ଡାଲଟେପାରିନ

ଉଇକିପିଡ଼ିଆ‌ରୁ
ଡାଲଟେପାରିନ
Clinical data
Trade namesFragmin
SynonymsDalteparin sodium
AHFS/Drugs.commonograph
Pregnancy
category
Routes of
administration
Subcutaneous
Legal status
Legal status
Pharmacokinetic data
Bioavailability81-93%
Elimination half-life3-5 hours subcutaneous; 2.1-2.3 hours IV
ExcretionKidney
Identifiers
ECHA InfoCard100.110.590 Edit this at Wikidata

ଡାଲଟେପାରିନ (ଇଂରାଜୀ ଭାଷାରେ Dalteparin), ବେପାର ନାମ ଫ୍ରାଗମିନ, ହେଉଛି ଏକ ଔଷଧ ଯାହା ଗଭୀର ଶିରା ଥ୍ରୋମ୍ବୋସିସ୍ ଏବଂ ଫୁସଫୁସ ଏମ୍ବୋଲିଜ୍ମ ରୋଗମାନଙ୍କର ଚିକିତ୍ସା ତଥା ପ୍ରତିଷେଧ ପାଇଁ ବ୍ୟବହୃତ ହୁଏ | [୨] ଏହା ହୃଦ୍‌ଘାତରେ ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, କମ୍ ରକ୍ତ ପ୍ଲାଟେଲେଟ୍ ଏବଂ ଇଞ୍ଜେକସନ ସ୍ଥାନରେ ବ୍ରୁଇସ ହୋଇପାରେ ।[୨] ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ ।[୨] ଏହା ଏକ ପ୍ରକାର କମ୍ ମଲିକୁଲାର୍ ଓଜନର ହେପାରିନ୍ (LMWH) ।[୨] ଏହା ଆଣ୍ଟିଥ୍ରୋମ୍ବିନ ୩ (III) ସ‌ହିତ ସଂଯୁକ୍ତ ହୁଏ ଓ ଫ୍ୟାକ୍ଟର ୯ (IX) ଏବଂ ଥ୍ରୋମ୍ବିନର ସକ୍ରିୟତାକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]

୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡାଲଟେପାରିନ ଅନୁମୋଦିତ ହୋଇଥିଲା ।[୨] ଏନୋକ୍ସାପାରିନର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୪] ଯୁକ୍ତରାଜ୍ୟରେ ୫୦୦୦ ୟୁନିଟ ବିଶିଷ୍ଟ ଏକ ମାତ୍ରା ଔଷଧ ପିଛା ୨୦୨୧ରେ ୨.୮୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୦ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Dalteparin (Fragmin) Use During Pregnancy". Drugs.com. 27 November 2019. Archived from the original on 3 July 2020. Retrieved 1 June 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Dalteparin Monograph for Professionals". Drugs.com (in ଇଂରାଜୀ). Archived from the original on 14 April 2021. Retrieved 17 December 2021.
  3. "Low Molecular Weight Heparins". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 17 December 2021.
  4. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 144. ISBN 978-0857114105.
  6. "Fragmin Prices, Coupons & Savings Tips - GoodRx". GoodRx. Retrieved 17 December 2021.