ଜାନୁମ ସିଂ ସୟ

ଉଇକିପିଡ଼ିଆ‌ରୁ
ଜାନୁମ ସିଂ ସୟ
ଜନ୍ମ ଓ ଜନ୍ମସ୍ଥାନକୋକ୍ଚୋ ପଞ୍ଚାୟତ, ପଶ୍ଚିମ ସିଂହଭୂମ ଜିଲ୍ଲା, ଝାଡ଼ଖଣ୍ଡ
ବୃତ୍ତିଲେଖକ
ପ୍ରାଧ୍ୟାପକ
ଜାତୀୟତାଭାରତୀୟ
ପୈତୃକ ବାସସ୍ଥାନଘାଟଶିଳା, ପୂର୍ବ ସିଂହଭୂମ ଜିଲ୍ଲା, ଝାଡ଼ଖଣ୍ଡ
ପୁରସ୍କାରପଦ୍ମଶ୍ରୀ

ଜାନୁମ ସିଂ ସୟ ଜଣେ ଭାରତୀୟ ଶିକ୍ଷାବିଦ୍ ଓ ହୋ-ଭାଷୀ ଲେଖକ । ଆଦିବାସୀ ଭାଷାର ସଂରକ୍ଷଣ ଓ ବିକାଶ ଦିଗରେ ତାଙ୍କର ଦୀର୍ଘ ଉଦ୍ୟମ ଓ ହୋ ଭାଷା ସାହିତ୍ୟକୁ ତାଙ୍କର ଅବଦାନ ନିମନ୍ତେ ସେ ୨୦୨୩ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ଗତ ଚାରି ଦଶନ୍ଧି ଧରି ଆଦିବାସୀ ଭାଷାର ସଂରକ୍ଷଣ ଓ ପ୍ରଚାର ପ୍ରସାରରେ ନିୟୋଜିତ ଅଛନ୍ତି । ଉଭୟ ହୋ ଓ ହିନ୍ଦୀ ଭାଷାରେ ଆଧୁନିକ କବିତା ସମେତ ଛଅଟି ପୁସ୍ତକ ରଚନା କରିଛନ୍ତି । ସେ ୨୦୧୨ ଯାଏ କୋଲ୍ହଣ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ ।[୧][୨]

ଜୀବନୀ[ସମ୍ପାଦନା]

ଜାନୁମ ସିଂ ସୟ ଭାରତର ଝାଡ଼ଖଣ୍ଡ ରାଜ୍ୟ ଅନ୍ତର୍ଗତ ପଶ୍ଚିମ ସିଂହଭୂମ ଜିଲ୍ଲାର କୋକ୍ଚୋ ପଞ୍ଚାୟତ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଏବଂ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ଘାଟଶିଳାର ବାସିନ୍ଦା ।[୧][୨]

ଶିକ୍ଷା[ସମ୍ପାଦନା]

ସେ ଚାଇବସାସ୍ଥିତ ଟାଟା କଲେଜରୁ ହିନ୍ଦୀରେ ସ୍ନାତକ ହାସଲ କରିବା ପରେ ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ୧୯୭୭ ମସିହାରେ ସେ ଘାଟଶିଳା ମହାବିଦ୍ୟାଳୟର ହିନ୍ଦୀ ବିଭାଗ ମୁଖ୍ୟ ଭାବରେ ଯୋଗ ଦେଇଥିଲେ । ସେ କୋଲ୍ହଣ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୨ ମସିହାରେ ସେ ଏହି କାର୍ଯ୍ୟରୁ ଅବସର ନେଇଥିଲେ ।[୧][୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଦିବାସୀ ଭାଷାର ସଂରକ୍ଷଣ ଓ ବିକାଶ ଦିଗରେ ତାଙ୍କର ଦୀର୍ଘ ଉଦ୍ୟମ ନିମନ୍ତେ ଜାନୁମ ସିଂ ସୟ ୨୦୨୩ ମସିହାରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Padma Shri for 72-year-old Ho language scholar from Jharkhand's Kolhan". The Times of India. 2023-01-26. ISSN 0971-8257. Retrieved 2023-04-07.
  2. ୨.୦ ୨.୧ ୨.୨ PTI (2023-01-26). "Padma award will motivate me to work harder for Ho language preservation: Janum Singh Soy". ThePrint (in ଆମେରିକୀୟ ଇଂରାଜୀ). Retrieved 2023-04-07.
  3. "UNI Photo". United New of India. Retrieved 7 April 2023.