ଜିକୋନୋଟାଇଡ
| Clinical data | |
|---|---|
| Trade names | Prialt, others |
| Synonyms | SNX–111 |
| AHFS/Drugs.com | monograph |
| data |
|
| Pregnancy category |
|
| Routes of administration | Intrathecal – directly into cerebrospinal fluid by a catheter |
| Legal status | |
| Legal status |
|
| Pharmacokinetic data | |
| Bioavailability | 50% |
| Elimination half-life | 2.9 to 6.5 hours |
| Excretion | <1% urine |
| Identifiers | |
| ECHA InfoCard | 100.212.174 |
| Chemical and physical data | |
| Formula | C102H172N36O32S7 |
| Molar mass | ୨,୬୩୯.୧୪ g·mol−1 |
| 3D model (JSmol) | |
| |
| |
| (verify) | |
ବା
ଜିକୋନୋଟାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପ୍ରିୟାଲ୍ଟ, ହେଉଛି ଦୀର୍ଘକାଳୀନ ବା କ୍ରୋନିକ୍ ଯନ୍ତ୍ରଣା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ମେରୁଦଣ୍ଡ ଚାରିପାଖରେ ଥିବା ସ୍ଥାନରେ ଇଞ୍ଜେକ୍ସନଦ୍ୱାରା ଦିଆଯାଏ । [୧] ସ୍କଟଲ୍ୟାଣ୍ଡରେ ୨୦୦୭ ସୁଦ୍ଧା ଏହା ବ୍ୟବହାର ସୁପାରିଶ କରାଯାଇ ନାହିଁ । [୨] ବ୍ୟବହୃତ ମାତ୍ରା ବା ଡୋଜ ସାଧାରଣତଃ ୩ ସପ୍ତାହ ମଧ୍ୟରେ ଧୀରେ ଧୀରେ ବୃଦ୍ଧି କରାଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଦ୍ୱନ୍ଦ୍ୱ, ମୁଣ୍ଡବିନ୍ଧା, ଚକ୍ଷୁ ଦୋଳନ ବା ନିଷ୍ଟାଗମସ ଏବଂ ନିଦ୍ରାଳୁ ଭାବ ହୋଇପାରେ । [୧] [୩] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ୍ କିମ୍ବା ମେନିଞ୍ଜାଇଟିସ୍ ହୋଇପାରେ ।[୧] ଏହା ଯନ୍ତ୍ରଣା ସୃଷ୍ଟି କରୁଥବା ନ୍ୟୁରନ୍ ଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ଯାହା ଏନ-ପ୍ରକାରର କ୍ୟାଲସିୟମ୍ ଚ୍ୟାନେଲ ସହିତ ବନ୍ଧନ ଯୁକ୍ତ ହୋଇ ଯନ୍ତ୍ରଣା ଅନୁଭବ କରାଏ ।[୧] ଏହା ଏକ ଓପିଏଡ୍ ନୁହେଁ | [୧]
୨୦୦୪ ମସିହାରେ ଆମେରିକାରେ ଏବଂ ୨୦୦୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଜିକୋନୋଟାଇଡ ଅନୁମୋଦିତ ହୋଇଥିଲା ।[୧] [୩] ଏହା ମୂଳତଃ ଗେଣ୍ଡା/ଶାମୁକା (conus magus) ବିଷରୁ ତିଆରି ହୋଇଥିଲା ।[୧] ଅଧୁନା ଏହା ଡବ୍ଲ୍ୟୁ-କୋନୋଟକ୍ସିନ ପେପ୍ଟାଇଡରୁ ପ୍ରସ୍ତୁତ ହେଉଛି ।[୪] ୨୦୧୨ ମସିହାରେ ୪୫ ଦିନ ପାଇଁ ଦିଆଯାଉଥିବା ଔଷଧର ମୂଲ୍ୟ ଆମେରିକାରେ ପ୍ରାୟ ୭୩୦ ଡଲାରରୁ ୪,୪୦୦ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Ziconotide Monograph for Professionals". Drugs.com (in ଇଂରାଜୀ). Archived from the original on March 4, 2021. Retrieved 4 August 2021.
- ↑ "ziconotide 100 micrograms/ml solution for infusion (Prialt)". Scottish Medicines Consortium (in ଇଂରାଜୀ). Archived from the original on August 27, 2021. Retrieved 4 August 2021.
- ↑ ୩.୦ ୩.୧ "Prialt". Archived from the original on November 12, 2020. Retrieved 4 August 2021.
- ↑ "Prialt solution for infusion - Summary of Product Characteristics (SmPC) - (eMC)" (in ଇଂରାଜୀ). Electronic Medicines Compendium. January 2017. Archived from the original on June 24, 2019. Retrieved 21 April 2018.
- ↑ Webster, Lynn R.; Fakata, Keri L. "Ziconotide for Chronic Severe Pain". Practical Pain Management (in ଇଂରାଜୀ). Archived from the original on January 19, 2021. Retrieved 4 August 2021.