Jump to content

ଡାକାର୍ବାଜିନ

ଉଇକିପିଡ଼ିଆ‌ରୁ
ଡାକାର୍ବାଜିନ
Clinical data
Pronunciation/dəˈkɑːrbəˌzn/
Trade namesDTIC-Dome, others
AHFS/Drugs.commonograph
MedlinePlusa682750
Pregnancy
category
  • US: C (Risk not ruled out)
    Routes of
    administration
    IV
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability100% (IV)
    MetabolismExtensive
    Elimination half-life5 hours
    ExcretionKidney (40% as unchanged dacarbazine)
    Identifiers
    • 5-(3,3-Dimethyl-1-triazenyl)imidazole-4-carboxamide
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.022.179 Edit this at Wikidata
    Chemical and physical data
    FormulaC6H10N6O
    Molar mass182.18 g/mol
    3D model (JSmol)
    • CN(C)/N=N/c1ncnc1C(N)=O
    • InChI=1S/C6H10N6O/c1-12(2)11-10-6-4(5(7)13)8-3-9-6/h3H,1-2H3,(H2,7,13)(H,8,9)/b11-10+ checkY
    • Key:FDKXTQMXEQVLRF-ZHACJKMWSA-N checkY
     ☒NcheckY (what is this?)  (verify)

    ଡାକାର୍ବାଜିନ (ଇଂରାଜୀ ଭାଷାରେ Dacarbazine ବା DTIC), ଅନ୍ୟ ନାମ ଇମିଡାଜୋଲ କାର୍ବୋକ୍‌ସାମାଇଡ) ଏକ କେମୋଥେରାପି ଔଷଧ (chemotherapy medication) ଯାହା ମେଲାନୋମାହଜକିନ୍ସ ଲିମ୍ଫୋମା ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । ହଜକିନ ରୋଗରେ ଏହା ଭିନବ୍ଲାସ୍ଟିନ, ବ୍ଲିଓମାଇସିନ (bleomycin) ଓ ଡୋକ୍‌ସୋରୁବିସିନ (doxorubicin) ଔଷଧମାନଙ୍କ ସ‌ହିତ ଦିଆଯାଏ । ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, ବାନ୍ତି, ସ୍ୱଳ୍ପ ରକ୍ତ କଣିକା (low white blood cell count) ଓ ସ୍ୱଳ୍ପ ରକ୍ତାଣୁ ଚକ୍ରିକା (low white blood cell count) ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ । ଗର୍ଭାବସ୍ଥାରେ ଔଷଧ ଦେଲେ ଶିଶୁର ନିରାପତ୍ତା ବିଷୟ ସ୍ପଷ୍ଟ ଜଣାଯାଇନାହିଁ । ଏହା ଏକ ଆଲକିଲେଟିଙ୍ଗ ଆଣ୍ଟିନିଓପ୍ଲାସ୍ଟିକ ଏଜେଣ୍ଟ (alkylating agent) ଓ ପ୍ୟୁରିନ ଆନାଲଗ (purine analog) ଶ୍ରେଣୀର ଔଷଧ ।[]

    ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୭୫ରେ ଡାକାର୍ବାଜିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୦୦ମିଗ୍ରା ଭାଏଲର କ୍ରୟ ମୂଲ୍ୟ ପ୍ରାୟ ୭.୪୫ରୁ ୧୮.୨୪ ଆମେରିକୀୟ ଡଲାର ।[] ଇଂଲଣ୍ଡରେ ଏହି ମାତ୍ରା ଔଷଧର ମୂଲ୍ୟ ପ୍ରାୟ ୭.୫୦ ପାଉଣ୍ଡ ।[]

    1. 1 2 3 "Dacarbazine". The American Society of Health-System Pharmacists. Retrieved 8 December 2016.
    2. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    3. "Dacarbazine". International Drug Price Indicator Guide. Retrieved 8 December 2016.[permanent dead link]
    4. British national formulary : BNF 69 (69 ed.). British Medical Association. 2015. p. 600. ISBN 9780857111562.