ଗାଲୁଆ ଟିକା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗାଲୁଆ ଟିକା
Vaccine description
Target disease ଗାଲୁଆ
Type Attenuated virus
Clinical data
MedlinePlus a601176
ATC code
Identifiers
ChemSpider
 NYesY (what is this?)  (verify)

ଗାଲୁଆ ଟିକା (ଇଂରାଜୀରେ Mumps vaccines) ଗାଲୁଆ ରୋଗକୁ ନିରାପଦରେ ପ୍ରତିରୋଧ କରେ । ଅଧିକାଂଶ ଲୋକଙ୍କୁ ଟିକା ଦେଇଦେଲେ ରୋଗ ଜଟିଳତା ହ୍ରାସ ପାଏ । [୧] ଜନସଂଖ୍ୟାରେ ୯୦ % ଲୋକଙ୍କୁ ଟିକା ଦେଲେ ୮୫ % ଫଳପ୍ରଦ ହୁଏ । [୨] ଦୀର୍ଘକାଳୀନ ପ୍ରତିଷେଧ ନିମନ୍ତେ ଦୁଇ ଡୋଜ ଟିକା ଦରକାର ହୁଏ । ପ୍ରାରମ୍ଭିକ ଡୋଜ ୧୨ ରୁ ୧୮ ମାସିଆ ପିଲାକୁ ଦେବାକୁ ସୁପାରିସ କରାଯାଏ । ଦ୍ୱିତୀୟ ଡୋଜ ପିଲାଙ୍କୁ ୨ ରୁ ୬ ବର୍ଷ ହୋଇଥିଲା ବେଳେ ଦିଆଯାଏ । [୧] ଇମ୍ମ୍ୟୁନିଟି ନ ଥାଇ ରୋଗୀ ସଂସ୍ପର୍ଶରେ ଆସିଲେ ବି ଟିକା ଦେଲେ ଉପକାର ମିଳେ । [୩]

ଏହା ଅତି ନିରାପଦ ଟିକା ଓ ଏହାର ପାର୍ଶ୍ୱପ୍ରତିକ୍ରିୟା ଅତି ସାମାନ୍ୟ । [୧][୩] ଇଞ୍ଜେକସନ ଦେବା ସ୍ଥାନରେ ସାମାନ୍ୟ ଜ୍ୱର, କଷ୍ଟ ଓ ଫୁଲା ହୋଇପାରେ । କ୍ୱଚିତ ଉଲ୍ଲେଖନୀୟ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ । [୧] ସ୍ନାୟବିକ ପ୍ରଭାବ ଭଳି ପ୍ରକ୍ରିୟାକୁ ଟିକା ସାଥୀରେ ଯୋଡ଼ିବା ନିମନ୍ତେ ପ୍ରମାଣ ମିଳୁନି । [୩] ଇମ୍ମ୍ୟୁନିଟି ଅଭାବ ଥିଲେ ଓ ଗର୍ଭାବସ୍ଥାରେ ଏହି ଟିକା ଦେବା ଉଚିତ ନୁହେଁ । [୧] ଗର୍ଭାବସ୍ଥାରେ ଟିକା ନେଇଥିବା ମହିଳାଙ୍କର ଜନ୍ମିତ ଶିଶୁ ଉପରେ କୌଣସି ଖରାପ ଫଳପ୍ରଦ ହେବା ଲିଖିତ ନାହିଁ । [୧][୩] ଚିକେନ ଜୀବକୋଷରେ ଏହି ଟିକା ପ୍ରସ୍ତୁତ ହେଉଥିଲେହେଁ ଅଣ୍ଡା ଆଲର୍ଜି ଥିବା ଲୋକଙ୍କର କୌଣସି ଅସୁବିଧା ହୁଏନାହିଁ । [୩]

ଅଧିକାଂଶ ବିକଶିତ ଦେଶ ଓ ଅନେକ ବିକାଶଶୀଳ ଦେଶମାନଙ୍କର ଟିକା ପ୍ରୋଗ୍ରାମରେ ଏମ‌ଏମ‌ଆର ନାମରେ ମିଳିମିଳା ଟିକାରୁବେଲା ଟିକା ସ‌ହିତ ଗାଲୁଆ ଟିକା ଅନ୍ତର୍ଭୁକ୍ତ ଥାଏ । [୧] ପୂର୍ବୋକ୍ତ ଟିକା ସ‌ହିତ ହାଡ଼ଫୁଟି ଟିକା ମିଶେଇ ଏମ‌.ଏମ‌.ଆର.ଭି. ନାମରେ ମିଳୁଛି । [୩] ୨୦୦୫ ମସିହାରେ ୧୧୦ ଦେଶ ଏହି ଟିକା ପ୍ରଚଳନ କରୁଥିଲେ । ବିସ୍ତୃତ ଟିକା ଦିଆଯାଉଥିବା ଇଲାକାମାନଙ୍କରେ ଏହି ରୋଗ ହାର ୯୦ % କମିଛି । ଏକ ପ୍ରକାର ଟିକା ଅଧା ବିଲିଅନ ସଂଖ୍ୟାରେ ଦିଆଯାଇଛି । [୧]

ସନ ୧୯୪୮ରେ ଲାଇସେନ୍ସ ପାଇଥିବା ଗାଲୁଆ ଟିକା ସ୍ୱଳ୍ପ କାଳ ନିମନ୍ତେ ଫଳପ୍ରଦ ହେଉଥିଲେ । [୩] ୧୯୬୦ ଦଶକରେ ଉନ୍ନତ ଟିକା ବଜାର ନିମନ୍ତେ ତିଆରି ହେଲା । ପ୍ରାରମ୍ଭରେ ନିଷ୍କ୍ରିୟ ଟିକା ତିଆରି ହେଉଥିଲା କିନ୍ତୁ ପରେ ଦୁର୍ବଳ ଜୀବନ୍ତ ଟିକା ତିଆରି ହେଲା । [୧] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୌଳିକ ସ୍ୱାସ୍ଥ୍ୟ ପ୍ରଣାଳୀରେ ଆବଶ୍ୟକ ହେଉଥିବା ଔଷଧ ଚିଠା ମଧ୍ୟରେ ଏହାର ନାମ ଲିଖିତ ଅଛି । [୪] ୨୦୦୭ ସୁଦ୍ଧା ଅନେକ ପ୍ରକାର ଟିକା ଉପଲବ୍‌ଧ ହେଉଛି । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ ୧.୯ "Mumps virus vaccines." (PDF). Weekly epidemiological record 82 (7): 49–60. 16 Feb 2007. PMID 17304707. 
  2. Hviid A, Rubin S, Mühlemann K (March 2008). "Mumps". The Lancet 371 (9616): 932–44. doi:10.1016/S0140-6736(08)60419-5. PMID 18342688. 
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Atkinson, William (May 2012). Mumps Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. Chapter 14. ISBN 9780983263135. 
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.