Jump to content

ଜରାୟୁଗ୍ରୀବା ଇଣ୍ଟ୍ରାଏପିଥେଲିଆଲ୍ ନିଓପ୍ଲାସିଆ

ଉଇକିପିଡ଼ିଆ‌ରୁ
Cervical intraepithelial neoplasia
Cervical dysplasia, squamous intraepithelial lesion (SIL)
CIN-1 showing a positive acetic acid test of the cervix
ବିଭାଗGynecology
ଲକ୍ଷଣNone[]
ଆକ୍ରାନ୍ତ ସମୟAround the age of 30[]
କାରଣHuman papillomavirus infection (HPV)[]
ରୋଗ ନିର୍ଣ୍ଣୟ ପଦ୍ଧତିSuspected by Pap test or colposcopy, confirmed by tissue biopsy[]
ପ୍ରତିକାରNot having sex, safe sex, HPV vaccination[]
ଚିକିତ୍ସାCIN 1: Generally resolves without treatment[]
CIN 2: Removal or closely watching[]
CIN 3: Removal[]
ପୁନଃପୌନିକ50,000 per year (USA)[]

ଜରାୟୁଗ୍ରୀବା ଇଣ୍ଟ୍ରାଏପିଥେଲିଆଲ୍ ନିଓପ୍ଲାସିଆ ( CIN ), ଯାହା ସର୍ଭିକାଲ୍ ଡିସପ୍ଲାସିଆ ଭାବରେ ମଧ୍ୟ ଜଣାଶୁଣା, ରୋଗରେ ଗର୍ଭାଶୟ ଗ୍ରିବା ପୃଷ୍ଠରେ ଥିବା ଜୀବକୋଷଗୁଡ଼ିକର ଅସ୍ୱାଭାବିକ ବୃଦ୍ଧି ହୁଏ ।[1] ଏହା କର୍କଟ ରୋଗ ନୁହେଁ, କିନ୍ତୁ ସମୟ କ୍ରମେ ଏହା ଗର୍ଭାଶୟ କର୍କଟରେ ପରିଣତ ହୋଇପାରେ ।[1] [2] ଏହାର ଲକ୍ଷଣ ଦେଖାଯାଏ ନାହିଁ ।[2]

ଏହା ସାଧାରଣତ କେତେକ ପ୍ରକାରର ମାନବ ପାପିଲୋମାଭୂତାଣୁ ସଂକ୍ରମଣ (ଏଚପିଭି/ HPV) ଯୋଗୁ ହୋଇଥାଏ ।[] ଯଦିଓ ଅଧିକାଂଶ ଏଚପିଭି ସଂକ୍ରମଣ ସମସ୍ୟା ସୃଷ୍ଟି ନକରି ଆପେ ସମାଧାନ କରେ, କିନ୍ତୁ ଅବିରତ ରହିଲେ ଅଧିକ ବିପଦ ସଙ୍କଟ ରହେ । [] [] ପ୍ୟାପ ଟେଷ୍ଟ କିମ୍ବା କଲ୍ପୋସ୍କୋପି ଦ୍ୱାରା ରୋଗ ସନ୍ଦେହ କରାଯେ ଓ ତନ୍ତୁ ବାୟୋପ୍ସି କରି ନିଶ୍ଚିତ କରାଯାଇଥାଏ ।[] ଏହା ୧–୩ ସ୍କେଲରେ ଗ୍ରେଡ୍ ହୋଇଛି, ସିଆଇଏନ ୧ ସାଧାରଣତ ଅଳ୍ପ ଗ୍ରେଡ୍ ହୁଏ(LSIL) ଏବଂ ୨ କିମ୍ବା ୩ ଥିଲେ ଉଚ୍ଚ-ଗ୍ରେଡ୍ ସ୍କ୍ୱାମସ୍ ଇଣ୍ଟ୍ରାଏପିଥେଲିଆଲ୍ ଆଘାତ (HSIL) ହୋଇପାରେ ।[]

ସିଆଇଏନ ୧ର ମାମଲା ସାଧାରଣତଃ ଚିକିତ୍ସା ଆବଶ୍ୟକ କରେ ନାହିଁ କାରଣ ସେମାନେ ସାଧାରଣତ ନିଜେ ସମାଧାନ କରନ୍ତି | [] ଅସ୍ୱାଭାବିକ କୋଷଗୁଡିକ ଅପସାରଣ କରି କିମ୍ବା ଏହା ଅଗ୍ରଗତି କରୁଛି କି ନାହିଁ ଦେଖିବା ପାଇଁ ସିଆଇଏନ ୨ ପରିଚାଳିତ ହୋଇପାରେ । [] ସିଆଇଏନ୩ ଶୀଘ୍ର ଅପସାରଣ କରାଯିବା ଉଚିତ୍ ।[] ଅପସାରଣର ସବୁଠାରୁ ସାଧାରଣ ପଦ୍ଧତି ହେଉଛି ଏହାକୁ ଏକ କୋନ ଆକୃତିର ଏକ ଖଣ୍ଡ କାଟିବା ଦ୍ୱାରା; ଯଦିଓ ଲେଜର ଥେରାପି, କ୍ରାୟୋଥେରାପି ଏବଂ ହିଷ୍ଟେରେକ୍ଟୋମି ଅନ୍ୟ ବିକଳ୍ପ ଅଟେ ।[] ପ୍ରତିଷେଧରେ ଯୌନ ସମ୍ପର୍କ ନ ରଖିବା କିମ୍ବା ନିରାପଦ ଯୌନ ଅଭ୍ୟାସ କରିବା ଏବଂ ଏଚପିଭି ଟୀକା ନିଆ ଯାଇପାରେ ।[]

ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୫୦,୦୦୦ ଲୋକଙ୍କର ନୂତନ ରୋଗ ନିର୍ଣ୍ଣୟ କରାଯାଏ ।[] ଏହା ସାଧାରଣତ ୩୦ ବର୍ଷ ବୟସରେ ହୁଏ ।[] ଏଚପିଭି ବିରୋଧରେ ବ୍ୟାପକ ଟୀକାକରଣ କଲେ ଏହି ହାର ୯୦% ରୁ ଅଧିକ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି ।[] ଅବସ୍ଥା ପ୍ରଥମେ ୧୮୮୮ ରେ ବର୍ଣ୍ଣନା କରାଯାଇଥିଲା; ଯଦିଓ ସେମାନେ କର୍କଟରେ ପରିଣତ ହୋଇପାରିବା ସମ୍ଭାବନା କେବଳ ୧୯୦୦ ଦଶକ ଶେଷରେ ନିର୍ଣ୍ଣୟ କରାଯାଇଥିଲା ।[] []

  1. ୧.୦ ୧.୧ ୧.୨ Sellors, John W.; Sankaranarayanan, R. (2003). Colposcopy and treatment of cervical intraepithelial neoplasia: a beginners' manual. Lyon: Intern. Agency for Research Cancer. p. Chapter 2. ISBN 978-92-832-0412-1. Archived from the original on 25 April 2022. Retrieved 13 January 2024.
  2. ୨.୦ ୨.୧ ୨.୨ ୨.୩ Kumar, Vinay; Abbas, Abul K.; Aster, Jon C. (8 March 2017). Robbins Basic Pathology E-Book: Robbins Basic Pathology E-Book (in ଇଂରାଜୀ) (10th ed.). Elsevier Health Sciences. p. 718. ISBN 978-0-323-39413-0. Archived from the original on 16 January 2024. Retrieved 14 January 2024.
  3. ୩.୦ ୩.୧ ୩.୨ ୩.୩ "Cervical intraepithelial neoplasia". www.cancer.gov (in ଇଂରାଜୀ). 2 February 2011. Archived from the original on 11 April 2023. Retrieved 13 January 2024.
  4. ୪.୦ ୪.୧ ୪.୨ Boda D, Docea AO, Calina D, Ilie MA, Caruntu C, Zurac S, Neagu M, Constantin C, Branisteanu DE, Voiculescu V, Mamoulakis C, Tzanakakis G, Spandidos DA, Drakoulis N, Tsatsakis AM (March 2018). "Human papilloma virus: Apprehending the link with carcinogenesis and unveiling new research avenues (Review)". International Journal of Oncology. 52 (3): 637–655. doi:10.3892/ijo.2018.4256. PMC 5807043. PMID 29393378.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ "HPV and Pap Test Results: Next Steps after an Abnormal Test - NCI". www.cancer.gov (in ଇଂରାଜୀ). 13 October 2022. Archived from the original on 29 December 2023. Retrieved 13 January 2024.
  6. Perkins, RB; Wentzensen, N; Guido, RS; Schiffman, M (8 August 2023). "Cervical Cancer Screening: A Review". JAMA. 330 (6): 547–558. doi:10.1001/jama.2023.13174. PMID 37552298.
  7. St. Clair, Caryn M.; Wright, Jason D. (2009). "Cervical Intraepithelial Neoplasia: History and Detection". The Global Library of Women's Medicine. doi:10.3843/GLOWM.10227. {{cite journal}}: |access-date= requires |url= (help)