ଜୋଲେଡ୍ରୋନିକ ଏସିଡ

ଉଇକିପିଡ଼ିଆ‌ରୁ
ଜୋଲେଡ୍ରୋନିକ ଏସିଡ
Clinical data
Trade namesReclast, Zometa, others[୨]
AHFS/Drugs.commonograph
MedlinePlusa605023
data
Pregnancy
category
Routes of
administration
Intravenous
Drug classBisphosphonate[୧]
ATC code
Legal status
Legal status
Pharmacokinetic data
Protein binding22%
MetabolismNil
Elimination half-life146 hours
ExcretionKidney (partial)
Identifiers
  • [1-hydroxy-2-(1H-imidazol-1-yl)ethane-1,1-diyl]bis(phosphonic acid)
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
PDB ligand
Chemical and physical data
FormulaC5H10N2O7P2
Molar mass272.09 g/mol
3D model (JSmol)
  • O=P(O)(O)C(O)(Cn1ccnc1)P(=O)(O)O
  • InChI=1S/C5H10N2O7P2/c8-5(15(9,10)11,16(12,13)14)3-7-2-1-6-4-7/h1-2,4,8H,3H2,(H2,9,10,11)(H2,12,13,14)
  • Key:XRASPMIURGNCCH-UHFFFAOYSA-N
 ☒NcheckY (what is this?)  (verify)

ଜୋଲେଡ୍ରୋନିକ ଏସିଡ (ଇଂରାଜୀ ଭାଷାରେ Zoledronic acid ବା ଜୋଲେଣ୍ଡ୍ରୋନେଟ/ zoledronate) ଏକ ଔଷଧ ଯାହା ଅନେକ ରକମର ହାଡ଼ ରୋଗର (bone disease) ଚକିତ୍ସାରେ ବ୍ୟବ‌ହାର କରାଯାଏ ।[୧] ଏହି ରୋଗମାନଙ୍କ ମଧ୍ୟରେ ଓଷ୍ଟିଓପୋରୋସିସ, ପାଜେଟସ ଡିଜିଜ (Paget’s disease of bone), କର୍କଟ ରୋଗ ଯୋଗୁ ହେଉଥିବା ହାଇପରକ୍ୟାଲସେମିଆ, ଓଷ୍ଟିଓଲାଇଟିକ ଲିଜନ (bone breakdown) ରୋଗମାନଙ୍କ ନାମ ଉଲ୍ଲେଖନୀୟ । [୧] ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧]

ଜୋଲେଡ୍ରୋନିକ ଏସିଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ଗଣ୍ଠି ବିନ୍ଧା (joint pain), ଉଚ୍ଚ ରକ୍ତଚାପ, ତରଳ ଝାଡ଼ା ଓ ଥକ୍କା ଅନୁଭବ ହୁଏ ।[୧] ସାଂଘାତିକ ପ୍ରତିକ୍ରିୟାରେ କୃକ୍‌କ ସମସ୍ୟା (kidney problems), ସ୍ୱଳ୍ପ ରକ୍ତ କ୍ୟାଲସିଅମ (low blood calcium) ଓ ହନୁ ହାଡ଼ର ଓଷ୍ଟିଓନେକ୍ରୋସିସ (osteonecrosis of the jaw) ହୋଇପାରେ ।[୧] ଗର୍ଭାବସ୍ଥାରେ ଶିଶୁ ପ୍ରତି ଏହା ହାନୀକାରକ ହୋଇପାରେ । [୧] ଏହା ବାଇଫସଫୋନେଟ (bisphosphonate) ଶ୍ରେଣୀର ଏକ ଔଷଧ ।[୧]

ସନ ୨୦୦୧ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଜୋଲେଡ୍ରୋନିକ ଏସିଡ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଭାଏଲର କ୍ରୟ ମୂଲ୍ୟ ୫.୭୩ରୁ ୨୬.୮୦ ଆମେରିକୀୟ ଡଲାର ।[୪] ସନ ୨୦୧୫ରେ ସଂଯୁକ୍ତ ରାଷ୍ଟ୍ରରେ ଏନ ଏଚ ଏସ (NHS) ନିମନ୍ତେ ଏହି ଡୋଜର ମୂଲ୍ୟ ପ୍ରାୟ ୨୨୦ ପାଉଣ୍ଟ ଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Zoledronic Acid". The American Society of Health-System Pharmacists. Retrieved 8 December 2017.
  2. Drugs.com International trade names for zoledronic acid Page accessed Jan 14, 2015
  3. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  4. "Single Drug Information". International Medical Products Price Guide. Retrieved 9 December 2017.
  5. British national formulary : BNF 69 (69 ed.). British Medical Association. 2015. p. 528. ISBN 9780857111562.