ଜେମସାଇଟାବିନ

ଉଇକିପିଡ଼ିଆ‌ରୁ
ଜେମସାଇଟାବିନ
Clinical data
Pronunciationjem-SEYE-tə-been
Trade namesGemzar, others
AHFS/Drugs.commonograph
Pregnancy
category
  • AU: D
  • US: D (Evidence of risk)
Routes of
administration
Intravenous
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Protein binding<10%
Elimination half-lifeShort infusions: 32–94 minutes
Long infusions: 245–638 minutes
Identifiers
  • 4-Amino-1-(2-deoxy-2,2-difluoro-β-D-erythro-pentofuranosyl)pyrimidin-2(1H)-on
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.124.343 Edit this at Wikidata
Chemical and physical data
FormulaC9H11F2N3O4
Molar mass263.198 g/mol
3D model (JSmol)
  • c1cn(c(=O)nc1N)[C@H]2C([C@@H]([C@H](O2)CO)O)(F)F
  • InChI=1S/C9H11F2N3O4/c10-9(11)6(16)4(3-15)18-7(9)14-2-1-5(12)13-8(14)17/h1-2,4,6-7,15-16H,3H2,(H2,12,13,17)/t4-,6-,7-/m1/s1 checkY
  • Key:SDUQYLNIPVEERB-QPPQHZFASA-N checkY
  (verify)

ଜେମସାଇଟାବିନ (ଇଂରାଜୀ ଭାଷାରେ Gemcitabine, ଏକ ବିକ୍ରୟ ନାମ ଜେମଜାର/Gemzar) ଏକ କେମୋଥେରାପି ଔଷଧ (chemotherapy medication) ଯାହା ଅନେକ ପ୍ରକାରର କର୍କଟ ରୋଗ ଚିକିତ୍ସାରେ ଦିଆଯାଏ । ଏହି ରୋଗମାନଙ୍କର ନାମ ସ୍ତନ କର୍କଟ, ନନ-ସ୍ମଲ ସେଲ ଫୁସଫୁସ କର୍କଟ ରୋଗ (non-small cell lung cancer), ଅଗ୍ନାଶୟ କର୍କଟ, ମୂତ୍ରାଶୟ କର୍କଟ (bladder cancer) ଓ ବିଲିଆରି ଟ୍ରାକ୍ଟ କର୍କଟ (biliary tract cancer) । ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧]

ଜେମସାଇଟାବିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression), ଯକୃତ ସମସ୍ୟା, ଅଇ, ଜ୍ୱର, ରାସ, ଅଣନିଶ୍ୱାସୀ ଓ କେଶହାନୀ ଆଦି ଲକ୍ଷଣ ଦେଖାଯାଏ । ଅନ୍ୟାନ୍ୟ ସାଂଘାତିକ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଏ । ଗର୍ଭାବସ୍ଥାରେ ଦେଲେ ଏହି ଔଷଧ ଶିଶୁର ହାନୀ କରେ । ଏହା ନ୍ୟୁକ୍ଲିଓସାଇଡ ଆନାଲଗ ( nucleoside analog) ଶ୍ରେଣୀରେ ଏକ ଔଷଧ । ଏହା ଡିଏନଏ (DNA) ପ୍ରସ୍ତୁତିକୁ ଅବରୋଧ କରେ ।[୧]

ସନ ୧୯୮୩ରେ ଜେମସାଇଟାବିନ ପେଟେଣ୍ଟ ହୋଇ ସନ ୧୯୯୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମ ଭାଏଲର ହୋଲସେଲ ମୂଲ୍ୟ ୨୪.୪୧ରୁ ୩୧୬.୯୯ ଆମେରିକୀୟ ଡଲାର ।[୪] ଇଂଲଣ୍ଡରେ ଏହାର ଭାଏଲର ଗ୍ରାମ ପିଛା ମୂଲ୍ୟ ୧୫୫ ପାଉଣ୍ଡ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Gemcitabine Hydrochloride". The American Society of Health-System Pharmacists. Retrieved 8 December 2016.
  2. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 511. ISBN 9783527607495.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Gemcitabine". International Drug Price Indicator Guide. Retrieved 8 December 2016.[permanent dead link]
  5. British national formulary : BNF 69 (69 ed.). British Medical Association. 2015. p. 590. ISBN 9780857111562.