ଜିଆଡିଆସିସ

ଉଇକିପିଡ଼ିଆ‌ରୁ
(Giardiasisରୁ ଲେଉଟି ଆସିଛି)
ଜିଆଡିଆସିସ
ବିଭର ଫିଭର (beaver fever), ଜିଆଡିଆ (giardia)
ଜିଆଡିଆ ଜୀବକୋଷ, SEM
ବିଭାଗସଂକ୍ରାମକ ରୋଗ (infectious disease)
ଲକ୍ଷଣତରଳ ଝାଡ଼ା, ପେଟ ଯନ୍ତ୍ରଣା (abdominal pain)[୧]
ଆକ୍ରାନ୍ତ ସମୟସଂକ୍ରମିତ ହେବାର ୧ରୁ ୩ ସପ୍ତାହ ମଧ୍ୟରେ ।[୨]
କାରଣଜିଆଡିଆ ଲାମ୍ବଲିଆ [୧]
ରୋଗ ନିର୍ଣ୍ଣୟ ପଦ୍ଧତିମଳ ପରୀକ୍ଷା[୧]
ସଠିକ ରୋଗ ନିର୍ଣ୍ଣୟଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (irritable bowel syndrome)[୧]
ପ୍ରତିକାରଉନ୍ନତ ପରିମଳ ବ୍ୟବସ୍ଥା (sanitation)[୧]
ଔଷଧଟିନିଡାଜୋଲ (tinidazole), ମେଟ୍ରୋନିଡାଜୋଲ (metronidazole)[୧]
ପୁନଃପୌନିକବିକାଶଶୀଳ ଦେଶରେ ୩୦% ଓ ବିକଶିତ ଦେଶରେ ୭% । [୧]

ଜିଆଡିଆସିସ (ଇଂରାଜୀ ଭାଷାରେ Giardiasis), ଜନପ୍ରିୟ ନାମ ଇଂରାଜୀରେ ବିଭର ଫିଭର/ beaver fever),[୩] ଏକ ପରଜୀବୀ ରୋଗ (parasitic disease) ଯାହା ଜିଆଡିଆ ଲାମ୍ବଲିଆ (Giardia lamblia) ନାମକ ପରଜୀବୀଦ୍ୱାରା ହୁଏ । [୪] ଏହାଦ୍ୱାରା ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରୁ ୧୦% ଲୋକଙ୍କର କୌଣସି ଲକ୍ଷଣ ନ ଥାଏ । ଏହାର ଲକ୍ଷଣ: ତରଳ ଝାଡ଼ା, ପେଟ ଯନ୍ତ୍ରଣା (abdominal pain) ଓ ଓଜନ ହ୍ରାସ । ଅନ୍ୟାନ୍ୟ ଲକ୍ଷଣ ଯଥା:- ବାନ୍ତି, ମଳରେ ରକ୍ତ (blood in the stool), ଓ ଜ୍ୱର ସାଧାରଣତଃ କମ ଲୋକଙ୍କଠାରେ ଦେଖାଯାଏ । [୧] ସଂକ୍ରମିତ ହେବାର ୧ରୁ ୩ସପ୍ତାହ ମଧରେ ରୋଗ ଆରମ୍ଭ ହୁଏ ଓ ବିନା ଚିକିତ୍ସାରେ ୬ ସପ୍ତାହ ପର୍ଯ୍ୟନ୍ତ ରହିପାରେ । [୨]

ମଳରେ ଥିବା ଜିଆଡିଆ ଲାମ୍ବଲିଆ ସିସ୍ଟ ଖାଦ୍ୟ ଓ ଜଳରେ ମିଶି ଅପମିଶ୍ରତ ହେବା ପରେ ତାହାକୁ ଖାଇଲେ ବା ପିଇଲେ ଏହି ରୋଗ ବ୍ୟାପେ । ଲୋକମାନଙ୍କ ମଧ୍ୟରେ ଏହା ବ୍ୟାପେ ଓ ପଶୁ-ପଶୁ ମଧ୍ୟରେ ମଧ୍ୟ ବ୍ୟାପେ । ଏହାର ସଙ୍କଟ ସୃଷ୍ଟି କାରକ: ବିକାଶଶୀଳ ଦେଶମାନଙ୍କୁ ପରିଭ୍ରମଣ କରିବା, ଡାଇପର ବଦଳ କରିବା ଅରନ୍ଧା ଖାଦ୍ୟ ଖାଇବା ଓ କୁକୁର ରଖିବା । ଥଣ୍ଡା ଜଳରେ ଏହା ୩ ମାସ ପର୍ଯ୍ୟନ୍ତ ବଞ୍ଚିରହିପାରେ । ମଳ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧]

ଉନ୍ନତ ସ୍ୱାସ୍ଥ୍ୟରକ୍ଷା (hygiene) ଉପାୟ ପାଳନ କଲେ ଏହି ରୋଗର ପ୍ରତିଷେଧ ଆପେ ହୋଇଯାଏ । ଲକ୍ଷଣବିହୀନ ରୋଗୀଙ୍କର ଚିକିତ୍ସା ଆବଶ୍ୟକ ନାହିଁ । ଲକ୍ଷଣ ଥିଲେ ଟିନିଡାଜୋଲ (tinidazole) ବା ମେଟ୍ରୋନିଡାଜୋଲ ଦିଆଯାଏ । ଏହି ରୋଗରେ କେତେକ ରୋଗୀଙ୍କର ଲାକ୍ଟୋଜ ଅସ‌ହନଶୀଳ ହୋଇଯାଆନ୍ତି, ତେଣୁ କିଛି ସପ୍ତାହ ନିମନ୍ତ ଦୁଧ ଦେବାକୁ ମନା କରାଯାଏ । ପରଜୀବୀ ଗୁଡ଼ିକ ଔଷଧ ପ୍ରତିରୋଧୀ ( Resistance) ହୋଇପାରନ୍ତି ।[୧]

ସାରା ପୃଥିବୀରେ ଜିଆଡିଆ ଏକ ସର୍ବସାଧାରଣ ବେମାରୀ । ସନ ୨୦୧୩ରେ ପୃଥିବୀରେ ୨୮୦ ନିୟୁତ ଲକ୍ଷଣ‌ଯୁକ୍ତ ଜିଆଡିଆସିସ ରୋଗ ଥିଲା ।[୪] ବିକାଶଶୀଳ ଦେଶରେ (developing world) ଏହି ରୋଗ ହାର ୩୦% ଥିବାବେଳେ ବିକଶିତ ଦେଶରେ (developed world) ଏହି ହାର ୭% ମାତ୍ର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ରୋଗକୁ ଉପେକ୍ଷିତ (neglected disease) ରୋଗ ଶ୍ରେଣୀଭୁକ୍ତ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Minetti, C; Chalmers, RM; Beeching, NJ; Probert, C; Lamden, K (27 October 2016). "Giardiasis". BMJ (Clinical research ed.). 355: i5369. PMID 27789441.
  2. ୨.୦ ୨.୧ "Parasites - Giardia". CDC. 21 July 2015. Retrieved 17 November 2016.
  3. "Giardiasis (beaver fever)". New York State Department of Health. October 2011. Retrieved 21 June 2015.
  4. ୪.୦ ୪.୧ Esch KJ, Petersen CA (January 2013). "Transmission and epidemiology of zoonotic protozoal diseases of companion animals". Clin Microbiol Rev. 26 (1): 58–85. doi:10.1128/CMR.00067-12. PMC 3553666. PMID 23297259.

ଅଧିକ ପଢ଼ନ୍ତୁ[ସମ୍ପାଦନା]

  • Kathleen Meyer, How to Shit in the Woods: An Environmentally Sound Approach to a Lost Art, Ten Speed Press (1989). A practical guide to wilderness waste disposal to prevent giardiasis.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ