ଜୁଗୁଲାର ଶିରା ଥ୍ରୋମ୍ବୋସିସ
ଜୁଗୁଲାର ଶିରା ଥ୍ରୋମ୍ବୋସିସ | |
---|---|
Internal jugular vein thrombosis | |
ଫାଇଲ:Internal-jugular-vein-thrombosis-1.png | |
ଲକ୍ଷଣ | None, neck swelling[୧] |
ବିପଦ କାରକ | Cancer, central venous catheter, factor V Leiden[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound, CT scan[୧] |
ସଠିକ ରୋଗ ନିର୍ଣ୍ଣୟ | Superior vena cava syndrome, mediastinitis, cellulitis[୧] |
ଚିକିତ୍ସା | Generally anticoagulation[୧] |
ପୁନଃପୌନିକ | 7.5% people with both a central venous catheter and cancer[୧] |
ଜୁଗୁଲାର ଶିରା ଥ୍ରୋମ୍ବୋସିସ ରୋଗ ହେଉଥିବା କୁହାଯାଏ ଯେତେବେଳେ ଇଣ୍ଟରନାଲ ଜୁଗୁଲାର ଶିରା ମଧରେ ରକ୍ତ ଜମାଟ ବାନ୍ଧି ଯାଇଥାଏ ।[୧] ଅନେକଙ୍କର ଅଳ୍ପ ଲକ୍ଷଣ ଥିବାବେଳେ କିମ୍ବା କୌଣସି ଲକ୍ଷଣ ନଥିବାବେଳେ, ଅନ୍ୟ କେତେକଙ୍କର ଫୁଲା, କୋମଳତା ଏବଂ ବେକର ଲାଲ ରଙ୍ଗର ବିକାଶ ହୁଏ ।[୧] ଶିରା ଉପରେ ଏକ କଠିନ ସ୍ଥାନ ମଧ୍ୟ ଅନୁଭବ କରାଯାଇପାରେ ।[୧] ସଂକ୍ରମଣ ହେଲେ ଜ୍ୱର ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଜଟିଳତା ବୃଦ୍ଧି ହେଲେ ଫୁସଫୁସ ଏମ୍ବୋଲିଜ୍ମ ହୋଇପାରେ ।[୧] [୨]
ସବୁଠାରୁ ସାଧାରଣ କାରଣ ହେଉଛି କର୍କଟ ଏବଂ ଏକ କେନ୍ଦ୍ରୀୟ ଭେନସ୍ କ୍ୟାଥେଟର ।[୧] ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ଫ୍ୟାକ୍ଟର ଭି ଲିଡେନ, ବେକରେ ଆଘାତ, ଓଭାରିଆନ ହେଇପରଷ୍ଟିମୁଲେସନ ସିଣ୍ଡ୍ରୋମ (OHSS) ଏବଂ ଶିରାଭ୍ୟନ୍ତର ଔଷଧ ବ୍ୟବହାର ଅନ୍ତର୍ଭୁକ୍ତ ହୋଇପାରେ ।[୧] ସଂକ୍ରମଣର ପରିଣାମ ସ୍ୱରୂପ ଘଟୁଥିବା ଲକ୍ଷଣମାନଙ୍କୁ ଲେମିରେ ସିଣ୍ଡ୍ରୋମ କୁହାଯାଏ ।[୧] ଡି-ଡାଇମର ଉପରେ ଆଧାର କରି ରୋଗ ସନ୍ଦେହ କରାଯାଇପାରେ ଏବଂ ଅଲଟ୍ରାସାଉଣ୍ଡ କିମ୍ବା ସିଟି ସ୍କାନ୍ ଦ୍ୱାରା ନିଶ୍ଚିତ କରାଯାଇପାରେ ।[୧]
ଯେଉଁମାନଙ୍କର ରକ୍ତସ୍ରାବ ହେବାର ଆଶଙ୍କା କମ ଥାଏ ସେମାନଙ୍କ ଚିକିତ୍ସାରେ ଆଣ୍ଟିକୋଆଗୁଲେଟର ସାଧାରଣତଃ ୪ରୁ ୧୨ ସପ୍ତାହ ପର୍ଯ୍ୟନ୍ତ ଦିଆଯାଏ । ଔଷଧ ମଧ୍ୟରେ ହେପାରିନ ଓ ୱାର୍ଫାରିନ୍ କିମ୍ବା ଏକ ଫ୍ୟାକ୍ଟର ଏକ୍ସଏ ଇନହିବିଟର ଦିଆଯାଇପାରେ ।[୧] ଯଦି ସମ୍ଭବ କେନ୍ଦ୍ରୀୟ ଭେନସ୍ କ୍ୟାଥେଟର ଅପସାରଣ କରାଯିବା ଉଚିତ ।[୧] ଲକ୍ଷଣ ନ ଥିଲେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଏକ ବିକଳ୍ପ ହୋଇପାରେ ନାହିଁ ।[୧] ଥ୍ରୋମ୍ବୋଲାଇସିସ କିମ୍ବା ଅସ୍ତ୍ରୋପଚାର ପରାମର୍ଶ କ୍ୱଚିତ୍ ଦିଆଯାଏ | [୧]
ଉଭୟ କେନ୍ଦ୍ରୀୟ ଭେନସ୍ କ୍ୟାଥେଟର୍ ଏବଂ କର୍କଟ ରୋଗରେ ୭.୫% ଲୋକଙ୍କୁ ଜୁଗୁଲାର ଶିରା ଥ୍ରୋମ୍ବୋସିସ୍ ପ୍ରଭାବିତ କରିଥିଲା ।[୧] ପ୍ରଭାବିତ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୪୪% ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କ କ୍ଷେତ୍ରରେ ଏହା ଅଧିକ ଥାଏ ।[୧] ଜୁଗୁଲାର ଶିରା ଥ୍ରୋମ୍ବୋସିସ୍ ରୋଗର ସଂକ୍ରମିତ ମାମଲା ପ୍ରଥମେ ୧୯୩୬ ମସିହାରେ ବର୍ଣ୍ଣନା କରାଯାଇଥିଲା ।[୩]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Lee, Y; Siddiqui, WJ (January 2022). "Internal Jugular Vein Thrombosis". PMID 31082155.
{{cite journal}}
: Cite journal requires|journal=
(help) - ↑ Reinus, William R. (21 October 2013). Clinician's Guide to Diagnostic Imaging (in ଇଂରାଜୀ). Springer Science & Business Media. p. 166. ISBN 978-1-4614-8769-2.
- ↑ Caplivski, Daniel; Scheld, W. Michael (2 February 2012). Consultations in Infectious Disease: A Case Based Approach to Diagnosis and Management (in ଇଂରାଜୀ). Oxford University Press. p. 118. ISBN 978-0-19-990910-0. Archived from the original on 17 October 2022. Retrieved 16 October 2022.