ଗୋପୀନାଥ ଗଜପତି
Appearance
ଗୋପୀନାଥ ଗଜପତି | |
---|---|
ସାଂସଦ: ୯ମ ଏବଂ ୧୦ମ ଲୋକ ସଭା | |
କାର୍ଯ୍ୟକାଳ ୧୯୮୯ – ୧୯୯୬ | |
ପୂର୍ବ ଅଧିକାରୀ | ଜଗନ୍ନାଥ ରାଓ |
ପର ଅଧିକାରୀ | ପି. ଭି. ନରସିଂହ ରାଓ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଗୋପୀନାଥ ଗଜପତି ନାରାୟଣ ଦେଓ ୬ ମାର୍ଚ୍ଚ ୧୯୪୩ ପାରଳାଖେମୁଣ୍ଡି, ଓଡ଼ିଶା |
ମୃତ୍ୟୁ | ୧୦ ଜାନୁଆରୀ ୨୦୨୦ | (ବୟସ ୭୬)
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜନତା ପାର୍ଟି (୧୯୯୮-୨୦୦୯), ବିଜୁ ଜନତା ଦଳ (୨୦୦୯-ଏବେଯାଏଁ) |
ଜୀବନ ସାଥୀ | ପୂର୍ଣ୍ଣା ଦେବୀ ଗଜପତି |
ସନ୍ତାନ | ଗୋଟିଏ ପୁଅ, ଗୋଟିଏ ଝିଅ |
ଶିକ୍ଷାନୁଷ୍ଠାନ | ଅଲାଗାପ୍ପା କଲେଜ ଅଫ୍ ଟେକ୍ନୋଲୋଜି |
ଗୋପୀନାଥ ଗଜପତି[୧] (୬ ମାର୍ଚ୍ଚ ୧୯୪୩ - ୧୦ ଜାନୁଆରୀ ୨୦୨୦)[୨] ; ଜନ୍ମନାମ: ଗୋପୀନାଥ ଗଜପତି ନାରାୟଣ ଦେଓ)[୩] ପାରଳାଖେମୁଣ୍ଡିର ରାଜା[୪] ଏବଂ ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ମୃତ୍ୟୁପରେ ବାଙ୍ଗାଲୋରରୁ ଆସିଥିଲେ ଏବଂ ପାରଳା ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ ।[୫] ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧ ଭାବରେ ସେ ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଏବଂ ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ[୬] ଏବଂ ପୁଣି ୨୦୦୯ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୭]
ଆଧାର
[ସମ୍ପାଦନା]- ↑ Patnaik, Sunil. "Scandal buffets Odisha palace". The Telegraph. Retrieved 23 August 2016.
- ↑ "Former MP Gopinath Gajapati Narayan Deo dies at 76". India Today. Retrieved 11 January 2020.
- ↑ "Tenth Lok Sabha Members Bioprofile". Lok Sabha Secretariat. Archived from the original on 26 August 2016. Retrieved 23 August 2016.
- ↑ "ଭେଣ୍ଟିଲେଟର୍ରେ ଗୋପୀନାଥ ଗଜପତି". Sambad. 11 December 2017. Retrieved 19 January 2019.
- ↑ ମହାପାତ୍ର, ସତ୍ୟ ନାରାୟଣ. ଆମ ପାରଳା ଗଜପତି. ଆମ ଓଡ଼ିଶା. Retrieved 19 January 2019.
- ↑ "Orissa Political Parties Yet To Finalise Candidates". Business Standard. Retrieved 23 August 2016.
- ↑ "Gopinath Gajapati, Pramila Giri join BJD". The New Indian Express. Retrieved 23 August 2016.[permanent dead link]