ଗୀତାଭିଧାନ
ଗୀତାଭିଧାନ | |
---|---|
ଲେଖକ | ଉପେନ୍ଦ୍ର ଭଞ୍ଜ |
ମୂଳ ନାମ | ଗୀତାଭିଧାନ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଅଭିଧାନ |
ମାଧ୍ୟମ ପ୍ରକାର | ଛପା |
ଗୀତାଭିଧାନ ୧୭୧୦ ମସିହାରେ ଉପେନ୍ଦ୍ର ଭଞ୍ଜ ସଂକଳିତ ଓ ୧୮୭୦ ମସିହାରେ ପ୍ରକାଶିତ ପ୍ରଥମ ଓଡ଼ିଆ ଅଭିଧାନ ।[୧][୨] ୪୦-ପୃଷ୍ଠା-ବିଶିଷ୍ଟ ପଦ୍ୟ ରୂପରେ ରଚିତ ଏହି ଶବ୍ଦକୋଷ/ଅଭିଧାନ[୩] ୧୭୧୦ ମସିହାରେ ସଂକଳିତ ହୋଇଥିଲେ ହେଁ ଏହାର ପ୍ରଥମ ସଂସ୍କରଣ ୧୮୭୦ ମସିହାରେ ଏହା ମୁଦ୍ରିତ ରୂପରେ ପ୍ରଥମେ ପ୍ରକାଶ ପାଇଥିଲା । କଟକର ବାଲୁବଜାରସ୍ଥିତ ଦାଶରଥି ପୁସ୍ତକାଳୟରୁ ଦାଶରଥି ଦାସ ଏହି ପ୍ରଥମ ସଂସ୍କରଣ ପ୍ରକାଶ କରିଥିଲେ ।[୪] ପଦ୍ୟ ରୂପରେ ଏଥିରେ ଶବ୍ଦର ଅର୍ଥ, ବ୍ୟୁତ୍ପତି ଓ ବ୍ୟବହାର ଉଲ୍ଲେଖ ହୋଇଛି । ଏହା ଓଡ଼ିଆ ଭାଷାରେ ସଂକଳିତ ପ୍ରଥମ ଅଭିଧାନ ।[୫][୬][୭] ଏବଂ ପୂର୍ବ ଭାଷାଗୋଷ୍ଠୀ ମଧ୍ୟରେ ପ୍ରଥମ ଗୀତ-ଅଭିଧାନ ।[୮]
ବିଶେଷତ୍ୱ
[ସମ୍ପାଦନା]ଗୀତ ଆକାରରେ ଶବ୍ଦ ସଂକଳନ କବିତା ରଚନାକୁ ସୁଗମ କରିବା ସକାଶେ ଆରମ୍ଭ ହୋଇଥିଲା । ସାଧାରଣତଃ ଅଭିଧାନରେ ବର୍ଣ୍ଣମାଳାର ଅକ୍ଷର କ୍ରମରେ ରଖାଯାଉଥିବା ବେଳେ ଗୀତାଭିଧାନରେ (ଗୀତ-ରୂପରେ ସଂକଳିତ ଅଭିଧାନ) ସମାନ ଅକ୍ଷରରେ ସରୁଥିବା ଶବ୍ଦ ଏକ ପଙ୍କ୍ତିରେ ବା ପାଖାପାଖି ରଖାଯାଏ । ଏହା ମୁଖ୍ୟତଃ କବିମାନଙ୍କୁ ନୂତନ ଶବ୍ଦାବଳୀ ପଦ ମିଳାଇ ଲେଖିବାରେ ସହାୟକ ହୁଏ । ଏଭଳି ଅଭିଧାନ ସଂକଳନ ବିଧି ଭାରତୀୟ ଉପମହାଦେଶୀୟ ଭାଷା ମଧ୍ୟରେ ତାମିଲ ଓ କନ୍ନଡ଼ ଆଦି ଦକ୍ଷିଣ ଭାରତୀୟ ଭାଷାଗୁଡ଼ିକରେ ଦେଖିବାକୁ ମିଳିଥିଲା । ତେବେ ଗୀତାଭିଧାନ ସମଗ୍ର ଉତ୍ତର ଓ ପୂର୍ବ ଭାଷାଗୋଷ୍ଠୀ ମଧ୍ୟରେ ପ୍ରଥମ ଗୀତ-ଅଭିଧାନ ଥିଲା ।[୮]
ଇତିହାସ
[ସମ୍ପାଦନା]ଉପେନ୍ଦ୍ର ଭଞ୍ଜ ୧୭୧୦ ମସିହାରେ ଏହି ପୁସ୍ତକର ସଂକଳନ ଆରମ୍ଭ କରିଥିଲେ । ସେ ନିଜେ ପଦ୍ୟ ଭାବରେ ସମ୍ପୂର୍ଣ୍ଣ ଶବ୍ଦକୋଷଟିକୁ ରଚନା କରିଥିଲେ । ଗୀତାଭିଧାନ ମୂଳତଃ କବିମାନଙ୍କୁ ନୂଆ ନୂଆ ଶବ୍ଦ ଯଥା ସ୍ଥାନରେ ବ୍ୟବହାର କରିବା ପାଇଁ ଏକ ବିଶେଷ ଶବ୍ଦକୋଷ ଥିଲା । ଏଥିରେ ଶବ୍ଦଗୁଡ଼ିକରର ଶେଷ (ପ୍ରାନ୍ତ) ଅକ୍ଷର ମେଳ ଖାଉଥିଲା । ଉଦାହରଣ ସ୍ୱରୂପ, "କଙ୍କ" "ପଙ୍କ", "ଟଙ୍କ" ଆଦି କ-ଅନ୍ତ ଶବ୍ଦସବୁ ଏକ ପଙ୍କ୍ତିରେ ଥିଲା ଫଳରେ କବି ଜଣେ ଯତିପାଦ ବା ଛନ୍ଦ ମିଳାଇ ଲେଖିବା ଶିଖିପାରିବ ।[୯] ୧୭୧୦ ମସିହାରେ ରଚିତ ଓ ସଂକଳିତ ହୋଇଥିଲେ ଗୀତାଭିଧାନ ମୁ୍ଦ୍ରିତ ରୂପରେ ୧୬୦ ବର୍ଷ ପରେ ୧୮୪୦ ମସିହାରେ ପ୍ରକାଶ ପାଇଲା ।[୮] କଟକର ବାଲୁବଜାରସ୍ଥିତ ଦାଶରଥି ପୁସ୍ତକାଳୟର ପ୍ରତିଷ୍ଠାତା ଓ ଲେଖକ ଦାଶରଥି ଦାସ ଏହାର ପ୍ରଥମ ସଂସ୍କରଣ ପ୍ରକାଶ କରିଥିଲେ ।[୪] ପରେ ଏହା ଭିନ୍ନ ଭିନ୍ନ ପ୍ରକାଶକଙ୍କଦ୍ୱାରା ବିଭିନ୍ନ ସମୟରେ ମୁଦ୍ରିତ ଓ ପୁନଃପ୍ରକାଶିତ ହୋଇଛି । ଏହି ପୁସ୍ତକର ଷଷ୍ଠ ସଂସ୍କରଣ ନିତ୍ୟାନନ୍ଦ ସାହୁଙ୍କଦ୍ୱାରା କଟକ ଅରୁଣୋଦୟ ଯନ୍ତ୍ରାଳୟରେ ୧୯୩୩ ମସିହାରେ ପ୍ରକାଶ ପାଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Bhanja, Upendra. "ଗୀତାଭିଧାନ". Indian Culture. Archived from the original on 2021-03-21. Retrieved 2023-10-14.
- ↑ "ଓଡ଼ିଆ ଭର୍ଚୁଆଲ ଏକାଡେମୀ, ଦୁର୍ଲ୍ଲଭ ଓଡ଼ିଆ ପୁସ୍ତକ,ଅଭିଧାନ, ପ୍ରାଚୀନ ପତ୍ରପତ୍ରିକା, ପୁରାତନ ସଂଗୀତ, ପ୍ରାଚୀନ ପୋଥି, ବିଜ୍ଞାନ ଓ ଇତିହାସ ସମ୍ବନ୍ଧୀୟ ରଚନା, ଲୋକ ସଂସ୍କୃତି,ଜନଜାତି, ଭାଷା ଓ ସାହିତ୍ୟ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅଭିଭାଷଣ, ଶ୍ରୀଜଗନ୍ନାଥ ସଂସ୍କୃତି, ମନ୍ଦିର ଓ ସ୍ଥାପତ୍ୟ ଆଦିର ଡିଜିଟାଇଜେସନ". ova.gov.in. Retrieved 2023-10-14.
- ↑ ସାହିତ୍ୟ ସିନ୍ଧୁ: ରାଘବଙ୍କ ଲଙ୍କା ଯାତ୍ରାନୁକୂଳ (PDF). ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ. pp. ୬. Archived from the original (PDF) on 2023-05-20.
- ↑ ୪.୦ ୪.୧ ଭଞ୍ଜ, ଉପେନ୍ଦ୍ର (1840). ଗୀତାଭିଧାନ (୧ମ ed.). କଟକ: ଦାଶରଥି ଦାସ. Archived from the original on 2023-06-07. Retrieved 2023-10-14.
{{cite book}}
: CS1 maint: bot: original URL status unknown (link) - ↑ ଓଡ଼ିଆ ଅଭିଧାନ ସୂଚୀ ୧୭୧୦-୧୯୪୨. ଭୁବନେଶ୍ୱର: ସୃଜନିକା. 2017. pp. 1–2. Archived from the original on 2024-01-14. Retrieved 2023-10-14.
{{cite book}}
: CS1 maint: bot: original URL status unknown (link) - ↑ ରଥ, ନିରଞ୍ଜନ, ed. (2019). ଗୋପବନ୍ଧୁଙ୍କ ସତ୍ୟବାଦୀ. ସମାଜ.
- ↑ ନନ୍ଦ, ଶୈଳେଶ୍ବର (2023-05-16). "ଓଡ଼ିଆ କାବ୍ୟ ଜଗତର ଦୀପ୍ତିମନ୍ତ ସୂର୍ଯ୍ୟ". ସମ୍ବାଦ. Retrieved 2023-10-14.
- ↑ ୮.୦ ୮.୧ ୮.୨ ଦାସ, ଗୌରାଙ୍ଗ ଚରଣ (1985). "ଅଭିଧାନର ଇତିବୃତ୍ତ". କୋଣାର୍କ.
- ↑ ଦାସ, ଜଗନ୍ନାଥ ପ୍ରସାଦ (2019-11-16). "କବି ହେବାର ବାସନା". OdishaLIVE. Retrieved 2023-10-14.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |