ଚିତାକୁଟି
ଦେଖଣା
ଚିତାକୁଟି | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Malpighiales |
କୁଳ: | Euphorbiaceae |
ପ୍ରଜାତି: | Euphorbia |
ଜାତି: | E. hirta |
ବାଇନୋମିଆଲ ନାମ | |
Euphorbia hirta |
ଚିତାକୁଟି ଏକ Euphorbia ବର୍ଗର ଏକ ଗୁଳ୍ମଜାତୀୟ ସପୁଷ୍ପକ ଉଦ୍ଭିଦ । ଏହା 'ହରିହରିକା' ନାମରେ ମଧ୍ୟ ପରିଚିତ ।[୧] ଚିତାକୁଟି ଘାସ ପଡ଼ିଆରେ ଓ ଅଳିଆ ଜାଗାରେ ବଢ଼ିଥାଏ। ଏହାର ପତ୍ରଗୁଡ଼ିକ ଆଁଶୁ ଆଁଶୁଆ । ପତ୍ରକୁ ଛିଡ଼ାଇଲେ କିମ୍ବା ଏହାର ଡାଳକୁ ଭାଙ୍ଗିଲେ ଧଳା ରଙ୍ଗର କ୍ଷୀର ବାହାରେ। ଏହି ଗୁଳ୍ମଟି ବହୁଶାଖାଯୁକ୍ତ । ଫୁଲ ଗୁଡ଼ିକ ବହୁତ ଛୋଟ ଛୋଟ, ପେନ୍ଥା ପେନ୍ଥା ହୋଇ ଫୁଟିଥାଏ, ମଞ୍ଜି ଛୋଟ ଛୋଟ, ନାଲିଟିଆ ରଙ୍ଗର। ସ୍ୱାଦ ତିକ୍ତ ଓ ଗନ୍ଧହୀନ ।
ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ସଂସ୍କୃତ | ପୁସିତୋଆ |
ତେଲୁଗୁ | ବିଦାରି |
ବଙ୍ଗଳା | ବୁରାକେରୁ |
ହିନ୍ଦୀ | ଦୁଧି |
ଔଷଧୀୟ ବ୍ୟବହାର
[ସମ୍ପାଦନା]ଏହାର ସର୍ବାଙ୍ଗ ଔଷଧୀୟ କାମରେ ଆସେ । ଏହା ଫିଲିପାଇନସରେ ପାରମ୍ପରିକ କ୍ରମେ ଡେଙ୍ଗୁ ଜ୍ୱରର ନିରାମୟ କରିବାପାଇଁ ବ୍ୟବହାର କରାଯାଏ। [୨]
- ଚକ୍ଷୁର ଯାବତୀୟ ରୋଗରେ ଏହାର କ୍ଷୀର ବହୁତ ଗୁଣକାରୀ ।
- ଶ୍ୱାସ ରୋଗର ଉପଶମରେ ଏହା ଉପକାରୀ ।
- ଏହାର ସର୍ବାଙ୍ଗର ରସ କଫ, ଝାଡ଼ାରେ ଗଣ୍ଡଗୋଳ, ପେଟବିନ୍ଧା ଓ ଅଜୀର୍ଣ୍ଣ ଝାଡ଼ାରେ ଏହା ଉପକାରୀ ।
- ଚର୍ମରୋଗ (ବିଶେଷ କରି ଶୁଖିଲା ଗଛକୁ ବାଟି ଲଗାଯାଏ) ଓ ମୁହଁର କ୍ଷତରେ (ସଜ ଗଛକୁ ବାଟି ଲଗାଯାଏ) ଉପଯୋଗୀ ।
- ଏହାର ପତ୍ରକୁ ଦଳି ଲଗାଇଲେ କ୍ଷତରୁ ରକ୍ତସ୍ରାବ ବନ୍ଦ କରିଥାଏ ।
- ଏହାର ଚେର ସାପ କାମୁଡ଼ାର ଔଷଧ ।
- ଏହାର ସଜ ପତ୍ର ସ୍ତ୍ରୀ ରୋଗରେ ଉପକାରୀ ।
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- Plants That Heal. Dr. J. C. Kurien.
- ଲକ୍ଷ୍ମଣ ମିଶ୍ରଙ୍କ ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା