ଚିଆରି ମାଲଫର୍ମେସନ

ଉଇକିପିଡ଼ିଆ‌ରୁ

 

Chiari malformation
Arnold–Chiari malformation
A sagittal FLAIR MRI scan, from a patient with an Arnold-Chiari malformation, demonstrating tonsillar herniation of 7 mm.
ଉଚ୍ଚାରଣ
ବିଭାଗNeurosurgery
ଲକ୍ଷଣHeadaches, neck pain, vision problems, world spinning, hearing loss, poor coordination, no symptoms[୧]
ଆକ୍ରାନ୍ତ ସମୟGenerally present at birth[୨]
କାରଣUnknown[୨]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୧]
ସଠିକ ରୋଗ ନିର୍ଣ୍ଣୟIntracranial hypotension, increased intracranial pressure, normal variant[୧]
ଚିକିତ୍ସାObservation, decompressive surgery[୧]
ପୁନଃପୌନିକ0.5 to 3.5%[୧]

ଚିଆରି ମାଲଫର୍ମେସନ ( CM ), ଅନ୍ୟ ନାମ ଆର୍ନୋଲ୍ଡ-ଚିଆରି ମାଲଫର୍ମେସନ, କ‌ହିଲେ ଖପୁରୀ ଓ ମସ୍ତିଷ୍କର ପୃଷ୍ଠ ଭାବରେ ହେଉଥିବା ଏକ ବିକଳାଙ୍ଗ ରୋଗ ଗୋଷ୍ଠୀକୁ ବୁଝାଏ । [୧] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡ ବିନ୍ଧା, ବେକ ଯନ୍ତ୍ରଣା, ଦୃଷ୍ଟି ସମସ୍ୟା, ମୁଣ୍ଡ ବୁଲା, ଶ୍ରବଣହାନୀ ଏବଂ ସମନ୍ୱୟ ସମସ୍ୟା ହୋଇପାରେ ଯଦିଓ କେତେକ ରୋଗୀଙ୍କର କୌଣସି ଲକ୍ଷଣ ନଥାଏ | [୧] ରୋଗ ଜଟିଳ ହେଲେ ସେରେବେଲାର ଟନସିଲାର ହାର୍ନିଆ, ହାଇଡ୍ରୋସେଫାଲସ ଏବଂ ସିରିଙ୍କ୍ସ ହୋଇପାରେ । [୧]

ଏହାର କାରଣ ଜଣା ପଡିନାହିଁ, ଯଦିଓ ଅନେକ ତତ୍ତ୍ୱର ପ୍ରସ୍ତାବ ଦିଆଯାଇଛି | [୧] [୨] ମସ୍ତିଷ୍କର ସେରେବେଲମ, ପନ୍ସ ଓ ମେଡୁଲା ଓବଲଙ୍ଗାଟା ଏହି ରୋଗରେ ଜଡ଼ିତ ହୋଇଥାଏ ।[୧] ଏହାକୁ ଟାଇପ୍ ୦, ୧, ୨, ୩, କିମ୍ବା ୪ ଭାଗରେ ଶ୍ରେଣୀଭୁକ୍ତ କରାଯାଇଛି | [୧] [୨] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ମେଡିକାଲ ଇମେଜିଙ୍ଗଦ୍ୱାରା ନିଶ୍ଚିତ କରାଯାଏ | [୧] [୨]

କୌଣସି ଲକ୍ଷଣ ନଥିବା ବ୍ୟକ୍ତି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ କରନ୍ତି ନାହିଁ | [୧] ଅନ୍ୟମାନଙ୍କର ଡିକମ୍ପ୍ରେସିଭ ଅସ୍ତ୍ରୋପଚାର ଚିକିତ୍ସା କରାଯାଏ | [୧] ଯନ୍ତ୍ରଣା ଉପଶମ ନିମନ୍ତେ ନନଷ୍ଟେରଏଡାଲ ଆଣ୍ଟିଇନଫ୍ଲାମେଟୋରୀ ଔଷଧ ଦିଆଯାଏ କିମ୍ବା ଏକ ବେକ କଲାର ଦିଆଯାଏ ।[୧] ଚିଆରି ୧ ରୋଗର ପୂର୍ବାନୁମାନ ସାଧାରଣତଃ ଭଲ ଥାଏ କିନ୍ତୁ ଚିଆରି ୨ରେ ୩ ବର୍ଷ ବୟସ ମଧ୍ୟର ମୃତ୍ୟୁ ସଙ୍କଟ ୧୫% ଥାଏ । [୧]

ଚିଆରି ୧ ରୋଗ ୦.୫ରୁ ୩.୫% ଲୋକଙ୍କୁ ପ୍ରଭାବିତ କରେ ଓ ଚିଆରି୨ ପ୍ରତି ୧୦୦୦ ଜନ୍ମରେ ୦.୪ ଜଣ ପ୍ରଭାବିତ ହୁଅନ୍ତି | [୧] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୋଇପାରନ୍ତି | [୨] ଏହା ଅଷ୍ଟ୍ରିଆର ପାଥୋଲୋଜିଷ୍ଟ ହାନ୍ସ ଚିଆରିଙ୍କ ନାମରେ ନାମିତ ହୋଇଛି ଯିଏ ପ୍ରଥମେ ୧୮୯୧ ମସିହାରେ ଏହି ଅବସ୍ଥା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଜର୍ମାନ ପାଥୋଲୋଜିଷ୍ଟ ଜୁଲିଅସ ଆର୍ଣ୍ଣୋଲ୍ଡ ଏହା ଉପରେ ଅଧିକ ବର୍ଣ୍ଣନା କରିଥିଲେ। [୨] [୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Hidalgo, JA; Tork, CA; Varacallo, M (January 2020). "Arnold Chiari Malformation". PMID 28613730. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Chiari Malformations". NORD (National Organization for Rare Disorders). Retrieved 16 January 2021.
  3. Stedman, Thomas Lathrop (2005). Stedman's Medical Eponyms (in ଇଂରାଜୀ). Lippincott Williams & Wilkins. p. 137. ISBN 978-0-7817-5443-9.