ଚିରାଗ ଜାନି

ଉଇକିପିଡ଼ିଆ‌ରୁ
ଚିରାଗ ଜାନି
ଜନ୍ମ (1987-08-14) ୧୪ ଅଗଷ୍ଟ ୧୯୮୭ (ବୟସ ୩୬)
କୋଡିନାରା, ଗୁଜରାଟ, ଭାରତ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୧୩ – ଏବେଯାଏଁ


ଚିରାଗ ଜାନି (ଜନ୍ମ: ୧୪ ଅଗଷ୍ଟ ୧୯୮୭) ଜଣେ ଭାରତୀୟ ଅଭିନେତା ଯିଏକି ତାମିଲ, ତେଲୁଗୁ, ଗୁଜରାଟୀ ଏବଂ ହିନ୍ଦୀ ଭାଷାର କଥାଚିତ୍ରରେ ଅଭିନୟ କରନ୍ତି । କଥାଚିତ୍ରରେ ଅଭିନୟ କରିବା ପୂର୍ବରୁ ସେ ହିନ୍ଦୀ ଧାରାବାହିକରେ ଅଭିନୟ କରିଥିଲେ । ରାଜେଶ ବାବରଙ୍କ ନିର୍ଦ୍ଦେଶିତ ତଥା ଶ୍ୟାମାଶିଷ ଭଟ୍ଟାଚାର୍ଯ୍ୟଙ୍କଦ୍ୱାରା ନିର୍ମିତ ହିନ୍ଦୀ ଧାରାବାହିକ ସପ୍ନେ ସୁହାନେ ଲଡ଼କପନ କେ ଜରିଆରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା, ଯେଉଁଥିରେ ସେ ବୈଷ୍ଣବୀ ମହାନ୍ତଙ୍କ ସହିତ କାମ କରିଥିଲେ । ସେ ଅନେକ କଥାଚିତ୍ରରେ କାମ କରିଛନ୍ତି । କୁମାର ରାଜଙ୍କ ନିର୍ଦ୍ଦେଶିତ ୟାହାଁ ଅମୀନା ବିକ୍ତି ହୈରେ କାମ କରିଥିଲେ । ସେ ଆଧ୍ୟାତ୍ମିକ ଧାରାବାହିକ ବିଘ୍ନହର୍ତ୍ତା ଗଣେଶରେ ଅଭିନୟ କରିଥିଲେ ।[୧] ତାଙ୍କ ଅଭିନୀତ ଅନ୍ୟ ଧାରାବାହିକ ଗୁଡ଼ିକ ହେଲା ପୋରୁସ (ଦସ୍ୟୁ ରାଜା ଅନୁନାୟକ ଭାବରେ)[୨][୩] ଏବଂ ଦସ୍ତାନ-ଏ-ମୋହବତ୍ ସଲିମ୍ ଅନାରକଲୀ (ମିର୍ଜା ମହମ୍ମଦ ହକିମ ଭୂମିକାରେ) ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୧୪ ଅଞ୍ଜାନ ଇମ୍ରାନ ଭାଇ ଏଜେଣ୍ଟ ତାମିଲ୍
୨୦୧୬ ୟାହାଁ ଅମୀନା ବିକ୍ତି ହୈ ହିନ୍ଦୀ
୨୦୧୭ ରୋଗ୍ ଚିରାଗ କନ୍ନଡ଼

ତେଲୁଗୁ

୨୦୧୯ କାପ୍ପାନ ରଣଜିତ କୁମାର ତାମିଲ୍ ଏମ୍‌ଜିଆର୍ ଶିବାଜୀ ଏକାଡେମୀ ଆୱାର୍ଡ଼ସ୍ (୨୦୧୯)ରେ ଶ୍ରେଷ୍ଠ ଖଳନାୟକ
୨୦୨୦ ଜି ଏସିପି ସମ୍ରାଟ ଗୁଜରାଟୀ
ଉନ୍ କାଦଲ୍ ଇରୁଣ୍ଡାଲ୍ ତାମିଲ୍
ପମ୍ବାଟ୍ଟମ୍ ତାମିଲ୍
ବୀରମ୍ କନ୍ନଡ଼
୨୦୨୧ କ୍ରାକ୍ ସଲୀମ ଭଟକାଲ/ସତ୍ୟନାରାୟଣ ମୂର୍ତ୍ତି ତେଲୁଗୁ
୨୦୨୨ ନୟିକା ଦେବୀ - ଦି ୱାରିଅର୍ କୁଇନ୍ ଗୁଜରାଟୀ
ଧମାକା ଆର୍ଯ୍ୟ ପକ୍ଷିତପ ତେଲୁଗୁ [୪]
୨୦୨୩ ଥୁନିବୁ ହର୍ଷ ତାମିଲ୍
ଅଗିଲାନ ଇନ୍ସପେକ୍ଟର ଏସ୍ ଗୋକୁଲ ମେହେଟ୍ଟା ତାମିଲ୍

ଅଭିନୀତ ଧାରାବାହିକ[ସମ୍ପାଦନା]

  • ସପ୍ନେ ସୁହାନେ ଲଡ଼କପନ କେ (୨୦୧୩) - ଜଗନ[୫]
  • ପୋରସ୍ (୨୦୧୭ – ୨୦୧୮) - ଦସ୍ୟୁ ରାଜା ଅରୁଣାୟକ
  • ବିଘ୍ନହର୍ତ୍ତା ଗଣେଶ (୨୦୧୮) - ସୁନ୍ଦୂରା
  • ଦସ୍ତାନ-ଏ-ମୋହବବତ୍ ସଲିମ୍ ଅନାରକଲୀ (୨୦୧୮) - ହକିମ ମିର୍ଜା

ଆଧାର[ସମ୍ପାଦନା]

  1. "Chirag Jani: I get opportunities to play different roles, which proves my versatility - Times of India". The Times of India.
  2. "Chirag Jani shares his experience of shooting for Porus in Thailand - Times of India". The Times of India.
  3. "Chirag Jani explores new musical instruments during home quarantine - Times of India". The Times of India.
  4. Agilan Prelude Teaser 01 | Jayam Ravi | Priya | Tanya | N Kalyana Krishnan | Sam CS | Screen Scene (in ଇଂରାଜୀ), retrieved 2022-06-07
  5. "Special provision given to Chirag Jani to maintain his physique - Times of India". The Times of India.

ବାହାର ଆଧାର[ସମ୍ପାଦନା]