ଡିଲେଶ୍ୱର ରଣା

ଉଇକିପିଡ଼ିଆ‌ରୁ
ଡିଲେଶ୍ୱର ରଣା
Dileswar Rana
୨୦୨୩ ମସିହାରେ ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟରେ ଡିଲେଶ୍ୱର ରଣା
ଜନ୍ମ (1994-03-15) ୧୫ ମାର୍ଚ୍ଚ ୧୯୯୪ (ବୟସ ୩୦)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଗାଳ୍ପିକ
  • କବି
ଉଲ୍ଲେଖନୀୟ କୃତିସେଁର୍‌ରା, ୨୦୨୧
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର, ୨୦୨୩

ଡିଲେଶ୍ୱର ରଣା (ଜନ୍ମ: ୧୪ ଜୁନ ୧୯୯୪) ଜଣେ ଓଡ଼ିଆ ଗାଳ୍ପିକ ଓ କବି । ୨୦୨୩ ମସିହାରେ ତାଙ୍କ ଗଳ୍ପ ସଂକଳନ ସେଁର୍‌ରା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମିଳିଥିଲା ।[୧]

ଜୀବନୀ[ସମ୍ପାଦନା]

ଡିଲେଶ୍ୱର ୧୯୯୪ ମସିହାର ମାର୍ଚ୍ଚ ୧୫ ତାରିଖରେ କଳାହାଣ୍ଡି ଜିଲ୍ଲାର ନର୍ଲାଠାରେ ଜନ୍ମଗ୍ରହଣ କରିଥିଲେ । ସେ ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଛନ୍ତି । ସେ ପେଶାରେ ଜଣେ ଶିକ୍ଷକ ।

ସାହିତ୍ୟ ସର୍ଜନା[ସମ୍ପାଦନା]

୨୦୨୧ ମସିହାରେ ଡିଲେଶ୍ୱରଙ୍କର ପ୍ରଥମ ଗଳ୍ପ ସଂକଳନ, ସେଁର୍‌ରା ଟାଇମ୍‌ପାସ୍ ପ୍ରକାଶନଦ୍ୱାରା ପ୍ରକାଶିତ ହୋଇଥିଲା । ୨୦୨୩ ମସିହାରେ ଭାରତ ସରକାରଙ୍କଦ୍ୱାରା ଆୟୋଜିତ ଆଜାଦି କି ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀ ଯୁବ ମେଣ୍ଟରସିପ୍ ଜରିଆରେ ତାଙ୍କ ୨ୟ ପୁସ୍ତକ ମେଳିଭୂଇଁ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ, ଇଣ୍ଡିଆଦ୍ୱାରା ପ୍ରକାଶିତ ହୋଇଥିଲା ।[୨]

ରଚନାବଳୀ[ସମ୍ପାଦନା]

  • ସେଁର୍‌ରା, ୨୦୨୧ (ଟାଇମ୍‌ପାସ୍ ପ୍ରକାଶନୀ ଦ୍ୱାରା)‌
  • ମେଳିଭୂଇଁ, ୨୦୨୩ (ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ, ଇଣ୍ଡିଆ)‌

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଉଦୟରାଗ ସମ୍ମାନ, ୨୦୧୯[୩]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର, ୨୦୨୩[୪]

ଆଧାର[ସମ୍ପାଦନା]

  1. "Odia sahitya academy youth award 2023.-PrameyaNews7". Prameya News7. କଳାହାଣ୍ଡି. 28 November 2023. Archived from the original on 28 November 2023. Retrieved 28 November 2023.
  2. "Young Writer Dileswar Rana Of Odisha's Kalahandi Selected For PM Yuva Mentorship". odishabytes (in ଆମେରିକୀୟ ଇଂରାଜୀ). 25 December 2021. Archived from the original on 28 November 2023. Retrieved 28 November 2023.
  3. Dhangadamajhi, Sunil Kumar (10 October 2019). "ଡିଲେଶ୍ୱର ରଣା ପାଇବେ ଉଦୟରାଗ ସମ୍ମାନ". ଓଡ଼ିଆ ବାର୍ତ୍ତା. Archived from the original on 28 November 2023. Retrieved 28 November 2023.
  4. "Sahitya Akademi Yuva Puraskar 2023 In Odia Goes To Dileswar Rana". Pragativadi (in Indian English). 28 November 2023. Archived from the original on 28 November 2023. Retrieved 28 November 2023.

ବାହାର ଆଧାର[ସମ୍ପାଦନା]