ଗୋପାଳ କୃଷ୍ଣ ଗୋଖଲେ

ଉଇକିପିଡ଼ିଆ‌ରୁ
ଗୋପାଳ କୃଷ୍ଣ ଗୋଖଲେ
Gopal krishan gokhale.jpg
ଜନ୍ମ(1866-05-09)୯ ମଇ ୧୮୬୬
ମୃତ୍ୟୁ୧୯ ଫେବୃଆରୀ ୧୯୧୫(1915-02-19) (ବୟସ ୪୮)
Organization(s)Indian National Congress, Deccan Education Society
Movementଭାରତୀୟ ସ୍ୱାଧୀନତା ଆନ୍ଦୋଳନ

ଗୋପାଳ କୃଷ୍ଣ ଗୋଖଲେ(୯ ମେ ୧୮୬୬-୧୯ ଫେବୃୟାରୀ ୧୯୧୫) ଥିଲେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ମହାନ କର୍ଣ୍ଣଧାର।ଭାରତୀୟ ଜାତୀୟ କଂଗ୍ରେସର ଜଣେ ଦକ୍ଷ ନେତା।ଜଣେ ସମାଜ ଓ ରାଜନୈତିକ ସଂସ୍କାରକ ଭାବେ ତାଙ୍କର ସୁଖ୍ୟାତି ରହିଥିଲା।ଅହିଂସା ଓ ସଂସ୍କାର ଭଳି ଦୁଇଟି ନୀତିକୁ ସେ ସର୍ବଦା ଗ୍ରହଣ କରିଆସିଥିଲେ।[୧]

ପ୍ରାଥମିକ ଜୀବନ[ସମ୍ପାଦନା]

୧୮୬୬ ମସିହା ମେ ୯ ତାରିଖରେ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲା ଅନ୍ତର୍ଗତ କୋଠଲୁକଠାରେ ଜନ୍ମ ଗ୍ରହଣ କରିଥିଲେ।କୋଠଲୁକଠାରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ବମ୍ବେରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ।ସେତେ ବେଳେ ସ୍ନାତକ ଡିଗ୍ରୀ ହାସଲ କରିବାରେ ମାତ୍ର କେଇଜଣ ଭାରତୀୟମାନଙ୍କ ମଧ୍ୟରେ ଗୋଖଲେ ଥିଲେ ଅନ୍ୟତମ। ସ୍ନାତକ ଡିଗ୍ରୀ ପରେ ୧୮୮୪ରେ ସେ ପୁନାସ୍ଥିତ ଫର୍ଗୁସନ କଲେଜରେ ଇତିହାସ ଓ ରାଜନୈତିକ ଅର୍ଥନୀତିର ପ୍ରଫେସର ଭାବେ ୧୯୦୨ ପର୍ଯ୍ୟନ୍ତ କାମକଲେ।ଏହି ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ।କିଛି ବର୍ଷଧରି ସେ ଯୁଗ୍ମ ସମ୍ପାଦକ ପଦବୀରେ ରହିବା ପରେ ୧୯୦୫ରେ ବନାରସ ଅଧୀବେସନରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହେଲେ।[୧]

ସ୍ୱାଧିନତା ସଂଗ୍ରାମ[ସମ୍ପାଦନା]

ଉଚ୍ଚ ଶିକ୍ଷାଲାଭ କରିଥିବାରୁ ସ୍ୱାଧିନତା ,ସ୍ୱତନ୍ତ୍ରତା,ଗଣତନ୍ତ୍ର ଓ ସଂସଦୀୟ ବ୍ୟବସ୍ଥାର ମୁଲ୍ୟ ସେ ଭଲ ଭାବରେ ବୁଝିପାରିଥିଲେ।ଏହି ସମୟ ମଧ୍ୟରେ ସେ ଦେଶର ମହାନ ସମାଜ ସଂସ୍କାରକ ମହାଦେବ ଗୋବିନ୍ଦ ରାନାଡେଙ୍କ ସଂସ୍ପର୍ଶରେ ଆସିଥିଲେ ।୧୯୦୫ରେ ଗୋଖଲେ ସର୍ଭ୍ୟାଣ୍ଟସ୍ ଅଫ୍ ଇଣ୍ଡିଆ ସୋସାଇଟି ଗଠନ କରିବାରେ ମହାଦେବ ଗୋବିନ୍ଦ ରାନାଡେଙ୍କ ହାତ ରହିଥିଲା । ଭାରତୀୟମାନଙ୍କୁ ଏକାଠିକରି ଦେଶପାଇଁ ସ୍ୱର ଉତ୍ତୋଳନ କରିବାଥିଲା ଏହାର ଏଦ୍ଦେଶ୍ୟ।ସେହିବର୍ଷ ଭାରତୀୟଙ୍କ ସାମ୍ବିଧାନିକ ଦାବି ସମ୍ପର୍କରେ ବ୍ରିଟିଶ ନେତାଙ୍କୁ ଜଣାଇବା ପାଇଁ ଗୋଖଲେ ଇଂଲଣ୍ଡ ଯାଇଥିଲେ।[୨]

୧୯୦୯ରେ ମିଣ୍ଟୋ-ମର୍ଲେ ସଂସ୍କାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା।କିନ୍ତୁ ସେଥିରେ ବ୍ରିଟିଶ ସରକାର ତାଙ୍କ ଆଶାନୁରୂପ ଭାରତୀୟଙ୍କୁ ଅଧିକ ଗଣତାନ୍ତ୍ରିକ ସ୍ୱାଧିନତା ଦେଇନଥିଲେ।୧୯୧୨ରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ବେଳେ ସେ ସେଠାରେ ଗାନ୍ଧିଜୀଙ୍କୁ ଭେଟିଥିଲେ।ଭାରତୀୟମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସେ ଗାନ୍ଧିଜୀଙ୍କୁ ଅବଗତ କରାଇଥିଲେ।ଦେଶ ପ୍ରତି ବଦାନ ଥିବା ଏହି ମହାନ ବ୍ୟକ୍ତିଙ୍କର ୧୯୧୫ ଫେବୃୟାରୀ ୧୯ରେ ପରଲୋକ ଘଟିଥିଲା।[୩]

ଆଧାର[ସମ୍ପାଦନା]