Jump to content

ଗାଲକାନେଜୁମାବ

ଉଇକିପିଡ଼ିଆ‌ରୁ
ଗାଲକାନେଜୁମାବ
Monoclonal antibody
TypeWhole antibody
SourceHumanized
TargetCALCA, CALCB
Clinical data
Trade namesEmgality
SynonymsLY2951742, galcanezumab-gnlm
AHFS/Drugs.commonograph
MedlinePlusa618063
data
Pregnancy
category
  • US: N (Not classified yet)
    Routes of
    administration
    Subcutaneous injection
    Legal status
    Legal status
    • US: ℞-only
    • EU: Rx-only
    • ℞ (Prescription only)
    Chemical and physical data
    FormulaC6392H9854N1686O2018S46
    Molar mass୧,୪୪,୦୮୩.୬୯ g·mol−1

    ଗାଲକାନେଜୁମାବ, ଏକ ବେପାର ନାମ ଏମଗାଲି, ଏକ ଔଷଧ ଯାହା ଅଧକପାଳିକୁ ରୋକିବା ଏବଂ କ୍ଲଷ୍ଟର ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[] ଏହାର ଉପକାର ତିନି ମାସ ପର୍ଯ୍ୟନ୍ତ ରହିପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ଦେବା ସ୍ଥାନରେ ଯନ୍ତ୍ରଣା କିମ୍ବା ଲାଲ ରଙ୍ଗ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା କାଲସିଟୋନିନ ଜିନ ସମ୍ବନ୍ଧୀୟ ପେପ୍ଟାଇଡ୍ (CGRP) ସ‌ହିତ ସଂଲଗ୍ନ ହୁଏ ଏବଂ ଅବରୋଧ କରେ, ଯାହାଦ୍ୱାରା ରକ୍ତବାହୀଗୁଡିକ ସାଧାରଣ ଆକାରକୁ ଫେରିବାରେ ସାହାଯ୍ୟ ହୁଏ ।[]

    ୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଗାଲକାନେଜୁମାବକୁ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହି ଔସଧ ପିଛା ପ୍ରତି ମାସରେ ପ୍ରାୟ ୪୫୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ଖର୍ଚ୍ଚ ପ୍ରାୟ ୫୮୦ ଡଲାର ଅଟେ ।[]

    1. 1 2 3 4 5 "Galcanezumab-gnlm Monograph for Professionals". Drugs.com (in ଇଂରାଜୀ). Archived from the original on 7 December 2019. Retrieved 2 December 2021.
    2. 1 2 3 "Emgality EPAR". European Medicines Agency (EMA). Archived from the original on 22 May 2020. Retrieved 28 April 2020.
    3. "Drug Trials Snapshots: Emgality". U.S. Food and Drug Administration (FDA). 23 October 2018. Archived from the original on 7 December 2019. Retrieved 7 December 2019.
    4. BNF 81: March-September 2021. BMJ Group and the Pharmaceutical Press. 2021. p. 499. ISBN 978-0857114105.
    5. "Emgality Prices, Coupons & Savings Tips - GoodRx". GoodRx. Archived from the original on 20 October 2021. Retrieved 2 December 2021.