ଗୌର ପଟ୍ଟନାୟକ
ଦେଖଣା
ଗୌର ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସେରଗଡ଼, ଗଞ୍ଜାମ | ୧ ଅପ୍ରେଲ ୧୯୪୪
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଠିକଣା ନଥିବା ଚିଠି[୧] |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର |
ଗୌର ପଟ୍ଟନାୟକ (ଜନ୍ମ: ୧ ଅପ୍ରେଲ ୧୯୪୪) ଜଣେ ଓଡ଼ିଆ ପ୍ରାବନ୍ଧିକ, ଗୀତିକବି, କଥାକାର ଓ ସମାଲୋଚକ । ସେ ନିଜ ନିଜ ଗୀତିକବିତା ଗ୍ରନ୍ଥ ଠିକଣା ନଥିବା ଚିଠି ପାଇଁ ୨୦୦୨ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଗୌର ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ସେରଗଡ଼ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଆକାଶବାଣୀ ଜୟପୁର କେନ୍ଦ୍ରରେ କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ଥିଲେ । ସେ ନିଜେ ଅନେକ ଗୀତିକବିତା, ଗଳ୍ପ, ନାଟକ, ଉପନ୍ୟାସ ଓ ଶିଶୁସାହିତ୍ୟ ରଚନା କରିବା ସହିତ କିଛି ଲୋକପ୍ରିୟ ଓଡ଼ିଆ ଉପନ୍ୟାସକୁ ବେତାର ନାଟ୍ୟରୂପ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ପ୍ରାୟ ୧୦ଗୋଟି ଚଳଚ୍ଚିତ୍ରରେ ତାଙ୍କର ଷୋଳଟି ଗୀତିକବିତା ଚିତ୍ରାୟିତ ହୋଇଛି ।[୨][୩]
ରଚନାବଳୀ
[ସମ୍ପାଦନା]ଗୀତିକବିତା
[ସମ୍ପାଦନା]- ଗୀତିକା (୧୯୯୨)
- ଠିକଣା ନଥିବା ଚିଠି (୨୦୦୦)
- ଶୂନ୍ୟ ବ୍ରହ୍ମ ଭଜନ
- ପଞ୍ଚାମୃତ
- ଜୀବନର ସ୍ୱରଲିପି
ଗଳ୍ପ
[ସମ୍ପାଦନା]- ଏବଂ (୧୯୬୬)
- ବିଶ୍ଳେଷଣ (୧୯୬୮)
- ଅମାବାସ୍ୟା (୧୯୬୯)
- ସକାଳର ଖରା
- ରଙ୍ଗ ଯନ୍ତ୍ରଣା
- ଜ୍ୟୋତିଷର ଜାତକ
ନାଟକ
[ସମ୍ପାଦନା]- ଚନ୍ଦ୍ରକଳା (୧୯୬୮)
ପ୍ରବନ୍ଧ/ଆଲୋଚନା
[ସମ୍ପାଦନା]- ଓଡ଼ିଆ ଗୀତିକବିତା (୨୦୨୨)[୪]
ଶିଶୁସାହିତ୍ୟ
[ସମ୍ପାଦନା]- ପଢ଼ିଲେ ଜାଣିବ (କବିତା, ୧୯୯୯)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ବିଷୁବ ମିଳନ ପୁରସ୍କାର - ୧୯୬୮
- ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୦୨ (ଠିକଣା ନଥିବା ଚିଠି ପାଇଁ)
- ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ୨୦୦୧[୫]
- ଓଡ଼ିଆ ଗୀତିକବି ସମାଜ
- ଭକ୍ତକବି ସାଂସ୍କୃତିକ ପରିଷଦ, ପୁରୀ
- ଚଲାପଥ ସମ୍ମାନ
- ସଂଗୀତ ଶିଳ୍ପୀ ପରିଷଦ ପକ୍ଷରୁ ସମ୍ମାନୀତ
- ବାଳକୃଷ୍ଣ ଦାଶ ପରିଷଦ ପକ୍ଷରୁ ସରସ୍ୱତୀ ସମ୍ମାନ
- ଭିକାରୀ ବଳ ସ୍ମୃତି ସଂସଦ ପକ୍ଷରୁ ସମ୍ମାନୀତ
- କୋରାଇ ମହୋତ୍ସବରେ କସ୍ତୁରୀ ସମ୍ମାନ
- ଗଞ୍ଜାମ କଳା ପରିଷଦ
- ଋଷିକୁଲ୍ୟା ସମ୍ମାନ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ପୁସ୍ତକ ଓ ଲେଖକ". Odisha Sahitya Akademi. Odisha Sahitya Akademi. Retrieved 10 December 2024.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୩୮୦. ISBN 81-903352-1-9.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୩୩, ୬୯୧. ISBN 81-7400-331-2.
- ↑ ପଟ୍ଟନାୟକ, ଗୌର (୨୦୨୨). ଓଡ଼ିଆ ଗୀତିକବିତା. ଭୁବନେଶ୍ୱର: ଏଥେନା ବୁକ୍ସ. pp. କଭର ପୃଷ୍ଠା. ISBN 978-93-93100-50-4.
- ↑ https://magazines.odisha.gov.in/orissaannualreference/ORA-2011/pdf/104-108.pdf