ଟେଣ୍ଟେଇ

ଉଇକିପିଡ଼ିଆ ରୁ
Jump to navigation Jump to search
{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/ଛାଞ୍ଚ:Taxonomy/Vanellus|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}
Vanellus indicus
Red wattled lapwing 3.jpg
ଟେଣ୍ଟେଇ (Vanellus indicus indicus ଉପ-ପ୍ରଜାତି)
ଟେଣ୍ଟେଇର ଡାକ
Conservation status
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Unrecognized taxon (fix): Vanellus
ଜାତି: V. indicus
ବାଇନୋମିଆଲ ନାମ
Vanellus indicus
ପିଟର୍ ବୋଡେର୍ଟ୍, ୧୭୮୩
Vanellus indicus map.svg
ମାନଚିତ୍ରରେ ଭୌଗୋଳିକ ବ୍ୟାପ୍ତି
Synonyms

Hoplopterus indicus
Lobivanellus indicus
Lobivanellus goensis
Tringa indica
Sarcogrammus indicus

ଟେଣ୍ଟେଇ ବା ତିତିରି(ଈଂରାଜୀରେ red-wattled lapwing, ଜୀବବିଜ୍ଞାନ ନାମ Vanellus indicus) କ୍ୟାରାଡିଡ୍ରାଏ ପରିବାରର ଏକ ଏସୀୟ ପକ୍ଷୀ । ବଣ ଜଙ୍ଗଲ ବା ସନ୍ତସନ୍ତିଆ ସ୍ଥାନରେ ଏମାନେ ପାଦରେ ବୁଲି ବୁଲି ଖାଦ୍ୟ ଅନ୍ୱେଷଣ କରନ୍ତି । ଆଖପାଖରେ କୌଣସି ପଶୁ ବା ମଣିଷର ଗତିବିଧି ଦେଖିଲେ ଏମାନେ ଖୁବ୍ ଉଚ୍ଚ ସ୍ୱରରେ ସତର୍କ ସୂଚନା ଦିଅନ୍ତି ।[୨] ଭାରତକୁ ଆସିଥିବା ୟୁରୋପୀୟମାନଙ୍କୁ ଏମାନଙ୍କ ସତର୍କ ଧ୍ୱନିଟି ଈଂରାଜୀ ଭାଷାରେ ଡିଡ୍ ହି ଡୁ ଇଟ୍ (did he do it) ବା ପିଟି ଟୁ ଡୁ ଇଟ୍ (pity to do it) ପରି ଶୁଣାଗଲା । ତେଣୁ ଅନେକ ପୁସ୍ତକ, ଗଳ୍ପରେ ଏହି ପକ୍ଷୀକୁ ଡିଡ୍ ହି ଡୁ ଇଟ୍ ପକ୍ଷୀ ବୋଲ ମଧ୍ୟ କୁହାଯାଇଛି ।[୩] ସ୍କଟ୍ ଶିକାରୀ ଓ ଜଙ୍ଗଲ କାହାଣୀ ଲେଖକ କେନ୍ନେଥ୍ ଆଣ୍ଡର୍ସନ୍ ନିଜ ଗଳ୍ପରେ ଏହି ପକ୍ଷୀକୁ ଡିଡ୍ ୟୁ ଡୁ ଇଟ୍ ଚଢ଼େଇ ବୋଲି କହିଛନ୍ତି । ସାଧାରଣତଃ ଟେଣ୍ଟେଇ ଯୋଡ଼ାରେ ବା ଛୋଟ ଦଳରେ ରୁହନ୍ତି । କୌଣସି ଜଳାଶୟର ନିକଟରେ ଏମାନଙ୍କୁ ଦେଖିବାକୁ ମିଳେ । ପ୍ରତିକୁଳ ପ୍ରଜନନ ସମୟରେ ଅର୍ଥାତ୍ ଶୀତଦିନରେ ଏମାନେ ବଡ଼ ଗୋଠରେ ଏକତ୍ରିତ ହେବାର ଦେଖାଯାଏ । ଏମାନେ ଭୂମି ଉପରେ ନିଜର ବସା ତିଆରି କରନ୍ତି ଓ ସେଥିରେ ୩ରୁ ୪ଟି ଅଣ୍ଡା ଦିଅନ୍ତି । ଏହି ଅଣ୍ଡାର ବାହ୍ୟ ପାର୍ଶ୍ୱର ଛଳାବରଣ ଯୋଗୁଁ ଏହାକୁ ସହଜରେ ଦେଖିହୁଏ ନାହିଁ । କୌଣସି ପରଭୋଜୀ ପ୍ରାଣୀର ଆଗମନରେ ଏମାନେ ନିଜ ବସା ଚାରିପଟେ ଉଡ଼ି ବୁଲନ୍ତି ଓ ଉଚ୍ଚ ସ୍ୱରରେ ସତର୍କ ସୂଚନା ଦିଅନ୍ତି । ଉଡ଼ିଲା ବେଳେ ପରଭୋଜୀ ପ୍ରାଣୀ ଉପରକୁ ଦେଖାଣିଆ ଲମ୍ଫ ମଧ୍ୟ ଦିଅନ୍ତି । ଟେଣ୍ଟେଇ ଛୁଆମାନଙ୍କ ଦେହର ରୂପ ମଧ୍ୟ ନିଆରା ଓ ଭୂମିରେ ଛଳାବରଣ ଜାଣି ପାରିବା କଷ୍ଟକର । ଅଣ୍ଡାରୁ ଫୁଟି ବାହାରିବା ମାତ୍ରେ ଖାଦ୍ୟ ଅନ୍ୱେଷଣରେ ଏମାନେ ନିଜ ମାତାପିତାଙ୍କୁ ଅନୁସରଣ କରି ଚାଲିବା ଆରମ୍ଭ କରିଦିଅନ୍ତି । ବିପଦ ଦେଖିଲେ ଭୂମିରେ ବସିଯାନ୍ତି ବା ଘାସ ବୁଦା ଉହାଡ଼ରେ ଲୁଚିଯାନ୍ତି ।[୪]

ବର୍ଗୀକରଣ[ସମ୍ପାଦନା]

ଟେଣ୍ଟେଇର ମୁହଁରେ ଏକ ଅଳଙ୍କାର ପରି ରହିଥିବା ଲାଲ୍ ଦାଗ

ସ୍ଥାନୀୟ ଶିକାରୀ ଓ ବନବାସୀ ଲୋକେ ଟେଣ୍ଟେଇ ସହିତ ବହୁ ପୂର୍ବରୁ ପରିଚିତ । ଜଣେ ଫରାସୀ ବହୁଜ୍ଞ ଜର୍ଜ୍ ଲୁଇ ଲେକ୍ଲେ (କମ୍ଟେ ଡି ବୁଫୋନ୍)ଙ୍କ ୧୭୮୧ ମସିହାରେ ପ୍ରକାଶିତ ପୁସ୍ତକ Histoire Naturelle des Oiseauxରେ ପ୍ରଥମ ଥର ପାଇଁ ଟେଣ୍ଟେଇର ଉଲ୍ଲେଖ ମିଳିଥିଲା ।[୫] ଏଡ୍ମେ ଲୁଇ ଡବେଣ୍ଟଁଙ୍କ ନିରୀକ୍ଷଣରେ ଫ୍ରାଙ୍କୋଇଜ୍ ନିକୋଲାସ୍ ମାର୍ଟିନେଟ୍‍ଙ୍କଦ୍ୱାରା ଚିତ୍ରିତ Planches Enluminées D'Histoire Naturelle ଫଳକରେ ରହିଥିବା ଟେଣ୍ଟେଇ ଚିତ୍ର ବୁଫୋନ୍‍ଙ୍କ ଲେଖାର ସମର୍ଥନ କରୁଥିଲା ।[୬] ଉଭୟ ଚିତ୍ର ଓ ଲେଖାରେ କିନ୍ତୁ କୌଣସି ବୈଜ୍ଞାନିକ ନାମ ଦିଆଯାଇନଥିଲା । ୧୭୮୩ ମସିହାରେ ଓଲନ୍ଦାଜ ପ୍ରକୃତିବିତ୍ ପିଟର୍ ବୋଡେର୍ଟ ନିଜ ଲେଖା Planche Enluminéesରେ ଟ୍ରିଙ୍ଗା ଇଣ୍ଡିକା (Tringa indica) ବାଇନୋମିଆଲ୍ ନାମର ବ୍ୟବହାର କରିଥିଲେ ।[୭] ଭାରତର ପଶ୍ଚିମ ଉପକୂଳସ୍ଥ ଗୋଆରେ ସେ ଏହି ପ୍ରଜାତିକୁ ଦେଖିଥିଲେ ।[୮] ପରବର୍ତ୍ତୀ ସମୟରେ ଟେଣ୍ଟେଇ ବିଭିନ୍ନ ସମୟରେ SarcogrammusLobivanellus ପ୍ରଜାତିରେ ପରିଗଣିତ ହେଲା ଓ ସର୍ବଶେଷରେ ଆଉ ଜଣେ ଫରାସୀ ଜୀବବିଜ୍ଞାନୀ ମାଥୁରିନ୍ ଜାକ୍ସ୍ ବ୍ରିଶଁଙ୍କଦ୍ୱାରା ୧୭୬୦ ମସିହାରେ ପ୍ରସ୍ତାବିତ Vanellus ପ୍ରଜାତିରେ ସ୍ଥାନ ପାଇଲା ।[୯][୧୦] Vanellus ଶବ୍ଦଟି ହେଉଛି ଲାପ୍‍ୱିଂଗ୍ ("lapwing") ଚଢ଼େଇର ଏକ ମଧ୍ୟଯୁଗୀୟ ଲାଟିନ୍ ନାମ । ଲାଟିନ୍ ଶବ୍ଦ vanusର ଅର୍ଥ ପଙ୍ଖା କରିବା ବା ପାଛୋଡ଼ିବା ଏବଂ indicus ଶବ୍ଦର ଅର୍ଥ ହେଲା ଭାରତ ।[୧୧]

ଏହି ଚଢ଼େଇର ଭୌଗୋଳିକ ବିତରଣ ଖୁବ୍ ବ୍ୟାପ୍ତ ଏବଂ ସବୁ ଅଞ୍ଚଳର ଟେଣ୍ଟେଇଙ୍କ ରଙ୍ଗରୂପରେ ସାମାନ୍ୟ ତଫାତ୍ ଦେଖିବାକୁ ମିଳେ । ଏହି ପକ୍ଷୀଙ୍କର ୪ ଗୋଟି ଉପ-ପ୍ରଜାତି ଚିହ୍ନଟ କରାଯାଇଛି :[୧୨]

ବିବରଣୀ[ସମ୍ପାଦନା]

ଉଡ଼ୁଥିବା ଏକ ଟେଣ୍ଟେଇର ଲାଞ୍ଜ ଓ ଡେଣାର ରଙ୍ଗ
ଆଉ ଏକ ଉଡ଼ୁଥିବା ଟେଣ୍ଟେଇ

ଟେଣ୍ଟେଇ ଚଢ଼େଇ ପ୍ରାୟ ୩୫ ସେ.ମି. ଲମ୍ବା । ଶରୀରର ପୃଷ୍ଠ ଓ ଡେଣାଗୁଡ଼ିକ ଫିକା ମାଟିଆ ରଙ୍ଗର ଓ ମଝିରେ ମଝିରେ ସବୁଜ ବା ବାଇଗଣୀ ଦାଗ ରହିଥାଏ । ମୁଣ୍ଡ ଓ ବେକର ଅଧିକାଂଶ ଭାଗ କଳା ରଙ୍ଗର । ଏକ ସ୍ପଷ୍ଟ ଧଳା ଦାଗ କଳା ଓ ମାଟିଆ ରଙ୍ଗର ପରକୁ ଲାଗି ମୁଣ୍ଡ, ବେକ, ପେଟ ଦେଇ ଲାଞ୍ଜ ପର୍ଯ୍ୟନ୍ତ ଯାଇଥାଏ । ଟେଣ୍ଟେଇର ଛୋଟିଆ ଲାଞ୍ଜର ଅଗ୍ରଭାଗଟି କଳା ରଙ୍ଗର । ଆଖି ସାମନାରେ ଭ୍ରୁଲତା ବା ଅଳଙ୍କାର ପରି ଏକ ଲାଲ୍ ଅଂଶ ରହିଥାଏ । ଏହାର ଥଣ୍ଟଟି ଲାଲ୍ ରଙ୍ଗର ଏବଂ ଥଣ୍ଟର ଅଗଟି କଳା ରଙ୍ଗର । ଟେଣ୍ଟେଇର ଗୋଡ଼ଗୁଡ଼ିକ ଲମ୍ବା ଲମ୍ବା ଓ ହଳଦିଆ ରଙ୍ଗର । ଟେଣ୍ଟେଇ ଉଡ଼ୁଥିବା ସମୟରେ ଏହାର ଡେଣା ଓ ଲାଞ୍ଜର ଧଳା ଅଂଶ ଏକ ବାଟୁଳି ଖଡ଼ା ପରି ଦେଖାଯାଏ ।[୧୩]

ପଶ୍ଚିମ ଏସିଆରେ ଦେଖାଯାଉଥିବା ପ୍ରଜାତି aigneriର ରଙ୍ଗ ସାମାନ୍ୟ ଫିକା ଏବଂ ଏମାନେ ଅନ୍ୟ ସବୁ ଟେଣ୍ଟେଇ ଉପପ୍ରଜାତିଙ୍କଠାରୁ ଆକାରରେ ସାମାନ୍ୟ ବଡ଼ । ଏହି ଉପପ୍ରଜାତି ତୁର୍କୀ, ଇରାନ, ଇରାକ, ଆଫଗାନିସ୍ତାନସିନ୍ଧୁ ନଦୀ ଉପତ୍ୟକାରେ ଦେଖିବାକୁ ମିଳନ୍ତି । ସାରା ଭାରତ ବର୍ଷରେ ଟେଣ୍ଟେଇ ଚଢ଼େଇ ଦେଖିବାକୁ ପାଇବା । ଶ୍ରୀଲଙ୍କାରେ ଦେଖାଯାଉଥିବା lankae ଉପପ୍ରଜାତି ଆକାରରେ ଛୋଟ ଓ ଗାଢ଼ ରଙ୍ଗର ହୋଇଥାଏ । ଉତ୍ତର-ପୂର୍ବ ଭାରତ ଓ ବଙ୍ଗଳାଦେଶରେ ଦେଖାଯାଉଥିବା atronuchalis ଉପପ୍ରଜାତିର ଆଖି ତଳେ (ଗାଲ ପରି) ଧଳା ଚିହ୍ନ ରହିଥାଏ ଯାହାକୁ ପରିବେଷ୍ଟନ କରି ମୁହଁ ସାରା କଳା ରଙ୍ଗର ହୋଇଥାଏ ।[୧୪]

ଅଣ୍ଡିରା ଓ ମାଈମାନଙ୍କ ରଙ୍ଗ ପ୍ରାୟତଃ ସମାନ, ଅଣ୍ଡିରା ମାନଙ୍କ ଡେଣା ମାଈମାନଙ୍କଠାରୁ ୫% ଅଧିକ ଲମ୍ବା ଥିବା ଦେଖାଯାଇଛି । ଟେଣ୍ଟେଇର ଶରୀରର ଦୈର୍ଘ୍ୟ ୩୨୦-୩୫୦ ମି.ମି., ଡେଣାଗୁଡ଼ିକର ଦୈର୍ଘ୍ୟ ୨୦୮-୨୪୭ ମି.ମି., ଥଣ୍ଟଟି ୩୧-୩୬ ମି.ମି., ନଳିଗୋଡ଼ ୭୦-୮୩ ମି.ମି. ଓ ଲାଞ୍ଜଟି ୧୦୪-୧୨୮ ମି.ମି. ହୋଇଥାଏ ।[୪]

ତୁର୍କୀର V. i. aigneri ଟେଣ୍ଟେଇ ଉପ-ପ୍ରଜାତି

ହଳ ଯୋତା ଜମି, ଖୋଲା ଜମି, ଚରିବା ପଡ଼ିଆ, କାଦୁଆ ଜମି, ଶୁଖି ଆସୁଥିବା ଗାଡ଼ିଆ ଇତ୍ୟାଦି ନିକଟରେ ଯୋଡ଼ା ବା ତିନୋଟି ଲେଖାଏଁ ଟେଣ୍ଟେଇ ପକ୍ଷୀ ରୁହନ୍ତି । ବେଳେବେଳେ ୨୬-୨୦୦ଟି ପକ୍ଷୀଙ୍କ ଗୋଠ ଦେଖିବାକୁ ମିଳେ ।[୧୫] ସଫା ହୋଇଯାଇଥିବା ଜଙ୍ଗଲ ଓ ବର୍ଷାପାଣି ଜମା ହୋଇଥିବା ସ୍ଥାନରେ ମଧ୍ୟ ଏମାନେ ଦେଖାଯାନ୍ତି । ଅଳ୍ପ ଦୂର ଦୌଡ଼ି ଟେଣ୍ଟେଇ ରହିଯାଏ । ଖାଦ୍ୟ ଦେଖିଲେ ଗୋଡ଼ ବଙ୍କା ନକରି, ମୁଣ୍ଡ ନୁଆଇଁ ଥଣ୍ଟରେ ଖାଦ୍ୟ ଉଠାଇ ନିଏ ।[୧୬] ଟେଣ୍ଟେଇ ରାତିରେ ମଧ୍ୟ (ବିଶେଷତଃ ପୂର୍ଣ୍ଣିମା ରାତିରେ) ଖାଦ୍ୟ ଅନ୍ୱେଷଣରେ ବାହାରେ ।[୪] ଏହି ପକ୍ଷୀ ଅତ୍ୟନ୍ତ ସତର୍କ ଏବଂ ଅଳ୍ପ ଗତିବିଧି ଦେଖିଲେ ଓ ବିପଦ ନଥିଲେ ମଧ୍ୟ ସତର୍କ ହୋଇ ଉଚ୍ଚ ସ୍ୱରରେ ବୋବାଇବା ଆରମ୍ଭ କରିଦିଏ । ତେଣୁ ପୂର୍ବ କାଳରେ ଟେଣ୍ଟେଇଠାରୁ ଅତି ବିରକ୍ତ ହେଉଥିବା କଥା ଅନେକ ଶିକାରୀ କହିଛନ୍ତି । ଏହାର ଉଡ଼ିବା ବେଗ ଅତ୍ୟଧିକ ନୁହେଁ କିନ୍ତୁ କେହି ବସା ଆଡ଼କୁ ଆସିଲେ ବା ଚିଲମାନେ ଆକ୍ରମଣ କଲେ ଏମାନଙ୍କ ବେଗ ବହୁ ମାତ୍ରାରେ ବଢ଼ିଯାଏ ।[୧୩]

V. i. atronuchalis ଉପ-ପ୍ରଜାତିର କାନ ପାଖରେ ରହିଥିବା ଧଳା ଦାଗ ଦ୍ୱୀପ ପରି ଚାରିପଟର କଳା ପରଦ୍ୱାରା ପରିବେଷ୍ଟିତ ।

ଦେଖିବାକୁ ଓ ବୋବାଇବାରେ ଟେଣ୍ଟେଇ ଅତି ନିଆରା । ଏମାନେ ଉଭୟ ଦିନ ଓ ରାତିରେ ଶବ୍ଦ କରିବା ଶୁଣା ଯାଇଥାଏ ।[୧୪]

ଛିଟା ଛିଟା ଦାଗରେ ପୂର୍ଣ୍ଣ କିଛି ଅଦ୍ଭୁଦ ଟେଣ୍ଟେଇ ମଧ୍ୟ ଦେଖିବାକୁ ମିଳନ୍ତି ।[୧୭]

ଅନ୍ୟ କିଛି ଭାରତୀୟ ଭାଷାରେ ଟେଣ୍ଟେଇର ସ୍ଥାନୀୟ ନାମ ହେଲା :

  • ତିତିରି ବା ଟିଟ୍ଟିଭ (ହିନ୍ଦୀ)
  • ଟିଟ୍ଟିଭ (କନ୍ନଡ଼)
  • ତତିହାର (ସିନ୍ଧୀ)
  • ଟିଟୋଡ଼ି (ଗୁଜରାତି‌)
  • ହାଟାଟୁଟ୍ (କାଶ୍ମୀରୀ)
  • ବାଲିଘୋରା (ଅହମିଆ ବା ଆସାମିଆ)
  • ୟେନ୍ନପ୍ପା ଚିତୱା (ତେଲୁଗୁ)[୨]
  • ଆଲ୍-କାଟି (ତାମିଲ୍).[୨]

ଭୌଗୋଳିକ ବିତରଣ[ସମ୍ପାଦନା]

ପଶ୍ଚିମ ଏସିଆ (ଇରାକ, ଦକ୍ଷିଣ-ପଶ୍ଚିମ ଇରାନ, ପର୍ସୀୟ ଉପସାଗର), ଦକ୍ଷିଣ ଏସିଆ (ବେଲୁଚିସ୍ତାନ, ଆଫଗାନିସ୍ତାନ, ପାକିସ୍ତାନ) ପ୍ରଭୃତି ଦେଶରେ ଟେଣ୍ଟେଇ ଦୃଶ୍ୟମାନ ହୁଅନ୍ତି । ଭାରତୀୟ ଉପମହାଦ୍ୱୀପରେ କନ୍ୟାକୁମାରୀରୁ ନେଇ ଉତ୍ତରସ୍ଥ କାଶ୍ମୀର ଓ ନେପାଳରେ ସମୁଦ୍ରପତନରୁ ୧୮୦୦ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ଟେଣ୍ଟେଇ ଦେଖାଯାନ୍ତି । ଦକ୍ଷିଣ-ପୂର୍ବ ଏସିଆରେ ଟେଣ୍ଟେଇର ଆଉ ଏକ ଉପ-ପ୍ରଜାତି ଦେଖାଯାଏ । ସବୁ ଦେଶରେ ଏହି ପକ୍ଷୀମାନେ ପ୍ରାୟତଃ ମୂଳ ନିବାସୀ ।[୧୮] ତେବେ ଆବଶ୍ୟକ ହେଲେ ଶରତ ଓ ବସନ୍ତ ଋତୁରେ ବେଲୁଚିସ୍ତାନ ଓ ଉତ୍ତର-ପଶ୍ଚିମ ପାକିସ୍ତାନର ଚଢ଼େଇମାନେ ପ୍ରବାସ କରିବା ଦେଖାଯାଇଛି ।

ବର୍ତ୍ତମାନ ସମୟରେ ପଶ୍ଚିମ ପରିବାସରେ ଟେଣ୍ଟେଇଙ୍କ ସଂଖ୍ୟା କମିବାରେ ଲାଗିଛି ଓ ପୂର୍ବ ପରିବାସରେ ଅତ୍ୟଧିକ ମାତ୍ରାରେ ଟେଣ୍ଟେଇ ରହିଛନ୍ତି । ଯେକୌଣସି ଆର୍ଦ୍ରଭୂମି ପରିବାସ ନିକଟରେ ଏମାନେ ଦେଖାଯାଇଥାନ୍ତି ।

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ଟେଣ୍ଟେଇ ଅଣ୍ଡା ଓ ନିକଟରେ ଫୁଟି ବାହାରିଥିବା ଛୁଆ । ଆତଙ୍କିତ ହେଲେ ଛୁଆମାନେ ଭୂମି ଉପରେ ନିଶ୍ଚଳ ହୋଇ ବସି ରୁହନ୍ତି । ଏମାନଙ୍କ ଶରୀରର ଓ ପାରିପାର୍ଶ୍ୱିକ ମାଟିର ରଙ୍ଗ ମିଶିଯାଉଥିବାରୁ ସୃଷ୍ଟି ହେଉଥିବା ଛଳାବରଣ ଫଳରେ ଏମାନଙ୍କୁ ସହଜରେ ଦେଖିହୁଏ ନାହିଁ ।[୧୩]

ମାର୍ଚ୍ଚରୁ ଅଗଷ୍ଟ ମାସ ଟେଣ୍ଟେଇମାନଙ୍କ ପ୍ରଜନନ ସମୟ । ମିଳନ ପୂର୍ବରୁ ଅଣ୍ଡିରା ଚଢ଼େଇ ନିଜ ପର ଫୁଲାଇ ଓ ଥଣ୍ଟ ଉପରମୁହା କରି ମାଈ ଆଗରେ ପ୍ରଦର୍ଶନ କରେ ଏବଂ ମାଈ ଚଢ଼େଇ ଚାରିପଟେ ବୁଲେ । ଗୋଟିଏ ମାଈ ଚଢ଼େଇ ସମ୍ମୁଖରେ ଏକାଧିକ ଅଣ୍ଡିରା ଚଢ଼େଇ ଏପରି ପ୍ରଦର୍ଶନ କରି ମାଈକୁ ଆକୃଷ୍ଟ କରିବାକୁ ଚେଷ୍ଟା କରନ୍ତି ।[୧୫] ଟେଣ୍ଟେଇ ଅତି ଚତୁରତାର ସହିତ ମାଟିରେ, ଖାଲରେ, ଗୋଡ଼ି ଓ ଛୋଟ ପଥର ପଡ଼ିଥିବା ସ୍ଥାନରେ ବା ଛେଳି, ଠେକୁଆ ପରି ପ୍ରାଣୀଙ୍କ ଶୁଖିଲା ମଳ ନିକଟରେ ଅଣ୍ଡା ଦିଏ ।[୧୯] ଟେଣ୍ଟେଇ ଅଣ୍ଡାଗୁଡ଼ିକ ୪୨×୩୦ ମି.ମି. ଆକାରର, ଯାହାର ରଙ୍ଗ ମାଟିଆ ଓ ସେଗୁଡ଼ିକରେ କଳା କଳା ଛିଟା ଦାଗ ରହିଥାଏ । ଟେଣ୍ଟେଇ ଏକାବେଳକେ ପ୍ରାୟ ୩-୪ଟି ଅଣ୍ଡା ଦେଇଥାଏ । ଅଣ୍ଡା ପରି ଏମାନଙ୍କ ବସା ମଧ୍ୟ ଛଳାବରଣ ପୂର୍ଣ୍ଣ ଓ ସେ ସ୍ଥାନର ମାଟି, ପଥର ଇତ୍ୟାଦିର ରଙ୍ଗରେ ଲୁଚିଯାଏ ।[୧୩] ଜନବସତି ରହିଥିବା ଅଞ୍ଚଳରେ ଟେଣ୍ଟେଇମାନେ ଘର ଛାତ ଉପରେ ବସା ବାନ୍ଧନ୍ତି ।[୨୦][୨୧][୨୨] ଏପରିକି ରେଳ ଧାରଣା ମଧ୍ୟରେ ରହିଥିବା ଛୋଟ ପଥର ଶଯ୍ୟାରେ ମଧ୍ୟ ଏମାନେ ବସା ବାନ୍ଧିବା ଦେଖାଯାଇଛି । ରେଳଗାଡ଼ି ଆସୁଥିଲେ ଚଢ଼େଇଟି ରେଳ ଧାରଣା ବାହାରକୁ ଚାଲିଯାଏ ଓ ଗାଡ଼ି ଯିବାପରେ ପୁଣି ଫେରିଆସେ ।[୨୩] ଚାଷ ଜମି ପାଇଁ କୌଣସି ଅଞ୍ଚଳକୁ ସଫା କରିବା ବେଳେ ଟେଣ୍ଟେଇ ବସା ଓ ଅଣ୍ଡାକୁ ସ୍ଥାନାନ୍ତରିତ କରାଯିବାର କିଛି ଉଦାହରଣ ମଧ୍ୟ ରହିଛି ।[୨୪] ବସା ତିଆରି କଲାବେଳେ ପାଖକୁ କୌଣସି ମାଂସାସୀ ପ୍ରାଣୀ ଆସିଲେ ଟେଣ୍ଟେଇ ସେମାନଙ୍କ ଉପରକୁ ଲମ୍ଫ ପ୍ରଦାନ କରି ଡରାଇବାକୁ ଚେଷ୍ଟା କରେ ବା ସେମାନଙ୍କୁ ବସାରୁ ଦୂରକୁ ନେବାକୁ ଚେଷ୍ଟା କରେ ।[୨୫][୨୬][୨୭][୨୮]

ଉଭୟ ମାଈ ଓ ଅଣ୍ଡିରା ଚଢ଼େଇ ମିଶି ଅଣ୍ଡାଗୁଡ଼ିକ ଉଷୁମାଇଥାନ୍ତି । କୌଣସି ମାଂସଭୋଜୀ ଜୀବ ନିକଟକୁ ଆସିଲେ ସେମାନେ ତାକୁ ଆକ୍ରମଣ କରିବା ପରି ପ୍ରଦର୍ଶନ କରନ୍ତି କିମ୍ବା ସେମାନଙ୍କ ଦୃଷ୍ଟି ଅନ୍ୟ ଆଡ଼କୁ ଆକର୍ଷଣ କରିବାକୁ ଚେଷ୍ଟା କରନ୍ତି । ମଧ୍ୟାହ୍ନ ଓ ଅପରାହ୍ନର ସବୁଠାରୁ ଗରମ ସମୟରେ ଅଣ୍ଡିରାମନେ ଅଣ୍ଡା ଉଷୁମାନ୍ତି ଓ ଅନ୍ୟ ସବୁ ସମୟରେ ମାଈମାନେ ଅଣ୍ଡା ଉଷୁମାନ୍ତି ।[୨୯] ୨୮ରୁ ୩୦ ଦିନରେ ଅଣ୍ଡାଗୁଡ଼ିକ ଫୁଟି ଛୁଆ ବାହାରିଥାନ୍ତି । ଟେଣ୍ଟେଇମାନଙ୍କ ମଧ୍ୟରେ ପ୍ରଜନନ ସଫଳତା ହାର ପ୍ରାୟ ୪୦% । ନେଉଳ, କାଉ, ଚିଲ ପରି ଜୀବ ଏମାନଙ୍କ ଅଣ୍ଡା ଖାଇଯାଉଥିବାରୁ ଅଣ୍ଡାଟି ଫୁଟି ଛୁଆ ହେବାର ସମ୍ଭାବନା ପ୍ରାୟ ୪୩% । ତେବେ ଟେଣ୍ଟେଇମାନଙ୍କ ମଧ୍ୟରେ ଶିଶୁମୃତ୍ୟୁ ହାର ପ୍ରାୟ ୮% ଏବଂ କେବଳ ପ୍ରଥମ ସପ୍ତାହରେ ସେମାନଙ୍କ ମୃତ୍ୟୁ ସମ୍ଭାବନା ସର୍ବାଧିକ ଥାଏ ।[୩୦]

ଅନ୍ୟ ଲାପ୍‍ୱିଂଗ୍ ପ୍ରଜାତିର ଚଢ଼େଇଙ୍କ ପରି ଟେଣ୍ଟେଇ ମଧ୍ୟ ନିଜର ପେଟ ପାଖର ପର ପାଣିରେ ଓଦା କରି ଛୁଆଙ୍କ ପାଖକୁ ଆସେ ଓ ଛୁଆମାନେ ତାହାର ଓଦା ପରରୁ ପାଣି ଗ୍ରହଣ କରନ୍ତି । ଅଣ୍ଡାର ତାପମାତ୍ରା କମ୍ କରିବାକୁ ହେଲେ ମଧ୍ୟ ଏହି ପଦ୍ଧତି କାମରେ ଆସିଥାଏ ।[୩୧][୩୨]

ଛୁଆମାନେ ଅଣ୍ଡାରୁ ବାହାରିବାର ଅଳ୍ପ ସମୟ ପରେ ବସା ଛାଡ଼ି ମା’ବାପାଙ୍କୁ ଅନୁସରଣ କରି ଚାଲନ୍ତି

ପାଣିର ଛୋଟ ଗାଡ଼ିଆ ବା ଜମା ହୋଇ ରହିଥିବା ପାଣିରେ ଏମାନେ ନିଜ ଦେହ ଓଦା କରନ୍ତି (ସ୍ନାନ କରନ୍ତି) । ରତିକ୍ରୀଡ଼ା ପରେ ବା ବସା ଛାଡ଼ିବା ସମୟରେ ନିଜ ପର ଖୁମ୍ପି ସଜାଡ଼ିଥାନ୍ତି । ଗୋଟିଏ ଗୋଡ଼ରେ ଛିଡ଼ାହୋଇ ବା କୌଣସି ସମତଳ ସ୍ଥାନରେ ଏମାନେ ବିଶ୍ରାମ କରନ୍ତି ।[୩୩]

ସ୍ୱସ୍ଥ ଓ ପ୍ରାପ୍ତବୟସ୍କ ପକ୍ଷୀମାନେ ମାଂସଭୋଜୀ ଜୀବଙ୍କଠାରୁ ସହଜରେ ଖସି ଯାଆନ୍ତି ଓ ନିଜର ଦ୍ରୁତବେଗରେ ଉଡ଼ିପାରିବାର କ୍ଷମତା ଯୋଗୁଁ ଚିଲ ଓ ଛଞ୍ଚାଣମାନଙ୍କଠାରୁ ମଧ୍ୟ ନିଜର ସୁରକ୍ଷା କରିପାରନ୍ତି ।[୧୩]

ଖାଦ୍ୟ[ସମ୍ପାଦନା]

ଭୂମି ଉପରେ ବୁଲୁଥିବା କୀଟପତଙ୍ଗ, ଗେଣ୍ଡା, ଛୋଟ ଅମେରୁଦଣ୍ଡୀ ପ୍ରାଣୀ, ପୋକଯୋକ ଇତ୍ୟାଦି ଟେଣ୍ଟେଇ ଚଢ଼େଇର ଖାଦ୍ୟ । ଟେଣ୍ଟେଇ ଶସ୍ୟ ମଧ୍ୟ ଖାଇଥାନ୍ତି । ଉଭୟ ଦିନ ଓ ରାତ୍ରି ସମୟରେ ଏମାନେ ଖାଇଥାନ୍ତି । ତେବେ ମୁଖ୍ୟତଃ ଦିନବେଳା ଏମାନେ ଖାଦ୍ୟ ଅନ୍ୱେଷଣ କରୁଥିବା ଦେଖାଯାଏ ଓ ରାତିରେ କ୍ୱଚିତ୍ ଖାଦ୍ୟ ସନ୍ଧାନରେ ବାହାରନ୍ତି । କୋମଳ ଓ ଢିଲା ମାଟିରୁ ନିଜ ଗୋଡ଼ ସହାୟତାରେ ଏମାନେ ପୋକ ଇତ୍ୟାଦିଙ୍କୁ ହଇରାଣ କରି ବାହାରି ଆସିବାକୁ ବାଧ୍ୟ କରନ୍ତି ଏବଂ ତାହା ପରେ ସେମାନଙ୍କୁ ଆହରଣ କରନ୍ତି ।[୩୪]

ଲୋକପ୍ରିୟ ସଂସ୍କୃତିରେ ଟେଣ୍ଟେଇ[ସମ୍ପାଦନା]

ଭାରତର କିଛି ସ୍ଥାନରେ ଲୋକ ବିଶ୍ୱାସ କରନ୍ତି ଯେ ଟେଣ୍ଟେଇ ଶୋଇବା ବେଳେ ପିଠିପଟେ ଶୁଏ ଓ ଗୋଡ଼ ଦୁଇଟି ଉପରକୁ ଉଠାଇ ରଖିଥାଏ । ଏଥିରୁ ଏକ ହିନ୍ଦୀ ଲୋକବାଣୀ "टिटहरी से आसमान थामा जायेगा "ର ଜନ୍ମ; ଯାହାର ଅର୍ଥ ଟେଣ୍ଟେଇ କଣ ଆକାଶକୁ ଉଠେଇ ଧରି ରଖି ପାରିବ । କୌଣସି ଅଳ୍ପ ସାମର୍ଥ୍ୟବିଶିଷ୍ଟ, କମ୍ ଅନୁଭବୀ ବା ଦୁର୍ବଳ ବ୍ୟକ୍ତିକୁ ଏକ ବଡ଼ ଦାୟିତ୍ତ୍ୱ ଦେଲେ ଏପରି ରୂପକ ଉକ୍ତି ବା ଋଢ଼ି ପ୍ରୟୋଗ କରାଯାଇଥାଏ ।[୨]

ଟେଣ୍ଟେଇ ଚଢ଼େଇ କୌଣସି ଉଚ୍ଚ ସ୍ଥାନରେ ଅଣ୍ଡା ପାରିଲେ ତାହା ଆଗକୁ ଭଲ ବର୍ଷା ହେବାର ସୂଚନା ଦିଏ ବୋଲି ରାଜସ୍ଥାନର ଲୋକଙ୍କର ବିଶ୍ୱାସ ରହିଛି ।[୩୫] ପାରମ୍ପରିକ ଔଷଧ ପାଇଁ ଗାଁର ଚିକିତ୍ସକ ବା ବୈଦ୍ୟମାନେ ଟେଣ୍ଟେଇ ଚଢ଼େଇର ଅଣ୍ଡା ସଂଗ୍ରହ କରିଥାନ୍ତି ।[୩୬][୩୭][୩୮]

ଆଧାର[ସମ୍ପାଦନା]

  1. "Vanellus indicus". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013.
  2. ୨.୦ ୨.୧ ୨.୨ ୨.୩ Jerdon, TC (1864). The Birds of India. George Wyman & Co. pp. 648–649.
  3. Symons, CT (1917). "Note on the breeding habits of the Did-he-do-it Sarcogrammus indicus". Spolia Zeylanica. 10 (39): 397–398.
  4. ୪.୦ ୪.୧ ୪.୨ Hayman, P.; J. Marchant; T. Prater (1986). Shorebirds: an identification guide to the waders of the world. Croom Helm, London. pp. 274–275.
  5. Buffon, Georges-Louis Leclerc de (1781). "Le Vanneau armé des Indes". Histoire Naturelle des Oiseaux (in French). Volume 15. Paris: De L'Imprimerie Royale. p. 101.CS1 maint: Unrecognized language (link)
  6. Buffon, Georges-Louis Leclerc de; Martinet, François-Nicolas; Daubenton, Edme-Louis; Daubenton, Louis-Jean-Marie (1765–1783). "Vanneau armé, de Goa". Planches Enluminées D'Histoire Naturelle. Volume 9. Paris: De L'Imprimerie Royale. Plate 807.
  7. Boddaert, Pieter (1783). Table des planches enluminéez d'histoire naturelle de M. D'Aubenton : avec les denominations de M.M. de Buffon, Brisson, Edwards, Linnaeus et Latham, precedé d'une notice des principaux ouvrages zoologiques enluminés (in French). Utrecht. p. 50, Number 807.CS1 maint: Unrecognized language (link)
  8. Peters, James Lee, ed. (1934). Check-list of Birds of the World. Volume 2. Cambridge, Massachusetts: Harvard University Press. p. 238.
  9. Brisson, Mathurin Jacques (1760). Ornithologie, ou, Méthode contenant la division des oiseaux en ordres, sections, genres, especes & leurs variétés (in French and Latin). Volume 1. Paris: Jean-Baptiste Bauche. p. 48.CS1 maint: Unrecognized language (link)
  10. Brisson, Mathurin Jacques (1760). Ornithologie, ou, Méthode contenant la division des oiseaux en ordres, sections, genres, especes & leurs variétés (in French and Latin). Volume 5. Paris: Jean-Baptiste Bauche. p. 94.CS1 maint: Unrecognized language (link)
  11. Jobling, James A. (2010). The Helm Dictionary of Scientific Bird Names. London: Christopher Helm. pp. 204, 398. ISBN 978-1-4081-2501-4.
  12. Gill, Frank; Donsker, David, eds. (2017). "Buttonquail, plovers, seedsnipe & sandpipers". World Bird List Version 7.3. International Ornithologists' Union. Retrieved 7 November 2017.
  13. ୧୩.୦ ୧୩.୧ ୧୩.୨ ୧୩.୩ ୧୩.୪ Ali, S & S D Ripley (1980). Handbook of the birds of India and Pakistan. 2 (2nd ed.). Oxford University Press. pp. 212–215.
  14. ୧୪.୦ ୧୪.୧ Pamela C. Rasmussen & John C. Anderton (2005). Birds of South Asia: The Ripley Guide. Smithsonian Institution & Lynx Edicions. ISBN 84-87334-67-9. OCLC 60359701.
  15. ୧୫.୦ ୧୫.୧ Vyas, Rakesh (1997). "Flocking and courtship display in Redwattled Lapwing (Vanellus indicus)". Journal of the Bombay Natural History Society. 94: 406–407.
  16. Ali, Salim (1996). Book of Indian Birds, Salim Ali centenary edition. Mumbai: Bombay Natural History Society/Oxford University Press. p. 139.
  17. Mehra SP; N Singh & S Mehra (2008). "Sighting of a partially albino Red-wattled Lapwing Vanellus indicus in Udaipur, Rajasthan". Indian Birds. 4 (3): 120.
  18. Saini, SS (1972). "Unexpected summer visitors in the Himalayas – Redwattled Lapwing". Newsletter for Birdwatchers. 12 (8): 5–6.
  19. Sharma, SK (1992). "Use of droppings of Indian Hare for nest making by Redwattled Lapwing". Newsletter for Birdwatchers. 32 (7&8): 19.
  20. Mundkur, Taej (1985). "Observations on the roof-nesting habit of the Redwattled Lapwing (Vanellus indicus) in Poona, Maharashtra". Journal of the Bombay Natural History Society. 82 (1): 194–196.
  21. Tehsin, Raza H; Lokhandwala, Juzer (1982). "Unusual nesting of Redwattled Lapwing (Vanellus indicus)". Journal of the Bombay Natural History Society. 79 (2): 414.
  22. Reeves, SK (1975). "Unusual nesting by Red-wattled Lapwing". Newsletter for Birdwatchers. 15 (2): 5–6.
  23. McCann, Charles (1941). "Curious nesting site of the Red-wattled Lapwing (Lobivanellus indicus indicus Bodd.)". Journal of the Bombay Natural History Society. 42 (2): 441–442.
  24. Sridhar, S; Karanth, P (1991). "Dilemma near the nest of a pair of red-wattled lapwings". Newsletter for Birdwatchers. 31 (7&8): 7–9.
  25. Rangaswami, S (1980). "Lapwing fighting off cobra". Newsletter for Birdwatchers. 20 (1): 13.
  26. Bhatnagar, RK (1978). "Interaction of a Redwattled Lapwing and a dog". Newsletter for Birdwatchers. 18 (1): 9.
  27. Bhagwat, VR (1991). "Lapwings and snake". Newsletter for Birdwatchers. 31 (5&6): 10–11.
  28. Kalsi, RS; Khera, S (1987). "Agonistic and distraction behaviour of the Redwattled Lapwing, Vanellus indicus indicus". Pavo. 25 (1&2): 43–56.
  29. Naik, RM; George, PV; Dixit, Dhruv B (1961). "Some observations on the behaviour of the incubating Redwattled Lapwing, Vanellus indicus indicus (Bodd.)". Journal of the Bombay Natural History Society. 58 (1): 223–230.
  30. Desai, JH; Malhotra, AK (1976). "A note on incubation period and reproductive success of the Redwattled Lapwing, Vanellus indicus at Delhi Zoological Park". Journal of the Bombay Natural History Society. 73 (2): 392–394.
  31. Sundararaman, V. (1989). "Belly-soaking and nest wetting behaviour of Redwattled Lapwing, Vanellus indicus (Boddaert)". Journal of the Bombay Natural History Society. 86: 242.
  32. Kalsi, R. S. & S. Khera (1990). "Growth and development of the Red-wattled Lapwing Vanellus indicus". Stilt. 17: 57–64.
  33. Kalsi, RS; Khera, S (1992). "Some observations on maintenance behaviour of the Red-wattled Lapwing Vanellus indicus (Boddaert)". Journal of the Bombay Natural History Society. 89 (3): 368–372.
  34. Babi, AZ (1987). "Feeding behaviour of red-wattled lapwing". Newsletter for Birdwatchers. 27 (1–2): 15.
  35. Saxena VS (1974). "Unusual nesting by Red-wattled Lapwing". Newsletter for Birdwatchers. 14 (11): 3–5.
  36. Ganesh Tamang (2003). "An Ethnobiological Study of the Tamang People" (PDF). Our Nature. 1: 37–41.
  37. Negi, Chandra S. Negi & Veerendra S. Palyal (2007). "Traditional Uses of Animal and Animal Products in Medicine and Rituals by the Shoka Tribes of District Pithoragarh, Uttaranchal, India" (PDF). Studies on Ethno-Medicine. 1 (1): 47–54.
  38. Srinivas, K.V. & S. Subramanya (2000). "Stealing of Redwattled Lapwing Vanellus indicus (Boddaert) and Yellow-wattled Lapwing Vanellus malabaricus (Boddaert) eggs by cowherds". Journal of the Bombay Natural History Society. 97 (1): 143–144.

ଅନ୍ୟ ଉତ୍ସ[ସମ୍ପାଦନା]

ଅନ୍ୟନ୍ୟ ଲିଂକ୍[ସମ୍ପାଦନା]