ମହାସିଦ୍ଧ
ମହାସିଦ୍ଧ ପୂର୍ବରୁ ତାଙ୍କ ରଚିତ ଅନେକ ପୋଥିର ନାମ ତେଙ୍ଗୁର ପୋଥିରେ ଦେଖିବାକୁ ମିଳିଥାଏ । [୧] ସେ ଓଡ଼ିଶାରେ ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତରନାଥଙ୍କ ବିବରଣୀରେ ଲିପିବଦ୍ଧ ଅଛି ଯେ ବୁଦ୍ଧ ଦେବ ଭବିଷ୍ୟତ ବାଣୀ କରିଥିଲେ ଯେ କାହ୍ନୁପା ଉରୁବିଷ ବା ଓଡ଼ିଶା ଦେଶରେ ଜନ୍ମଗ୍ରହଣ କରିବେ । [୨] କେତେକଙ୍କ ମତରେ କାହ୍ନ ବା କୃଷ୍ଣପାଦ ଜଣେ ବିଶିଷ୍ଟ ବୌଦ୍ଧତାନ୍ତ୍ରିକ ଯୋଗୀ ଥିଲେ ଓ ସେ ସିଦ୍ଧ ଜାଳନ୍ଧରିପାଙ୍କ ଶିଷ୍ୟ ଥିଲେ । ସେ ୭୪ ଖଣ୍ଡ ପୋଥି ରଚନା କରିଥିଲେ ଓ ଜାତିରେ କାୟସ୍ଥ ଥିଲେ ।[୩] । ତେବେ ସାଧନାମାଳାର ଲେଖକ ଡ. ବିନୟତୋଷ ଭଟ୍ଟାଚାର୍ଯ୍ୟ କାହ୍ନୁ ପାଙ୍କୁ ଜୁଲ୍ହାଜାତିର ଓ ଓଡ଼ିଆ ଭାଷୀ ବୋଲି ଅଭିହିତ କରିଅଛନ୍ତି ।[୪]
ଚଉରାଶି ସିଦ୍ଧ
[ସମ୍ପାଦନା]ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଚଉରାଶି ସିଦ୍ଧାଚାର୍ଯ୍ୟର ବହୁଳ ଉଲ୍ଲେଖ ଦେଖିବାକୁ ମିଳିଥାଏ । ବିଶେଷ ଭାବରେ ସାରଳା ଓ ପଞ୍ଚସଖା କାଳରେ କାହ୍ନୁପା, ମଛେନ୍ଦନାଥ (ମତ୍ସ୍ୟେନ୍ଦ୍ରନାଥ), ଲୁଇପା, ଶବରୀପା, ହାଡ଼ିପା ଓ ବିରୂପାଙ୍କ ନାମ ଉଲ୍ଲେଖଯୋଗ୍ୟ ।
ଚଉରାଶି ସିଦ୍ଧଙ୍କର ନାମ ଓ କାଳ: