ଡର୍ମାଟୋମାୟୋସାଇଟିସ
ଡର୍ମାଟୋମାୟୋସାଇଟିସ (Dermatomyositis) | |
---|---|
ବିଭାଗ | ରିଉମାଟୋଲୋଜି (Rheumatology) |
ଲକ୍ଷଣ | ରାସ, ମାଂସପେଶୀ ଦୁର୍ବଳତା, ଓଜନ ହ୍ରାସ ଓ ଜ୍ୱର ।[୧] |
ଆକ୍ରାନ୍ତ ସମୟ | ୪୦ରୁ ୫୦ ବର୍ଷ ବୟସ [୨] |
ଅବଧି | ଦୀର୍ଘକାଳୀନLong term[୧] |
କାରଣ | ଅଜ୍ଞାତ[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ ନିର୍ଣ୍ଣୟ, ରକ୍ତ ପରୀକ୍ଷା, ଇଲେକଟ୍ରୋମାୟୋଗ୍ରାଫି (electromyography) ଓ ମାଂସପେଶୀ ବାୟୋପ୍ସି (muscle biopsies) । [୨] |
ସଠିକ ରୋଗ ନିର୍ଣ୍ଣୟ | ପଲିମାୟୋସାଇଟିସ (Polymyositis), ଇନକ୍ଲୁଜନ ମାୟୋସାଇଟିସ (inclusion body myositis), ସ୍କ୍ଲେରୋଡର୍ମା (scleroderma[୨] |
ଔଷଧ | କର୍ଟିକୋସ୍ଟିରଏଡ (Corticosteroids), ମେଥୋଟ୍ରେକ୍ସେଟ, ଆଜାଥାୟୋପ୍ରିନ[୧] |
ଚିକିତ୍ସା | ଔଷଧ, ଫିଜିକାଲ ଥେରାପି (physical therapy), ବ୍ୟାୟାମ, ଉତ୍ତାପ ଥେରାପି, ଅର୍ଥୋଟିକ୍ସ (orthotics), ସାହାଯ୍ୟକାରୀ ଯନ୍ତ୍ରପାତି ଓ ବିଶ୍ରାମ ।[୧] |
ପୁନଃପୌନିକ | ~ ବାର୍ଷିକ ୧୦୦,୦୦୦ ଲୋକରେ ଜଣେ । [୨] |
ଡର୍ମାଟୋମାୟୋସାଇଟିସ ବା ଡିଏମ (ଇଂରାଜୀ ଭାଷାରେ Dermatomyositis/ DM) ଏକ ଦୀର୍ଘକାଳୀନ ମାଂସପେଶୀ (muscles) ପ୍ରଦାହ ବେମାରୀ (inflammatory disorder) ।[୧] ଏହି ରୋଗରେ ଚର୍ମ ରାସ ଓ ସମୟ କ୍ରମେ ମାଂସପେଶୀ ଦୁର୍ବଳ ଲକ୍ଷଣ ଦେଖାଯାଏ ।[୧] ଏହି ଲକ୍ଷଣ ହଠାତ ବା ସମୟ କ୍ରମେ ଦେଖାଯାଏ ।[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଓଜନ ହ୍ରାସ, ଜ୍ୱର, ଫୁସଫୁସ ପ୍ରଦାହ ଓ ଆଲୋକ ସମ୍ବେଦନଶୀଳ ହେବା ଦେଖାଯାଏ ।[୧] ରୋଗ ଅଧିକ ଜଟିଳ ହେଲେ କ୍ୟାଲସିନୋସିସ (calcium deposits in muscles or skin) ବା ଚର୍ମ ଓ ମାଂସପେଶୀରେ କ୍ୟାଲସିଅମ ଜମା ହୋଇଯାଏ । [୧]
ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୧] ଏହାର ଅଟୋଇମ୍ମ୍ୟୁନ ରୋଗ (autoimmune disease) ବା ଭୁତାଣୁ ସଂକ୍ରମଣ (viral infection) ଯୋଗୁ ହେଉଥିବା ପ୍ରତିପାଦନ କରାଯାଉଛି ।[୧] ଏହା ଏକ ପ୍ରକାର ପ୍ରଦାହ ଜନିତ ମାୟୋପାଥି (inflammatory myopathy) ରୋଗ ।[୧] ଲକ୍ଷଣ, ରକ୍ତ ପରୀକ୍ଷା, ଇଲେକଟ୍ରୋମାୟୋଗ୍ରାଫି (electromyography) ଓ ମାଂସପେଶୀ ବାୟୋପ୍ସି (muscle biopsies) ଆଦି ପରୀକ୍ଷାମାନଙ୍କର ସାହାଯ୍ୟ ନେଇ ରୋଗ ନିର୍ଣ୍ଣୟ କରାଯାଏ ।[୨]
ଏହି ରୋଗ ଆରୋଗ୍ୟ ହୁଏନି କିନ୍ତୁ ଚିକିତ୍ସା ଫଳରେ ଲକ୍ଷଣରେ ଉନ୍ନତି ହୁଏ ।[୧] ସାଧାରଣତଃ ଔଷଧ, ଫିଜିକାଲ ଥେରାପି (physical therapy), ବ୍ୟାୟାମ, ଉତ୍ତାପ ଥେରାପି, ଅର୍ଥୋଟିକ୍ସ (orthotics), ସାହାଯ୍ୟକାରୀ ଯନ୍ତ୍ରପାତି ଓ ବିଶ୍ରାମ ଦେଇ ଚିକିତ୍ସା କରାଯାଏ ।[୧] ସାଧାରଣତଃ କର୍ଟିକୋସ୍ଟିରଏଡ (Corticosteroids) ଦେଇ ଚିକିତ୍ସା କରାଯାଏ ଓ ଉନ୍ନତି ନହେଲେ (ମେଥୋଟ୍ରେକ୍ସେଟ), (ଆଜାଥାୟୋପ୍ରିନ) ଇତ୍ୟାଦି ବ୍ୟବହାର କରାଯାଏ ।[୧] ଶିରାଭ୍ୟନ୍ତର ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (Intravenous immunoglobulin) ଦେଲେ ମଧ୍ୟ ଉନ୍ନତି ହୁଏ । [୧] ଉପଯୁକ୍ତ ଚିକିତ୍ସାରେ ଅଧିକାଂଶ ରୋଗୀଙ୍କର ଉନ୍ନତି ହୁଏ ଓ ଅଳ୍ପ କେତେକ ଲୋକଙ୍କର ରୋଗ ଭଲ ହୋଇଯାଏ ।[୧]
ବର୍ଷକୁ ୧୦୦,୦୦୦ଲୋକରେ ଜଣେ ନୂଆ ଡର୍ମାଟୋମାୟୋସାଇଟିସ ରୋଗୀ ଚିହ୍ନଟ ହୁଏ ।[୨] ଚାଳିଶ ଓ ପଚାଶ ଦଶକରେ ଏହି ରୋଗ ହୁଏ ଓ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ;[୨] କିନ୍ତୁ ଯେ କୌଣସି ବୟସରେ ଏହି ରୋଗ ହୋଇପାରେ ।[୨] ସନ ୧୮୦୦ରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରାଯାଇଥିଲା ।[୩]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ "Dermatomyositis". GARD (in ଇଂରାଜୀ). 2017. Archived from the original on 5 ଜୁଲାଇ 2017. Retrieved 13 ଜୁଲାଇ 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Dermatomyositis". NORD (National Organization for Rare Disorders). 2015. Archived from the original on 19 ଫେବୃଆରୀ 2017. Retrieved 13 ଜୁଲାଇ 2017.
- ↑ Dourmishev, Lyubomir A.; Dourmishev, Assen Lyubenov (2009). Dermatomyositis: Advances in Recognition, Understanding and Management (in ଇଂରାଜୀ). Springer Science & Business Media. p. 5. ISBN 9783540793137. Archived from the original on 8 ସେପ୍ଟେମ୍ବର 2017.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |