ଗୀତା ଜୁତସୀ

ଉଇକିପିଡ଼ିଆ‌ରୁ

ଗୀତା ଜୁତସୀ  ଜଣେ ଭାରତୀୟ ମହିଳା ଟ୍ରକ ଓ ଫିଲଡ ଆଥଲେଟ । ସେ ୮୦୦ ମିଟର ଓ ୧୫୦୦ ମିଟର ଦୌଡ ପ୍ରତିଯୋଗିତାରେ ଅନେକ ଜାତୀୟ ଓ ଏସୀୟ କ୍ରୀଡ଼ା ରେକର୍ଡ ହାସଲ କରିଥିଲେ । ତାଙ୍କର ଜନ୍ମ ଡିସେମ୍ବର ୨ ତଋ୮କ୍ଷ ୧୯୫୬ ମସିହାରେ ହେଇଥିଲା । 

ଗୀତା ୧୯୭୮ ମସିହା ଏସୀୟ କ୍ରୀଡ଼ାରେ ବେଂକକଠାରେ ସ୍ୱର୍ଣ ପଦକ ହାସଲ କରିବା ସହ ୧୯୮୨ ମସିହାରେ ରୌପ୍ୟ ପଦକ ପାଇଥିଲେ । ସେହି ପ୍ରତିଯୋଗିତା ଗୁଡିକରେ ସେ ୧୫୦୦ ମିଟର ଦୌଡରେ ମଧ୍ୟ ରୌପ୍ୟ ପଦକ ପାଇଥିଲେ । ୧୯୮୨ ମସିହା[୧]ରେ ନୂଆ ଦିଲ୍ଲୀଠାରେ ହେଇଥିବା ଏସୀୟ କ୍ରୀଡ଼ାରେ ତାଙ୍କୁ ଭାରତୀୟ ଆଥଲେଟ ଦଳ ତରଫରୁ ଶପଥ ନେବାର ସମ୍ମାନ ଦିଆ ଯାଇଥିଲା ।[୨] ତାଙ୍କର କ୍ରୀଡ଼ା ଉପଲବ୍ଧି ପାଇଁ ଭାରତ ସରକାରଙ୍କ ତରଫରୁ ତାଙ୍କୁ ସମ୍ମାନଜନକଅର୍ଜୁନ ପୁରସ୍କାର ତଥା ପଦ୍ମଶ୍ରୀ ପୁରସ୍କାର ଦିଆ ଯାଇଥିଲା । 

ସେ ଅନେକ ଭାରତୀୟ ମହିଳା କ୍ରୀଡାବିଦ ମାନଙ୍କ ପାଇଁ ଉଦାହରଣ ଓ ଆଦର୍ଶ ପାଲଟିଥିଲେ । ଏଭେରେଷ୍ଟ ପର୍ବତ ଚଢିବାରେ ପ୍ରଥମ ଭାରତୀୟ ମହିଳା ହେଇଥିବା ବଛେନ୍ଦ୍ରି ପାଲ ତାଙ୍କଦ୍ୱାରା ପ୍ରେରଣା ପାଇଥିଲେ । ଗୀତା ଯୁତସୀ ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ଉଠେଇ ଥିବା ଫଟୋ ଦେଖି ପିଲା ଦିନରୁ ବଛେନ୍ଦ୍ରି ନିଜେ ମଧ୍ୟ ଜାତୀୟ ସ୍ତରର ଆଥଲେଟ ହେବା ପାଇଁ ପ୍ରେରଣା ପାଇଥିଲେ । [୩]

ଗୀତାଙ୍କ କୋଚ ଥିଲେ ମହମ୍ମଦ ଇଲିୟାସ ବାବର । ଗୀତା ୧୭ ବର୍ଷ ଧରି ଆମେରିକାରେ ଅବସ୍ଥାନ କରିବା ପରେ ୨୦୦୨ ମସିହାରେ ଭାରତ ପ୍ରତ୍ୟାବର୍ତନ କରି ଭାରତୀୟ ଜୁନିଅର ବାଳିକା ଆଥଲେଟ ମାନଙ୍କୁ ୮୦୦ ମିଟର ଓ ୧୫୦୦ ମିଟର ଦୌଡରେ ତାଲିମ ଦଉଛନ୍ତି । 

ଆନ୍ତର୍ଜାତିକ ପ୍ରଦର୍ଶନ [ସମ୍ପାଦନା]

୧୯୭୮ ବେଂକକ ଏସୀୟ କ୍ରୀଡ଼ା - ୮୦୦ ମିଟର ମହିଳା ଦୌଡରେ ସ୍ୱର୍ଣ ପଦକ ଓ ୧୫୦୦ ମିଟର ମହିଳା ଦୌଡରେ ରୌପ୍ୟ ପଦକ ୧୯୮୧ ଟୋକିଓ ଏସୀୟ ଚମ୍ପିୟାନଶିପ- ୮୦୦ ମିଟର ମହିଳା ଦୌଡରେ ସ୍ୱର୍ଣ ପଦକ ଓ ୧୫୦୦ ମିଟର ମହିଳା ଦୌଡରେ ରୌପ୍ୟ ପଦକ ୧୯୮୨ ନୂଆଦିଲ୍ଲୀ ଏସୀୟ କ୍ରୀଡ଼ା - ୮୦୦ ମିଟର ମହିଳା ଦୌଡରେ ରୌପ୍ୟ ପଦକ ଓ ୧୫୦୦ ମିଟର ମହିଳା ଦୌଡରେ ରୌପ୍ୟ ପଦକ

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of Indian sportswomen

ଆଧାର [ସମ୍ପାଦନା]

  1. Asian Games.
  2. [୧]
  3. "ଆର୍କାଇଭ୍ କପି". Archived from the original on 2005-02-04. Retrieved 2017-03-05. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ [ସମ୍ପାଦନା]