ମାଟିଆ ଚିଲ
ମାଟିଆ ଚିଲ | |
---|---|
A Black kite in Bangalore, India | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Aves |
ଗଣ: | Accipitriformes |
କୁଳ: | Accipitridae |
ପ୍ରଜାତି: | Milvus |
ଜାତି: | M. migrans |
ବାଇନୋମିଆଲ ନାମ | |
Milvus migrans (Boddaert, 1783)
| |
Subspecies | |
5, see text | |
Black and Yellow-billed kite ranges. Orange: Northern summer only Green: all year Blue: Southern summer only | |
Synonyms | |
|
ମାଟିଆ ଚିଲ Accipitridae ପରିବାରର ଏକ ମଧ୍ୟମ-ଆକୃତିର ଶିକାରୀ ପକ୍ଷୀ ଓ ଏମାନଙ୍କ ସଂଖ୍ୟା ମଧ୍ୟ ଅସ୍ଥିର ବର୍ତ୍ତମାନର ଗଣନା ଅନୁଯାଇ ପୁରା ବିଶ୍ୱରେ ୬୦ଲକ୍ଷ ବୋଲି କଳନା କରାଯାଇଛି । ଅଧିକାଂଶ ସମୟ ଏମାନେ ଉଚ୍ଚ ଆକାଶରେ ଶିକାର ଅନ୍ୱେଷଣରେ ଘୁରି ବୁଲନ୍ତି । ବଙ୍କା ପକ୍ଷ ଓ ସାମାନ୍ୟ କଣ୍ଟାଚାମଚ ଲାଞ୍ଜ ଏମାନଙ୍କୁ ଏକ ସ୍ପଷ୍ଟତା ଦେଇଥାଏ ଚିହ୍ନିବାରେ । ଦକ୍ଷିଣ ଏସିଆରେ ଏମାନଙ୍କ ସଂଖ୍ୟା ୟୁରୋପଠାରୁ ଅଧିକ । ୟୁରେସିଆ, ଅଷ୍ଟ୍ରେଲେସିଆ ଓ ଓସେନିଆ ଭୂଖଣ୍ଡମାନଙ୍କରେ ଏମାନେ ମୁଖ୍ୟତଃ ଦେଖା ଯା’ନ୍ତି । ଛଞ୍ଚାଣ ଓ ଚିଲ ମଧ୍ୟରେ ଭିନ୍ନତା ଏତିକି ଯେ ଚିଲର ଲାଞ୍ଜ ଉଡ଼ିବା ବେଳେ କଣ୍ଟଚାମଚ ପରିଦେଖାଯାଏ ଓ ଏହା ସାମାନ୍ୟ ଛୋଟ । ଚିଲର ପର ଗୁଡ଼ିକ ମାଟିଆ ହେଇଥିବାବେଳେ ମୁଣ୍ଡ ପାର୍ଶ୍ୱ ସାମାନ୍ୟ କମ ଗାଢ଼ତା ଦେଖାଯାଏ । ଗୋଡ଼ ଗୁଡ଼ିକ ହଳଦିଆ ଓ ପଞ୍ଝା କଳା ରଙ୍ଗର ।
ଉପପ୍ରଜାତି
[ସମ୍ପାଦନା]°Milvus Migrans Migrans (Boddaert, 1783): European Black kite;- ମଧ୍ୟ,ଦକ୍ଷିଣ,ପୂର୍ବ ୟୁରୋପ,ଉତ୍ତର-ପଶ୍ଚିମ ଆଫ୍ରିକା ,ଦକ୍ଷିଣରୁ ଉତ୍ତର-ପଶ୍ଚିମ ପାକିସ୍ତାନରେ ମିଳନ୍ତି ଓ ଏମାନଙ୍କ ମୁଣ୍ଡ ଧଳା ।
°Milvus Migrans Lineatus (J. E. Gray, 1831): blackeared kite ଶାଇବେରିଆରୁ ଅମୁର୍ଲାଣ୍ଡ,ହିମାଳୟରୁ ଉତ୍ତର ଭାରତ ,ଦକ୍ଷିଣ ଚୀନ,ପାର୍ସିଆନ ଉପକୂଳ ଅଞ୍ଚଳରେ ଦେଖାଯା’ନ୍ତି ।
°Milvus Migrans Govinda (Sykes, 1832):Small Indian Kite(formerly Pariah Kite);- ପାକିସ୍ତାନର ପୂର୍ବାଞ୍ଚଳରୁ ଭାରତର ପୂର୍ବାଞ୍ଚଳ,ଶ୍ରୀଲଙ୍କାରୁ ଇଣ୍ଡୋ-ଚାଇନା ପର୍ଯ୍ୟନ୍ତ । Pariah ନାମକରଣ ଭାରତୀୟ ଜାତିକରଣ ହିସାବରେ ନିଆଯାଇଛି ।
°Milvus Migrans Affinis (Gould, 1838): Fork-Tailed Kite :- ପାପୁଆ ନିଉ ଗୁଇନିଆ(ପର୍ବତ ବ୍ୟତିତ),ପୂର୍ବ ଅଷ୍ଟ୍ରେଲିଆ ଓ ଉତ୍ତର-ପୂର୍ବ ଅଷ୍ଟ୍ରେଲିଆରେ ଦେଖା ଯାଆନ୍ତି ।
°Milvus Migrans Formosanus (Kuroda, 1920): Taiwan Kite:- ତାଇବାନ ଓ ହାଇନାନ ଅଞ୍ଚଳରେ ଦେଖା ଯା'ନ୍ତି । ==
'ବ୍ୟବହାର:'
[ସମ୍ପାଦନା]ଚିଲମାନେ ଆକାଶରେ ଭ୍ରମଣ କରୁଥିବା ଦେଖା ଯା’ନ୍ତି । ପୃଥିବୀ ପୃଷ୍ଠରୁ ଉଠୁଥିବା ଗରମ ପବନରେ ଏମାନେ ଡେଣା ମେଲି ଚକ୍କର କାଟନ୍ତି ଓ ଖାଦ୍ୟ ଅନ୍ୱେଷଣ କରନ୍ତି । ଚକ୍କର କାଟିବା ସମୟରେ ଏମାନେ ଅତି ସହଜରେ ଦିଗ ପରିବର୍ତ୍ତନ କରିପାରନ୍ତି । ଊଡି ଉଡି ତଳକୁ ଆସି ଗୋଡ଼ ଲମ୍ବେଇ ମାଛ ଓ ଅନ୍ୟାନ୍ୟ ଶିକାରକୁ ଝାମ୍ପି ନିଅନ୍ତି । ଏମାନେ ବହୁତ ସୁବିଧାବାଦି ଆବଶ୍ୟକସ୍ଥଳେ ପକ୍ଷୀ,ମୂଷା,ବାଦୁଡିମାନଙ୍କୁ ଶିକାର ବନାନ୍ତି । ନିଆଁ ଓ ଧୂଆଁକୁ ଚିଲମାନେ ବହୁତ ଆକର୍ଷିତ ହୁଅନ୍ତି ଅଷ୍ଟ୍ରେଲିଆରେ ଦେଖା ଯାଇଛି ଯେ ଜଳୁଥିବା କାଠକୁ ନେଇ ଅନ୍ୟଆଡେ ଫିଙ୍ଗିବା ଯୋଗୁଁ ଅନେକ ଥର ଜଙ୍ଗଲରେ ନିଆଁ ଲାଗିଯାଏ । ଭାରତୀୟ ଚିଲମାନେ ସହର ପାଖ ଅଞ୍ଚଳରେ ରହନ୍ତି କାହିଁକି ନା ମନୁଷ୍ୟମାନଙ୍କ ଖାଦ୍ୟ ସେମାନେ ଖାଇ ଥା’ନ୍ତି । ସ୍ପେନର ଚିଲମାନେ ଜଳ ଥିବା ଅଞ୍ଚଳରେ ରହନ୍ତି,ଗ୍ରୀଷ୍ମରେ ତାଙ୍କ ପିଲାମାନଙ୍କୁ ଖାଦ୍ୟର ଅଭାବରୁ ବଞ୍ଚିତ କରିବା ସକାଶେ ଓ ମାତାପିତା ପିଲାମାନଙ୍କୁ ଅନ୍ୟ ଶିକାରୀମାନଙ୍କଠାରୁ ରକ୍ଷା ମଧ୍ୟ କରନ୍ତି । ଏମିତି ବି ଦେଖା ଯାଇଛି ଯେ ନିଜ ଅଣ୍ଡା ଓ ପିଲାଙ୍କ ପାଇଁ ବାଇଚଢେଇ ବସା ଭାଙ୍ଗି ଆଣିବାର ।
'ପ୍ରଜନନ :'-
[ସମ୍ପାଦନା]ଭାରତୀୟ ଚିଲମାନେ ଶୀତ ସମୟରେ ମିଳନ କରନ୍ତି ମୌସୁମୀ ପର୍ଯ୍ୟନ୍ତ ପିଲାମାନେ ଉଡିବା ଚାଲୁ କରିଦିଅନ୍ତି । ୟୁରୋପୀୟ ଚିଲମାନେ ଗ୍ରୀଷ୍ମରେ ମିଳନ କରନ୍ତି । ଚିଲମାନେ ଗଛର ଦୁଇଛକି/କେନା ବାହାରି ଥିବା ଡାଳରେ କାଠି କୁଟାରେ ବସା ବନାନ୍ତି ଓ ଏହା ବର୍ଷ ବର୍ଷ ମଧ୍ୟ ବ୍ୟବହାର କରି ପାରନ୍ତି । ବସା ପବନର ଚଳନ ଓ ବୃଷ୍ଟିପାତକୁ ନଜର ରଖି କରାଯାଏ । କେବେ ଦେଖା ଯାଇଛି ବସାକୁ ଏମାନେ ପ୍ଲାଷ୍ଟିକ ଇତ୍ୟାଦିରେ ସଜାଇବାରେ । ଉଭୟ ପୁରୁଷ ଓ ସ୍ତ୍ରୀ ଚିଲ ମିଶିକରି ବସା ବନାନ୍ତି । ସ୍ତ୍ରୀ ଚିଲ ୨-୩ ଗୋଟି ଅଣ୍ଡା ଦିଏ,୩୦-୩୪ ଦିନ ଅଣ୍ଡା ଉଷୁମାଇବା ପ୍ରକ୍ରିୟା ଚାଲେ । ଭାରତୀୟ ଚିଲର ସନ୍ତାନ ୨ମାସ ବସାରେ ରହନ୍ତି ଯେଉଠାରେ ୟୁରୋପର ଚିଲ ପିଲାମାନେ ଡେରିରେ ଅଣ୍ଡାରୁ ବାହାରନ୍ତି ଓ ଜଲ୍ଦି ଉଡିଯା’ନ୍ତି । ସନ୍ତାନମାନଙ୍କ ମଧ୍ୟରେ ବଳ କଷାକଷି ସବୁବେଳେ ଲାଗିଥାଏ ଓ ଯେଉଁ ଶିଶୁଟି ଦୁର୍ବଳ ସର୍ବଦା ମୃତ୍ୟୁ ତାକୁ ଆପଣେଇ ନେଇଥାଏ । ଜନ୍ମର ୫୦ ଦିନ ମଧ୍ୟରେ ଶିଶୁ ଡାଳରୁ ବସା ପର୍ଯ୍ୟନ୍ତ ଚାଲିବା ଓ ଡେଣାହଲାଇବା କାମ କରିପାରନ୍ତି । ଉଭୟ ମାତାପିତା ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ଆଖପାଖରେ କୌଣସି ସନ୍ଦେହ ଜଣକ ଜୀବକୁ ଦେଖିଲେ ଜଣେ ଆକ୍ରମଣ କରିବା ପାଇଁ ଚାଲି ଯାଏ ।
'ମୃତ୍ୟୁବରଣ'
[ସମ୍ପାଦନା]ଅଧିକାଂଶ ଚିଲ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରନ୍ତି ଓ କେତେକ ରାସ୍ତରୁ ମୃତ ମୂଷାକୁ ଝାମ୍ପିବା ବେଳେ ଗାଡି ସହ ଟକ୍କର ରେ,ଶସ୍ୟ କ୍ଷେତ୍ରରେ ବିଷ/କୀଟନାଶକ ପ୍ରୟୋଗଦ୍ୱାରା ଆଉ କେତେକ ଉଡ଼ାଜାହାଜ ସହ ପିଟି ହୋଇ ଜୀବନ ହାରନ୍ତି
- ↑ BirdLife International (2013). "Milvus migrans". IUCN Red List of Threatened Species. Version 2013.2. International Union for Conservation of Nature. Retrieved 26 November 2013.
{{cite web}}
: Invalid|ref=harv
(help)