Jump to content

ଗୋପାଳ ସାହୁ

ଉଇକିପିଡ଼ିଆ‌ରୁ
ଗୋପାଳ ସାହୁ
୨୦୧୦ ମସିହାର ଧନୁଯାତ୍ରାରେ ଗୋପାଳ ସାହୁ କଂସ ଭୂମିକାରେ
ମୃତ୍ୟୁ୧୧ ଅଗଷ୍ଟ ୨୦୨୪(୨୦୨୪-୦୮-୧୧)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)(ମଞ୍ଚ) ଅଭିନେତା, ପୁଲିସ ଅଧିକାରୀ

ଗୋପାଳ ସାହୁ, ଜଣେ ମୁକ୍ତାକାଶ ମଞ୍ଚ ଅଭିନେତା ଥିଲେ ।[] ବରଗଡ଼ର ଧନୁଯାତ୍ରାରେ ସେ କଂସ ଭୂମିକାରେ ୨୩ ବର୍ଷ ଅଭିନୟ କରିଥିଲେ ।[][] କଂସ ଭୂମିକାରେ ଅବତ୍ତୀର୍ଣ୍ଣ ହେବାରେ ସେ ଥିଲେ ୭ମ ଅଭିନେତା । ତାଙ୍କ ପୂର୍ବରୁ ଏହି ଭୂମିକାରେ ଅନ୍ୟ ୬ ଜଣ ଅଭିନୟ କରିସାରିଥିଲେ ।

ଜୀବନୀ

[ସମ୍ପାଦନା]

ଗୋପାଳ, ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ବାସିନ୍ଦା ଥିଲେ । ପେଶାରେ ସେ ଜଣେ ପୁଲିସ ଅଧିକାରୀ ଥିଲେ । ଏଲି ନାମରେ ସେ ପରିଚିତ ଥିଲେ । ୧୯୪୮ ମସିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ ସେ ୨ଟି ପର୍ଯ୍ୟାୟରେ ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିଲେ । କଂସ ଭୂମିକାରେ ସେ ଯେତେବେଳେ ନଗର ପରିକ୍ରମା କରୁଥିଲେ, ନିଜ ଉପସ୍ଥିତି ବୁଦ୍ଧି ଓ ବାକଚାତୁରୀ ବଳୟରେ ସେ ଅନେକ ଜରିମାନା ପକାଇ ହାସ୍ୟରୋଳ ସୃଷ୍ଟି କରୁଥିଲେ । ଅନେକ ସମୟରେ ସେ ଲୋକଙ୍କ ସମସ୍ୟାକୁ ନେଇ ସରକାରଙ୍କର ଦୃଷ୍ଟି ଆକର୍ଷଣ ମଧ୍ୟ କରୁଥିଲେ ।[]

ମୃତ୍ୟୁ

[ସମ୍ପାଦନା]

୨୦୨୪ ମସିହା ଅଗଷ୍ଟ ୧୧ ତାରିଖରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ସେ ନିଜ ସାନପୁଅ ପାଖରେ ଝାରସୁଗୁଡ଼ାଠାରେ ରହୁଥିଲେ ।[]

  1. ୧.୦ ୧.୧ "King to commoner, Kansa bids farewell to Dhanu". The Times of India. 17 January 2011. Retrieved 13 August 2024.
  2. Pani, Mayank Bhusan (21 January 2024). "The man who carries the dead is king for 11 days". The New Indian Express. Retrieved 13 August 2024.
  3. Ojha, Sibasankar (13 August 2024). "ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ ଆଉ ନାହାନ୍ତି". Sambad. Retrieved 13 August 2024.
  4. Bhadra, Tejashree (13 August 2024). "ଆଉ ନାହାନ୍ତି ବରଗଡ଼ ଧନୁଯାତ୍ରାର କଂସ ଅଭିନେତା ଏଲି". Dharitri Odia News. Retrieved 13 August 2024.