ଟ୍ରାଇଫ୍ଲୁରିଡାଇନ/ଟିପିରାସିଲ
| Combination of | |
|---|---|
| Trifluridine | Cytotoxin |
| Tipiracil | Thymidine phosphorylase inhibitor |
| Clinical data | |
| Trade names | Lonsurf |
| Synonyms | TAS-102 |
| AHFS/Drugs.com | monograph |
| MedlinePlus | a615049 |
| data | |
| Pregnancy category | |
| Routes of administration | By mouth (tablets) |
| Legal status | |
| Legal status | |
ଟ୍ରାଇଫ୍ଲୁରିଡାଇନ/ଟିପିରାସିଲ, ଲନ୍ସର୍ଫ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ମେଟାଷ୍ଟାଟିକ୍ ବୃହଦନ୍ତ୍ରମଳାଶୟ କର୍କଟ କିମ୍ବା ପାକସ୍ଥଳୀ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ, ଯେଉଁମାନଙ୍କ ମଧ୍ୟରେ ଅନ୍ୟ ସବୁ ଚିକିତ୍ସା ବିଫଳ ହୋଇଛି ।[୩] ଏହା ପାଟିରେ ଦିଆଯାଏ ।[୪]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ହେଉଛି ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ, ଥକ୍କାଣ, ଅଇ, ଜ୍ୱର, କେଶ ଝଡ଼ିବା ଏବଂ ସ୍ୱଳ୍ପ ଲୋହିତ ରକ୍ତ କଣିକା ହୋଇପାରେ ।[୩] [୫] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଟ୍ରାଇଫ୍ଲୁରିଡାଇନ ନାମକ ଏକ ନ୍ୟୁକ୍ଲିଓସାଇଡ୍ ଆନାଲଗ ଏବଂ ଟିପିରାସିଲ ନାମକ ଏକ ଥାଇମିଡାଇନ ଫସଫୋରିଲେଜ ଅବରୋଧକାରୀ ମିଶ୍ରଣ ।[୫] [୩] ଟ୍ରାଇଫ୍ଲୁରିଡାଇନ୍ ଭାଙ୍ଗିବାକୁ ଟିପିରାସିଲ ରୋକିଥାଏ, ଯାହାଦ୍ୱାରା ଏହାର ସ୍ତର ବୃଦ୍ଧି ହୋଇଥାଏ ।[୩]
୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୬ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟ୍ରାଇଫ୍ଲୁରିଡାଇନ/ଟିପିରାସିଲ ଅନୁମୋଦିତ ହୋଇଥିଲା ।[୩] [୫] ଯୁକ୍ତରାଜ୍ୟରେ ୨୦ ମିଗ୍ରା ବିଶିଷ୍ଟ ୨୦ଟି ଟ୍ରାଇଫ୍ଲୁରିଡାଇନ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୨୦୦୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦୦୦ ଡଲାର ଅଟେ। [୬]
ଆଧାର
[ସମ୍ପାଦନା]- ↑ "UK Label: Lonsurf - Summary of Product Characteristics". Electronic Medicines Compendium. August 2017. Archived from the original on 11 May 2018. Retrieved 10 May 2018.
- ↑ "Lonsurf- trifluridine and tipiracil tablet, film coated". DailyMed. 14 January 2020. Archived from the original on 21 October 2020. Retrieved 20 October 2020.
- 1 2 3 4 5 6 7 "Lonsurf EPAR". European Medicines Agency (EMA). Archived from the original on 21 October 2020. Retrieved 20 October 2020.
- 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 969. ISBN 978-0-85711-369-6.
{{cite book}}: CS1 maint: date format (link) - 1 2 3 4 "Trifluridine and Tipiracil Monograph for Professionals". Drugs.com (in ଇଂରାଜୀ). Archived from the original on 21 September 2021. Retrieved 19 September 2021.
- ↑ "Lonsurf Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 19 September 2021.