Jump to content

ଚାନ୍ଦେରୀ ଶାଢ଼ୀ

ଉଇକିପିଡ଼ିଆ‌ରୁ
ଚାନ୍ଦେରୀ ଶାଢ଼ୀ
Typeଶାଢ଼ୀ
Materialରେଶମ

ଚାନ୍ଦେରୀ ଶାଢ଼ୀ ମଧ୍ୟ ପ୍ରଦେଶର ଚାନ୍ଦେରୀଠାରେ ତିଆରି ହେଉଥିବା ପାରମ୍ପରିକ ଶାଢ଼ୀ ଅଟେ । ଭାରତୀୟ ଭୌଗଳିକ ସଂକେତ ଭାବେ ଭାରତ ସରକାରଙ୍କଠାରେ ପଂଜିକୃତ ହୋଇଛି । [][][]

ଇତିହାସ

[ସମ୍ପାଦନା]

ପୌରାଣିକ ମତେ ବୈଦିକ ଯୁଗ ସମୟରେ ଶିଶୁପାଳଙ୍କଦ୍ୱାରା ଚନ୍ଦେରୀ ଗ୍ରାମ ସ୍ଥାପିତ ହୋଇଥିଲା । ଏହି ପ୍ରସିଦ୍ଧ ବୁଣାକାମ ଦ୍ୱିତୀୟ ଶତାବ୍ଦୀରୁ ସପ୍ତମ ଶତାବ୍ଦୀ ମଧ୍ୟରେ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ଏହି ସ୍ଥାନ ଦୁଇ ସାଂସ୍କୃତିକ ସହର ମାଲୱା ଏବଂ ବୁନ୍ଦେଲଖଣ୍ଡର ମଧ୍ୟବର୍ତ୍ତୀ ଅଞ୍ଚଳ ଅଟେ । ବିନ୍ଧ୍ୟାଞ୍ଚଳ ବସତିମଧରେ ସଂସ୍କୃତି ପୁରୀ ରହିଥିବା ଦେଖାଯାଏ । ଏକାଦଶ ଶତାବ୍ଦୀ ବେଳକୁ ମାଲୱା ଏବଂ ମେଡ଼ୱା , ଭାରତର କେନ୍ଦ୍ରାଞ୍ଚଳ, ଦକ୍ଷିଣ ଗୁଜରାଟ ଆଦିରେ ଏହାର ବ୍ୟବସାୟ ସୁଦୃଢ଼ ହୋଇଥିଲା ।ତ୍ରୟୋଦଶ ଶତାବ୍ଦୀ ବେଳକୁ ପାରମ୍ପରିକ ବୁଣନ କଳା ବିକଶିତ ହୋଇଥିଲା । ମୁସଲମାନମନେ ଏହାର ଆରମ୍ଭ କରିଥିବାର ଅନୁମେୟ । ପରେ ୧୩୫୦ ମସିହାରେ କୋଷ୍ଟି ବୁଣାକାରୀମାନେ ଝାନ୍ସୀରୁ ଚାନ୍ଦେରୀକୁ ଆସିଥିଲେ ଏବଂ ଏହି କାର୍ଯ୍ୟ ଲାଗି ଏଠାରେ ବସତି ସ୍ଥାପନ କରିଥିଲେ । ମୋଗଲ ସାମ୍ରାଜ୍ୟରେ ଚାନ୍ଦେରୀ ଶାଢ଼ୀର ବ୍ୟବସାୟ ଏବଂ ଉତ୍ପାଦନ ଶିଖରକୁ ଛୁଇଁଥିଲା ।

ଚାନ୍ଦେରୀ ଶାଢ଼ୀ ତିନୋଟି ପ୍ରକାର ତନ୍ତୁରେ ତିଆରି ହୁଏ ଯଥା ବିଶୁଦ୍ଧ ରେଶମ, ଚାନ୍ଦେରୀ ସୁତା (କଟନ),ଏବଂ ରେଶମ କଟନ । ପାରମ୍ପରିକ ମୂଦ୍ରା, ଫୁଲ ଡାଳି, ମୟୁର, ଏବଂ ଜ୍ୟାମିତିକ ଆକୃତି ଆଦି ଭିନ୍ନ ଭିନ୍ନ କାରିଗରୀ ଚାନ୍ଦେରୀ ଶୈଳୀରେ ବୁଣାଯାଇଥାଏ ।

  1. LALITHAA KRISHNAN. "Cool textures for hot clime". The Hindu.
  2. "Handloom expo in Bhubaneswar". The Times of India. Archived from the original on 2013-04-07. Retrieved 2016-02-10.
  3. Shefalee Vasudev. "2012: Fashion's firsts". livemint.com.