାଏ ଯାହା ମିଡିଆର ଉପସ୍ଥାପନ ଯୋଗୁ ହୋଇପାରେ । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ American Psychiatric Association (2013), Diagnostic and Statistical Manual of Mental Disorders (5th ed.), Arlington: American Psychiatric Publishing, pp. 291–298, ISBN 978-0890425558
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Dissociative Identity Disorder". Merck Manuals Professional Edition. July 2017. Retrieved 5 January 2018.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ Beidel, edited by Deborah C.; Frueh,, B. Christopher; Hersen, Michel (2014). Adult psychopathology and diagnosis (Seventh ed.). Hoboken, N.J.: Wiley. pp. 414–422. ISBN 9781118657089. {{cite book}}: |first1= has generic name (help)CS1 maint: extra punctuation (link)
  4. ୪.୦ ୪.୧ International Society for the Study of Trauma Dissociation. (2011). "Guidelines for Treating Dissociative Identity Disorder in Adults, Third Revision" (PDF). Journal of Trauma & Dissociation. 12 (2): 188–212. doi:10.1080/15299732.2011.537248. PMID 21391104. Archived from the original (PDF) on 2018-07-12. Retrieved 2018-11-12.
  5. "The ICD-10 Classification of Mental and Behavioural Disorders" (PDF). World Health Organization.
  6. ୬.୦ ୬.୧ Reinders AA (2008). "Cross-examining dissociative identity disorder: Neuroimaging and etiology on trial". Neurocase. 14 (1): 44–53. doi:10.1080/13554790801992768. PMID 18569730.
  7. Brand, BL; Loewenstein, RJ; Spiegel, D (2014). "Dispelling myths about dissociative identity disorder treatment: an empirically based approach". Psychiatry. 77 (2): 169–89. doi:10.1521/psyc.2014.77.2.169. PMID 24865199.
  8. Farrell HM (2011). "Dissociative identity disorder: Medicolegal challenges". The Journal of the American Academy of Psychiatry and the Law. 39 (3): 402–406. PMID 21908758.
  9. Farrell, HM (2011). "Dissociative identity disorder: No excuse for criminal activity" (PDF). Current Psychiatry. 10 (6): 33–40. Archived from the original (PDF) on 2012-08-05.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ