Jump to content

ଗିଗର୍ କାଉଣ୍ଟର୍

ଉଇକିପିଡ଼ିଆ‌ରୁ
Geiger counter

ତୃଟି: the {{Wikify}} template is deprecated and has been deemed by the community as too ambiguous; please do not use/transclude/substitute it. Instead, use a more specific template, such as those listed in this template's documentation.ବର୍ଷ ମାର୍ଚ୍ଚ ମାସ ୧୧ ତାରିଖ ଦିନର ଘଟଣା । ଜାପାନ ଉପକୂଳଠାରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ସମୁଦ୍ର ମଧ୍ୟରେ ହଠାତ୍ ଏକ ଶକ୍ତିଶାଳୀ ଭୂମିକମ୍ପ ଘଟିଗଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୯.୦ । ଏହା ପରେ ପରେ ଆରମ୍ଭ ହୋଇଗଲା ସୁନାମିର ତାଣ୍ଡବ । ସମୁଦ୍ରରୁ ୧୪ ମିଟର ଉଚ୍ଚରେ ପାହାଡ଼ ଆକାର ଢେଉ ମାଡ଼ିଲା । ଚାହୁଁ ଚାହୁଁ ଜାପାନର ସମୁଦ୍ର କୂଳିଆ ଅଞ୍ଚଳ ଗୁଡ଼ିକ ସମୁଦ୍ର ଜଳରେ ବୁଡ଼ିଗଲା । ବହୁ କୋଠାବାଡ଼ି, ରାସ୍ତାଘାଟ ନିମିଷେକ ମଧ୍ୟରେ ଧୂଳିସାତ ହୋଇଗଲା । ଜାପାନର ଅନେକ ପରମାଣୁ ଶକ୍ତି କେନ୍ଦ୍ର ମଧ୍ୟକୁ ସମୁଦ୍ର ଜଳ ପଶିିଯିବାରୁ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଲା । କେତେକ ପରମାଣୁ ଶକ୍ତି କେନ୍ଦ୍ରରେ ବିସ୍ଫୋରଣ ଘଟିଗଲା । ସେଠାରୁ ବହୁ କ୍ଷତିକାରକ ତେଜସ୍କ୍ରିୟ ବିକିରଣ ବାହାରି ପରିବେଶ ଉପରେ ମାରାତ୍ମକ ପ୍ରଭାବ ପକାଇଲା । ଏହି ସମୟରେ ପରିବେଶରେ ତେଜସ୍କ୍ରିୟ ବିକିରଣର ପରିମାଣ ଓ ପ୍ରକାର ମାପ କରିବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ଯନ୍ତ୍ର ବ୍ୟବହାର କରୁଥିଲେ । ସେଗୁଡ଼ିକ ମଧ୍ୟରେ ଗିଗର କାଉଣ୍ଟର ଥିଲା ମୁଖ୍ୟ ।

Geiger counter in use

ଆମ ପୃଥିବୀରେ ବିଭିନ୍ନ ପ୍ରକାରର ତେଜସ୍କ୍ରିୟ ପଦାର୍ଥ ରହିଛି । ସେଗୁଡ଼ିକ ମଧ୍ୟରେ ୟୁରାନିୟମ୍, ଥୋରିୟମ, ରେଡ଼ିୟମ ଆଦି ପ୍ରଧାନ । ଏହି ଧରଣର ପଦାର୍ଥଗୁଡ଼ିକ ସାଧାରଣ ପକ୍ଷେ ତିନି ପ୍ରକାରର ବିକିରଣ ଛାଡ଼ିଥାନ୍ତି । ତାହା ହେଲା ଆଲ୍ଫା ବିକିରଣ । ବିଟା ବିକିରଣ ଓ ଗାମା ବିକିରଣ । ଏହି ସବୁ ବିକିରଣ ଗୁଡ଼ିକର ଧର୍ମ ଅଲଗା ଅଲଗା ହୋଇଥାଏ । ଏଗୁଡ଼ିକୁ ଦେଖି ହୁଏ ନାହିଁ କି ଅନୁଭବ ବି କରି ହୁଏ ନାହିଁ । ତେବେ ଏହି ପ୍ରକାରର ବିକିରଣ ଗୁଡ଼ିକ ଚିହ୍ନଟ କରି ମାପକରିବା ପାଇଁ ଗିଗର କାଉଣ୍ଟର (ଏରସଶରକ୍ସ ଉକ୍ଟଙ୍କଦ୍ଭଗ୍ଧରକ୍ସ) ଲାଗିଥାଏ । ଏହାକୁ ପ୍ରଥମେ ଜର୍ମାନୀର ପଦାର୍ଥ ବିଜ୍ଞାନୀ ହାନସ୍ ଗିଗର ୧୯୦୮ ମସିହାରେ ଉଦ୍ଭାବନ କରିଥିଲେ । ସେ ସେତେବେଳେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ରଦରଫୋର୍ଡ଼ଙ୍କ ସହ ମିଶି ତେଜସ୍କ୍ରିୟତା ଉପରେ ଗବେଷଣା କରୁଥିଲେ । ଏହି ସମୟରେ ସେ ଆଲଫା କଣିକାଗୁଡ଼ିକୁ ମାପ କରିବା ପାଇଁ ଏହି ଯନ୍ତ୍ରଟି ତିଆରି କରି ଥିଲେ । ତାହାକୁ ତାଙ୍କ ନାମ ଅନୁସାରେ ଗିଗର କାଉଣ୍ଟର କୁହାଗଲା । ଏହାପରେ ୧୯୨୮ ମସିହାରେ ୱାଲଟର ମୁଲର ସେଥିରେ କେତେକ ପରିବର୍ତ୍ତନ ଘଟାଇଲେ । ଏହି ଯନ୍ତ୍ରଟି ବିଭିନ୍ନ ପ୍ରକାରର ବିକିରଣ ମାପରେ ବ୍ୟବହୃତ ହେଲା । ଏହି ଯନ୍ତ୍ରଟିରେ ଖର୍ଚ୍ଚ କମ୍ ହୁଏ । ଏହାର ବ୍ୟବହାର କରିବା ମଧ୍ୟ ସୁବିଧା ଜନକ । ତେଣୁ ଏହାକୁ ଚିକିତ୍ସା ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଭୂତତ୍ତ୍ୱ ବିଜ୍ଞାନ ଆଦି କ୍ଷେତ୍ରରେ ଅଧିକ ବ୍ୟବହାର କରାଯାଉଛି । ଏହି ଯନ୍ତ୍ରଟିରେ ଦୁଇଟି ବିଦୁ୍ୟତ୍ ଅଗ୍ର ରହିଥାଏ । ବିଭିନ୍ନ ପ୍ରକାରର ବିକିରଣ ପ୍ରଭାବରେ ବାୟୁରେ ଆୟନ ସୃଷ୍ଟି ହୋଇଥାଏ । ଏହା ଫଳରେ ବିଦୁ୍ୟତ୍ ଅଗ୍ର ମଧ୍ୟରେ ବିଦୁ୍ୟତ୍ ଝଲକ ସୃଷ୍ଟି ହୁଏ । ସେହି ବିଦୁ୍ୟତ୍ ଅଗ୍ର ସହ ଇଲେକ୍ଟ୍ରୋନିକ୍ସ ଉପକରଣ ଲାଗିଥାଏ । ସେଥିରୁ ବିକିରଣର ପରିମାଣ ଓ ପ୍ରକାର ଜଣାପଡ଼େ । କେତେକ ପ୍ରକାରର କାଉଣ୍ଟର ବିକିରଣ ପ୍ରଭାବରେ କ୍ଲିକ୍ କ୍ଲିକ୍ ଶବ୍ଦ ହୁଏ । ଆଉ ଗୋଟିଏ ପ୍ରକାରର କାଉଣ୍ଟର ଡାଏଲରେ ବିକିରଣ ପରିମାଣକୁ ସୂଚାଏ ।