ଜାନୁମ ସିଂ ସୟ
ଜାନୁମ ସିଂ ସୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କୋକ୍ଚୋ ପଞ୍ଚାୟତ, ପଶ୍ଚିମ ସିଂହଭୂମ ଜିଲ୍ଲା, ଝାଡ଼ଖଣ୍ଡ |
ବୃତ୍ତି | ଲେଖକ ପ୍ରାଧ୍ୟାପକ |
ଜାତୀୟତା | ଭାରତୀୟ |
ପୈତୃକ ବାସସ୍ଥାନ | ଘାଟଶିଳା, ପୂର୍ବ ସିଂହଭୂମ ଜିଲ୍ଲା, ଝାଡ଼ଖଣ୍ଡ |
ପୁରସ୍କାର | ପଦ୍ମଶ୍ରୀ |
ଜାନୁମ ସିଂ ସୟ ଜଣେ ଭାରତୀୟ ଶିକ୍ଷାବିଦ୍ ଓ ହୋ-ଭାଷୀ ଲେଖକ । ଆଦିବାସୀ ଭାଷାର ସଂରକ୍ଷଣ ଓ ବିକାଶ ଦିଗରେ ତାଙ୍କର ଦୀର୍ଘ ଉଦ୍ୟମ ଓ ହୋ ଭାଷା ସାହିତ୍ୟକୁ ତାଙ୍କର ଅବଦାନ ନିମନ୍ତେ ସେ ୨୦୨୩ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ଗତ ଚାରି ଦଶନ୍ଧି ଧରି ଆଦିବାସୀ ଭାଷାର ସଂରକ୍ଷଣ ଓ ପ୍ରଚାର ପ୍ରସାରରେ ନିୟୋଜିତ ଅଛନ୍ତି । ଉଭୟ ହୋ ଓ ହିନ୍ଦୀ ଭାଷାରେ ଆଧୁନିକ କବିତା ସମେତ ଛଅଟି ପୁସ୍ତକ ରଚନା କରିଛନ୍ତି । ସେ ୨୦୧୨ ଯାଏ କୋଲ୍ହଣ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ ।[୧][୨]
ଜୀବନୀ
[ସମ୍ପାଦନା]ଜାନୁମ ସିଂ ସୟ ଭାରତର ଝାଡ଼ଖଣ୍ଡ ରାଜ୍ୟ ଅନ୍ତର୍ଗତ ପଶ୍ଚିମ ସିଂହଭୂମ ଜିଲ୍ଲାର କୋକ୍ଚୋ ପଞ୍ଚାୟତ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଏବଂ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ଘାଟଶିଳାର ବାସିନ୍ଦା ।[୧][୨]
ଶିକ୍ଷା
[ସମ୍ପାଦନା]ସେ ଚାଇବସାସ୍ଥିତ ଟାଟା କଲେଜରୁ ହିନ୍ଦୀରେ ସ୍ନାତକ ହାସଲ କରିବା ପରେ ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ୧୯୭୭ ମସିହାରେ ସେ ଘାଟଶିଳା ମହାବିଦ୍ୟାଳୟର ହିନ୍ଦୀ ବିଭାଗ ମୁଖ୍ୟ ଭାବରେ ଯୋଗ ଦେଇଥିଲେ । ସେ କୋଲ୍ହଣ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୨ ମସିହାରେ ସେ ଏହି କାର୍ଯ୍ୟରୁ ଅବସର ନେଇଥିଲେ ।[୧][୨]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଦିବାସୀ ଭାଷାର ସଂରକ୍ଷଣ ଓ ବିକାଶ ଦିଗରେ ତାଙ୍କର ଦୀର୍ଘ ଉଦ୍ୟମ ନିମନ୍ତେ ଜାନୁମ ସିଂ ସୟ ୨୦୨୩ ମସିହାରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Padma Shri for 72-year-old Ho language scholar from Jharkhand's Kolhan". The Times of India. 2023-01-26. ISSN 0971-8257. Retrieved 2023-04-07.
- ↑ ୨.୦ ୨.୧ ୨.୨ PTI (2023-01-26). "Padma award will motivate me to work harder for Ho language preservation: Janum Singh Soy". ThePrint (in ଆମେରିକୀୟ ଇଂରାଜୀ). Retrieved 2023-04-07.
- ↑ "UNI Photo". United New of India. Retrieved 7 April 2023.