ଟେସ୍ଟୋସ୍ଟିରନ
Clinical data | |
---|---|
Trade names | ବେପାର ନାମ Androderm ଇତ୍ୟାଦି |
Synonyms | Δ4-Androsten-17β-ol-3-one |
AHFS/Drugs.com | monograph |
MedlinePlus | a614041 |
data |
|
Pregnancy category |
|
Routes of administration | ମାଂସପେଶୀ ଇଞ୍ଜେକସନ, ଚର୍ମ ମାଧ୍ୟମ (କ୍ରିମ, ଜେଲ ବା ପ୍ୟାଚ ଆକାର) ଓ ସବ୍-କ୍ୟୁ ପେଲେଟ । |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Low (due to extensive first pass metabolism) |
Metabolism | Liver, testis and prostate |
Elimination half-life | 2–4 hours |
Excretion | Urine (90%), feces (6%) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.336 |
Chemical and physical data | |
Formula | C19H28O2 |
Molar mass | 288.42 |
3D model (JSmol) | |
Specific rotation | +110.2° |
Melting point | 155 °C (311 °F) |
| |
| |
(verify) |
ଟେସ୍ଟୋସ୍ଟିରନ (ଇଂରାଜୀ ଭାଷାରେ Testosterone) ଏକ ଔଷଧ ଓ ଏହା ଦେହରେ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଏକ ସ୍ଟିରଏଡ ହରମୋନ ।[୧] ମେଲ ହାଇପୋଗୋନାଡିଜ୍ମ (male hypogonadism) ଓ କେତେକ ଧରଣର ସ୍ତନ କର୍କଟରେ ଏହି ଔଷଧ ଦିଆଯାଏ । ଏହାଦ୍ୱାରା କ୍ରୀଡ଼ା ସାମର୍ଥ୍ୟ (athletic ability) ବଢ଼ିଯାଏ ।[୧] ବୟସ୍କ ପୁରୁଷଙ୍କର ଟେସ୍ଟୋସ୍ଟିରନ ସ୍ତର ବଢ଼େଇବା ନିମନ୍ତେ ଏହା ଉପକାରୀ କି କ୍ଷତିକାରକ, ସେ ବିଷୟ ସ୍ପଷ୍ଟ ହୋଇ ନାହିଁ ।[୨] ଟେସ୍ଟୋସ୍ଟିରନ ଚର୍ମରେ ଲଗେଇ ଦିଆଯାଏ, ଇଞ୍ଜେକସନ ଆକାରରେ ଦିଆଯାଏ ବା ଗାଲରେ ଲଗାଯାଏ ।[୧]
ଟେସ୍ଟୋସ୍ଟିରନର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବ୍ରଣ (acne), ଫୁଲିବା ଓ ଗାଇନାକୋମାସ୍ଟିଆ ବା ପୁରୁଷ ସ୍ତନ ବୃଦ୍ଧି (breast enlargement in males) ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଯକୃତ ବିଷାକ୍ତ (liver toxicity), ହୃତ୍ପିଣ୍ଡ ରୋଗ (heart disease) ଓ ବ୍ୟବହାରିକ ପରିବର୍ତ୍ତନ ହୁଏ । ମହିଳା ଓ ପିଲାଙ୍କ ଦେହରେ ଭିରିଲାଇଜେସନ (virilization) ବା ପୁରୁଷ ଚିହ୍ନ ପ୍ରକାଶ ପାଏ । ପ୍ରୋସ୍ଟେଟ କର୍କଟ ରୋଗୀ ଏହି ଔଷଧ ବ୍ୟବହାର କରିବା ଉଚିତ ନୁହେଁ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ବିପଦ ସୃଷ୍ଟି କରିପାରେ ।[୧]
ପୁରୁଷଙ୍କର ମୁଷ୍କ (testicles) ବା ଟେସ୍ଟିକ୍ଲରେ ଟେସ୍ଟୋସ୍ଟିରନ ତିଆରି ହୁଏ । ଆଡ୍ରେନାଲ ଗ୍ରନ୍ଥି (adrenal gland) ଓ ଓଭାରିରେ (ovaries) ମଧ୍ୟ ଏହା ସ୍ୱଳ୍ପ ମାତ୍ରାରେ ତିଆରି ହୁଏ ।[୩] ଏହା ପୁରୁଷଙ୍କର ମୂଖ୍ୟ ଯୌନ ହରମୋନ ଓ ପୁରୁଷ ପ୍ରଜନନ ପ୍ରଣାଳୀରେ ମୂଖ୍ୟ ଭୂମିକା ନିର୍ବାହ କରିଥାଏ । ଯୁବାବସ୍ଥା ଆରମ୍ଭରେ ମାଂସପେଶୀ ବିକାଶ ଓ ପୁରୁଷ ସୁଲଭ ବାଳ (body hair) ତିଆରି ଆଦି ସେକେଣ୍ଡାରୀ ଯୌନ ଲକ୍ଷଣ (secondary sexual characteristic) ପ୍ରକାଶ ପାଏ ।[୪] ଯୁବତୀମାନଙ୍କ ଅପେକ୍ଷା ଯୁବା ପୁରୁଷଙ୍କର ଟେସ୍ଟୋସ୍ଟିରନ ସ୍ତର ୫ଗୁଣ ଅଧିକ ଥାଏ ।[୫]
ସନ ୧୯୩୫ରେ ପ୍ରଥମେ ଟେସ୍ଟୋସ୍ଟିରନ ତିଆରି କରାଯାଇଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ବ୍ୟବହାର ୨୦୦୧ରୁ ୨୦୧୧ ମଧ୍ୟରେ ୩ଗୁଣ ବଢ଼ିଯାଇଛି ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ଏହାର ମୂଲ୍ୟ ଏହାର ଆକାର ପ୍ରକାର ଉପରେ ନିର୍ଭର କରେ ।[୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Testosterone". Drugs.com. American Society of Health-System Pharmacists. December 4, 2015. Retrieved 3 September 2016.
- ↑ Staff (3 March 2015). "Testosterone Products: Drug Safety Communication – FDA Cautions About Using Testosterone Products for Low Testosterone Due to Aging; Requires Labeling Change to Inform of Possible Increased Risk of Heart Attack And Stroke". FDA. Retrieved 5 March 2015.
- ↑ Puri, Dinesh (2014). Textbook of Medical Biochemistry (in ଇଂରାଜୀ) (3 ed.). Elsevier Health Sciences. p. 631. ISBN 9788131238059.
- ↑ Heffner, Linda J.; Schust, Danny J. (2010). The Reproductive System at a Glance (in ଇଂରାଜୀ). John Wiley & Sons. p. 17. ISBN 9781405194525.
- ↑ Burtis, Carl A.; Ashwood, Edward R.; Bruns, David E. (2012). Tietz Textbook of Clinical Chemistry and Molecular Diagnostics (in ଇଂରାଜୀ) (5 ed.). Elsevier Health Sciences. p. 1975. ISBN 1455759422.
- ↑ N. Taylor, William (2002). Anabolic Steroids and the Athlete, 2d ed (in ଇଂରାଜୀ) (2 ed.). McFarland. p. 180. ISBN 9780786411283.
- ↑ Desroches, B; Kohn, TP; Welliver, C; Pastuszak, AW (April 2016). "Testosterone therapy in the new era of Food and Drug Administration oversight". Translational andrology and urology. 5 (2): 207–12. PMID 27141448.
- ↑ "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 197. ISBN 9781284057560.