ଚନ୍ଦ୍ରର ମୃତ୍ୟୁ

ଉଇକିପିଡ଼ିଆ‌ରୁ
ଚନ୍ଦ୍ରର ମୃତ୍ୟୁ  
ଲେଖକଗୋକୁଳାନନ୍ଦ ମହାପାତ୍ର[୧]
ଦେଶଭାରତ
ଭାଷାଓଡ଼ିଆ
ବିଭାଗବିଜ୍ଞାନ କଳ୍ପ-ଗଳ୍ପ
ମାଧ୍ୟମ ପ୍ରକାରବନ୍ଧେଇ, ଛପା ବହି

ଚନ୍ଦ୍ରର ମୃତ୍ୟୁ ଗୋକୁଳାନନ୍ଦ ମହାପାତ୍ରଙ୍କଦ୍ୱାରା ରଚିତ ଏକ ବିଜ୍ଞାନ ଭିତ୍ତିକ ଉପନ୍ୟାସ ଅଟେ ।

ପୁସ୍ତକ ସମୀକ୍ଷା[ସମ୍ପାଦନା]

  • ଏହା ଚନ୍ଦ୍ରଲୋକରେ ଅବସ୍ଥିତ ଏକ କଳ୍ପିତ ସଭ୍ୟତାର କାହାଣୀ ଯାହାକି ପୃଥିବୀର ମାନଦ ସଭ୍ୟତାଠାରୁ ଅଧିକ ସଭ୍ୟ ଓ ଶିକ୍ଷିତ ଥିଲା, କିନ୍ତୁ ଜଳାଭାବ ଯୋଗୁଁ ନିଶ୍ଚିହ୍ନ ହୋଇଗଲା ।

ମୁଖ୍ୟ ଚରିତ୍ର[ସମ୍ପାଦନା]

  • ଉତ୍କଳାବର୍ତ୍ତ
  • ସାଙ୍ଗରୀନା

ସଂକ୍ଷିପ୍ତ କାହାଣୀ[ସମ୍ପାଦନା]

ବର୍ତ୍ତମାନର ମହେଞ୍ଜୋଦାର, ସେତେବେଳର 'ନନ୍ଦୁର'ରେ ସେଦିନ ଏକ ଅଦ୍ଭୁତ ଯାନ ଅବତରଣ କରିଥିଲା ଓ ଏହାକୁ ବୁଦା ଉହାଡରୁ ଲକ୍ଷ୍ୟ କରିଥିଲା ଉତ୍କଳାବର୍ତ୍ତ । ଏଥିରେ ଚନ୍ଦ୍ରପୃଷ୍ଠରୁ ଆସିଥିଲେ ରାଙ୍ଗରୀନା ଓ ତାଙ୍କ ସାଥି । ସେମାନେ ଶୁଦ୍ଧଭାବେ ସଂସ୍କୃତ କହିପାରୁଥିଲେ । ଚନ୍ଦ୍ରର ଦୁର୍ବଳ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଜଳଅମ୍ଳଜାନ ଧାରଣ କ୍ଷମତା କମ ଥିଲା । ଏଣୁ ସେମାନେ ପୃଥିବୀର ନେତୃବର୍ଗଙ୍କ ସହ କଥାହୋଇ ଆବଶ୍ୟକ ଜଳ ଓ ଅମ୍ଳଜାନ ଚନ୍ଦ୍ରକୁ ନେବାକୁ ଚାହୁଁଥିଲେ ଓ ବଦଳରେ ସୁନା ଦେବାର ପ୍ରସ୍ତାବ ଦେଇଥିଲେ । ଉତ୍କଳାବର୍ତ୍ତ ସହାୟତାରେ ସେମାନେ ନେତୃବର୍ଗଙ୍କୁ ଭେଟିଥିଲେ । ପୃଥିବୀର ଋଷି-ମନୀଷୀଙ୍କ ପାଇଁ ଏସବୁ ଅଦ୍ଭୁତ ଥିଲା, କିନ୍ତୁ ଆର୍ଯ୍ୟମାନଙ୍କ ଯୁଧ୍ୟ ଲାଗିରହୁଥିବାରୁ ସେମାନଙ୍କ ପାଇଁ ସୁନା ଆବଶ୍ୟକ ଥିଲା । ଏଣୁ ଋଷିମାନେ ରାଜି ହୋଇଥିଲେ । ସେସମୟରେ "ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ" ପୃଥିବୀଠାରୁ ଢେର ଆଗରେ ଥିବା ଚନ୍ଦ୍ରପୃଷ୍ଠର ଅଧିବାସୀମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଜଳ ଓ ଅମ୍ଳଜାନକୁ କଠିନାବସ୍ଥାରେ ପରିବର୍ତ୍ତନ କରି ଚନ୍ଦ୍ରକୁ ପଠାଉଥିଲେ । ଯେତେବେଳେ ରାଙ୍ଗରୀନା ଓ ତାଙ୍କ ସହକର୍ମୀ ଫେରିଲେ ଉତ୍କଳାବର୍ତ୍ତକୁ ସାଙ୍ଗରେ ଚନ୍ଦ୍ରପୃଷ୍ଠକୁ ନେଇଯାଇଥିଲେ ।

ପୃଥିବୀପୃଷ୍ଠର ଭାରି ମାଧ୍ୟାକର୍ଷଣ ବଢିଥିବାରୁ ଚନ୍ଦ୍ରର ଦୁର୍ବଳ ମାଧ୍ୟାକର୍ଷଣରେ ରହିବା ତା'ପାଇଁ ପ୍ରଥମେ ଅସୁବିଧା ହୋଇଥିଲା । ସେ ଯେତେବେଳେ ଗୋଟିଏ ପାଦ ଆଗକୁ ପକାଉଥିଲା ଆବଶ୍ୟକତାଠାରୁ ବହୁତ ଆଗକୁ ଚାଲିଯାଉଥିଲା ଓ ଡେଇଁବା ବେଳେ ବହୁତ ଉଚ୍ଚ ଯାଏଁ ଡେଇଁପାରୁଥିଲା । ପରେ ସେ ଚନ୍ଦ୍ରର ଖେଳ ଜଗତର ସବୁ ରେକର୍ଡ ଭାଙ୍ଗିଦେଇଥିଲା । ସେ ରାଙ୍ଗରୀନାଙ୍କ ଭଉଣୀ ସାଙ୍ଗରୀନାକୁ ବିବାହ କରିଥିଲା । ସାଙ୍ଗରୀନା ଓ ଉତ୍କଳାବର୍ତ୍ତଙ୍କ ପୁଅ କିନ୍ତୁ ସେଠାର ସାଧାରଣ ପିଲାଙ୍କଠାରୁ ଅଲଗା ଥିଲା । ସେ କ୍ଷୀପ୍ର ଗତିରେ ବଢିଥିଲା ଓ ତା'ର ଆକାର ବିଶାଳ ଥିଲା ।

ଏହି ସମୟ ଭିତରେ ଚନ୍ଦ୍ରରେ ପୁଣିଥରେ ଜଳାଭାବ ଦେଖାଦେଲା । ସଭ୍ୟ ଚନ୍ଦ୍ର ଅଧିବାସୀମାନେ ଜଳର ପୂରାପୂରି ସଦୁପଯୋଗ କରୁଥିଲେ, କୃତ୍ରିମ ଉପାୟରେ ଜଳ ପ୍ରସ୍ତୁତି କରିବାରେ ସେମାନେ ଯଦିଓ ସକ୍ଷମ ଥିଲେ ତାହା ଆବଶ୍ୟକତା ପୂରଣ କରିପାରୁନଥିଲା । ପୃଥିବୀ ପୃଷ୍ଠରେ ଅହରହ ଲାଗିହିବା ଯୁଧ୍ୟ ଯୋଗୁଁ ସେମାନେ ଆଉ ପୃଥିବୀକୁ ଆସୁନଥିଲେ । ଏଣୁ ଚନ୍ଦ୍ର ଛାଡିବା ପାଇଁ ଚିନ୍ତା କରାଗଲା । ପୃଥିବୀର ମାଧ୍ୟାକର୍ଷଣ ଅଧିକ ହୋଇଥିବାରୁ ପୃଥିବୀ ପୃଷ୍ଠରେ ଚଳପ୍ରଚଳ ସେମାନଙ୍କ ପକ୍ଷରେ ସୁବିଧାଜନକ ନଥିଲା ।

ଆଧାର[ସମ୍ପାଦନା]

  1. Encyclopaedia of Indian Literature. "ଗୁଗୁଲ୍ ବୁକ୍‌ସ୍". Retrieved 14 July 2013.