ଜୋସେଫ ସାଇନ ବନାମ ଭାରତ ସରକାର

ଉଇକିପିଡ଼ିଆ‌ରୁ


ଜୋସେଫ ସାଇନ ବନାମ ଭାରତ ସରକାର ହେଉଛି ଭାରତୀୟ ଆଇନ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଫଇସଲା ଯେଉଁଥିରେ କି ଭାରତର ଉଚ୍ଚତମ ନ୍ୟାୟାଳୟ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୭କୁ ରଦ୍ଦ କରିଥିଲେ ।[୧][୨]

ପୃଷ୍ଠଭୂମି[ସମ୍ପାଦନା]

୨୦୧୭ ମସିହାରେ ଭାରତୀୟ ଦଣ୍ଡ ସଂହିତାର ବ୍ୟଭିଚାର ସଂପର୍କିତ ଧାରା ୪୯୭ର ବ୍ୟାଖ୍ୟା ପ୍ରମାଦ ଯୁକ୍ତ ହୋଇଥିବା ଦର୍ଶାଇ ଏହି ଧାରାକୁ ନିରସ୍ତ କରିବା ନିମନ୍ତେ ଏକ ଜନହିତ ମାମଲା ଦାଖଲ କରାଯାଇଥିଲା । ଅନ୍ୟାନ୍ୟ ଯୁକ୍ତି ମଧ୍ୟରେ ମୁଖ୍ୟ ଯୁକ୍ତି ଦର୍ଶାଯାଇଥିଲା ଯେ ଏହା ଭାରତୀୟ ସମ୍ବିଧାନର ଧାରା ୧୪ର, ଯାହାକି ସମାନତାର ଅଧିକାର ଓ ଧାରା ୧୫ର ଯାହାକି ଜାତି, ବର୍ଣ୍ଣ ଏବଂ ଧର୍ମ ଆଧାରରେ ଭେଦଭାବ ନ କରିବା, ବିରୋଧାଚରଣ କରୁଅଛି । ଉଚ୍ଚତମ ଅଦାଲତ ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି .୨୭ ସେପ୍ଟେମ୍ବର ୨୦୧୮ରେ ଏହାର ରାୟ ଶୁଣାଇଥିଲେ । [୩][୪] [୫]

ଫଇସଲା[ସମ୍ପାଦନା]

ଉକ୍ତ ମାମଲାର ଶୁଣାଣି ୧ ଅଗଷ୍ଟ ୨୦୧୮ରେ ଆରମ୍ଭ ହେଲା । ମାମଲାର ଶୁଣାଣି ବେଳେ ବିଚାରପତି ଏ କଥା ସ୍ପଷ୍ଟ କଲେ ଯେ ଆବେଦନକାରୀ ଯଦି ଏକଥା ପ୍ରମାଣ କରିଦିଅନ୍ତି ଯେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୭ ଭାରତୀୟ ସଂବିଧାନର ଧାରା ୧୪ କିମ୍ବା ୧୫ର ବିରୁଦ୍ଧାଚରଣ କରୁଅଛି, ତେବେ ଉକ୍ତ ଧାରା ସଂବିଧାନ ବିରୋଧୀ ବୋଲି ଧରିନିଆଯିବ ।[୬]

ଏହି ମାମଲାର ଶୁଣାଣି ପୂର୍ବରୁ ଅଦାଲତଙ୍କ ନିକଟରେ ଏହି ତଥ୍ୟ ଥିଲା କି ଦଫା ୪୯୭ର ବୈଧତାକୁ ନେଇ ପୂର୍ବରୁ ମଧ୍ୟ ମାମଲା ଦାୟର ତଥା ଫଇସଲା ହୋଇସାରିଛି । ୧୯୫୪ ମସିହାରୁ ଏ ସଂପର୍କରେ ତର୍କ, ବାଦବିବାଦ ମଧ୍ୟ ଚାଲୁରହିଛି । ତେବେ ଉକ୍ତ ମାମଲା ଶୁଣାଣି ବେଳେ ଅଦାଲତ ଅନୁଭବ କଲେ କି କୌଣସି ଆଇନ ଲିଙ୍ଗ ଆଧାରରେ ଭେଦଭାବ ସୃଷ୍ଟି କରିପାରିବନି । ଧାରା ୪୯୭ରେ ବ୍ୟଭିଚାର ସଂପର୍କରେ ଅଭିଯୋଗ କରିବା ପାଇଁ କେବଳ ପୁରୁଷ ସକ୍ଷମ ଥିଲେ, ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବିପକ୍ଷରେ ଏଭଳି ଅଭିଯୋଗ କରିପରୁ ନ ଥିଲେ । ଏହି ମାମଲାର ଶୁଣାଣି ପରେ ଉଚ୍ଚତମ ନ୍ୟାୟାଳୟର ସେହି ପାଞ୍ଚଜଣିଆ ଖଣ୍ଡପୀଠ ୨୭ ସେପ୍ଟେମ୍ବର ୨୦୧୮ ଦିନ ତାଙ୍କ ସର୍ବସମ୍ମତ ରାୟରେ ଉଲ୍ଲେଖ କଲେ କି ବ୍ୟଭିଚାର ସମ୍ପର୍କିତ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୭ ହେଉଛି ଭାରତୀୟ ସଂବିଧାନର (ଧାରା ୧୪ ଓ ୧୫ର) ବିରୋଧୀ ଓ ତେଣୁ ଅସାମ୍ବିଧାନିକ । ତତ୍‌କାଳୀନ ମୁଖ୍ୟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ତାଙ୍କ ରାୟରେ ଏକଥା ସ୍ପଷ୍ଟ କଲେ କି ଧାରା ୪୯୭ ଅସାମ୍ବିଧାନିକ ହେଲେ ବି ଏହା ପୂର୍ବ ଭଳି ଛାଡପତ୍ର ମାମଲାରେ ଏକ କାରଣ ଭାବେ ଗଣ୍ୟ ହେବ ।[୭][୮][୯]

ଆଧାର[ସମ୍ପାଦନା]

  1. "Supreme Court strikes down adultery as an offence: Highlights - Times of India ►". The Times of India. Retrieved 16 October 2018.
  2. "SC verdict on adultery law HIGHLIGHTS: It's an anti-women decision, says DCW Chairperson Swati Maliwal". The Indian Express. 27 September 2018. Retrieved 16 October 2018.
  3. "Section 497: 3 past Supreme Court judgments on adultery law". India Today (in ଇଂରାଜୀ). Retrieved 16 October 2018.
  4. "'Husband Is Not The Master Of Wife', SC Strikes Down 158 Year Old Adultery Law Under Section 497 IPC [Read Judgment] | Live Law". Live Law. 27 September 2018. Retrieved 16 October 2018.
  5. Correspondent, Legal (27 September 2018). "Supreme Court ruling on adultery today". The Hindu (in Indian English). Retrieved 16 October 2018.
  6. "Indian Supreme Court Begins Hearing Petitions Seeking Decriminalization Of Adultery [Section 497 IPC] | Live Law". Live Law (in ଆମେରିକୀୟ ଇଂରାଜୀ). 2018-08-01. Retrieved 2018-10-16.
  7. "Adultery no longer a criminal offence in India". BBC News. Retrieved 16 October 2018.
  8. "‘Husband is not the master’: 12 key points of SC verdict on Adultery Law" Archived 2018-10-17 at the Wayback Machine., 'DBPOST. 27 September 2018. Archived from the original on 27 September 2018. Retrieved on 16 October 2018.
  9. "Joseph Shine vs Union Of India" (PDF). www.sci.gov.in. Archived from the original (PDF) on 15 July 2019. Retrieved 16 October 2018.

ବାହାର ଲିଙ୍କ[ସମ୍ପାଦନା]