ଟେମିଂକ୍ ନୁକୁରି ପକ୍ଷୀ
Appearance
ଟେମିଂକ୍ ନୁକୁରି ପକ୍ଷୀ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Charadriiformes |
Family: | Glareolidae |
Genus: | Cursorius |
ଜାତି: | C. temminckii |
ବାଇନୋମିଆଲ ନାମ | |
Cursorius temminckii ୱିଲିୟମ୍ ଜନ୍ ସ୍ୱୈନ୍ସନ୍, ୧୮୨୨
|
ଟେମିଂକ୍ ନୁକୁରି ପକ୍ଷୀ (ଇଂରାଜୀରେ Temminck's courser, ଜୀବବିଜ୍ଞାନ ନାମ Cursorius temminckii) ନୁକୁରି ପକ୍ଷୀ ପରିବାର ଗ୍ଲେରିଓଲିଡାଏର ଏକ ସଦସ୍ୟ ପକ୍ଷୀ । ଆଫ୍ରିକାର ଉପ-ସାହାରା ଅଞ୍ଚଳରେ ଏହି ୱେଡର୍ ବର୍ଗୀକୃତ ପକ୍ଷୀମାନଙ୍କୁ ଦେଖିବାକୁ ମିଳେ । ଆଫ୍ରିକୀୟ ସାଭାନ୍ନା ତୃଣଭୂମିର ପୋଡ଼ା ଯାଇଥିବା ବୁଦା ଓ ଘାସ ମଧ୍ୟରେ ଏହି ପକ୍ଷୀ ନିଜର ଗାଢ଼ ପାଉଁଶିଆ ରଙ୍ଗର ଅଣ୍ଡା ଦେବା ଲକ୍ଷ୍ୟ କରାଯାଇଛି ।[୨][୩][୪]
ଉପପ୍ରଜାତି ସମୂହ
[ସମ୍ପାଦନା]ଟେମିଂକ୍ ନୁକୁରି ପକ୍ଷୀର ତିନୋଟି ଉପପ୍ରଜାତି ରହିଛନ୍ତି ।[୫]
- କର୍ସୋରିୟସ୍ ଟେମିଂକି ଟେମିଂକି (C. t. temminckii), (ୱିଲିୟମ୍ ଜନ୍ ସ୍ୱୈନ୍ସନ୍, ୧୮୨୨) ଉପପ୍ରଜାତି : ସେନେଗାଲରୁ ନେଇ ଇଥିଓପିଆ, କେନିଆ ଓ ଉତ୍ତର ତାଞ୍ଜାନିଆ
- କର୍ସୋରିୟସ୍ ଟେମିଂକି ରୁଭାନେନ୍ସିସ୍ (C. t. ruvanensis), (ଗ୍ୟୁଲା ମାଦାରଜ୍, ୧୯୧୫) ଉପପ୍ରଜାତି : ଦକ୍ଷିଣ ତାଞ୍ଜାନିଆରୁ ନେଇ ଅଂଗୋଲା, ମୋଜାମ୍ବିକ୍ ଓ ଉତ୍ତର-ପୂର୍ବ ଦକ୍ଷିଣ ଆଫ୍ରିକା
- କର୍ସୋରିୟସ୍ ଟେମିଂକି ଏରିଡସ୍ (C. t. aridus), (ଫିଲିପ୍ କ୍ଲେନ୍ସି, ୧୯୮୯) ଉପପ୍ରଜାତି : ଉତ୍ତର ନାମିବିଆରୁ ନେଇ ପଶ୍ଚିମ ଜିମ୍ବାୱେ
ଏହି ନୁକୁରି ପକ୍ଷୀର ସାଧାରଣ ନାମ ଓ ଜୀବବିଜ୍ଞାନ ନାମରେ ରହିଥିବା “ଟେମିଂକ୍” ଶବ୍ଦ ପ୍ରସିଦ୍ଧ ଓଲନ୍ଦାଜ ପ୍ରକୃତିବିତ୍ କନ୍ରାଡ଼୍ ୟାକବ୍ ଟେମିଂକ୍ଙ୍କ ସମ୍ମାନରେ ରଖାଯାଇଛି ।[୬]
ଆଧାର
[ସମ୍ପାଦନା]- ↑ BirdLife International (2012). "Cursorius temminckii". Retrieved 26 November 2013.
{{cite journal}}
: Cite journal requires|journal=
(help); Invalid|ref=harv
(help) - ↑ Johann Georg Goldammer; Cornelis De Ronde (2004). Wildland Fire Management Handbook for Sub-Sahara Africa. African Minds. pp. 82–. ISBN 978-1-919833-65-1.
- ↑ Frost, P. G. H. (1984). "The Responses and Survival of Organisms in Fire-Prone Environments". Ecological Effects of Fire in South African Ecosystems. Ecological Studies. Vol. 48. pp. 273–309. doi:10.1007/978-3-642-69805-7_13. ISBN 978-3-642-69807-1. ISSN 0070-8356.
- ↑ Engelbrecht, G.D. (2001). "First record of the fledging period of Temminck's Courser,Cursorius temminckii". Ostrich. 72 (1–2): 117–118. doi:10.2989/00306520109485296. ISSN 0030-6525. S2CID 88119355.
- ↑ Gill, Frank; Donsker, David, eds. (2019). "Sandpipers, snipes, coursers". World Bird List Version 9.2. International Ornithologists' Union. Retrieved 25 June 2019.
- ↑ Beolens, Bo; Watkins, Michael (2003). Whose Bird? Men and Women Commemorated in the Common Names of Birds. London: Christopher Helm. pp. 335–336.
- Temminck's courser - Species text in The Atlas of Southern African Birds.