କ୍ଲସ୍ଟର ମୁଣ୍ଡ ବିନ୍ଧା

ଉଇକିପିଡ଼ିଆ‌ରୁ
କ୍ଲସ୍ଟର ମୁଣ୍ଡ ବିନ୍ଧା (Cluster headache)
ବିଭାଗସ୍ନାୟୁ ରୋଗ ବିଜ୍ଞାନ (Neurology)
ଲକ୍ଷଣପୁନଃପୌନିକ, ସାଂଘାତିକ ଏକ ପାଖିଆ ମୁଣ୍ଡ ବିନ୍ଧା, ଆଖିରୁ ଲୁହ ବୋହିବା ଓ ବନ୍ଦ ନାକ ଯୋଗୁ ପ୍ରଶ୍ୱାସ ନେବାରେ ଅସୁବିଧା [୧]
ଆକ୍ରାନ୍ତ ସମୟ୨୦ରୁ ୪୦ ବର୍ଷ ବୟସ [୨]
ଅବଧି୧୫ ମିନିଟରୁ ୩ ଘଣ୍ଟା [୨]
କାରଣଅଜ୍ଞାତ[୨]
ବିପଦ କାରକଧୂମ୍ରପାନ (Tobacco smoke), ପାରିବାରିକ ଇତିହାସ[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଉପରେ ପର୍ଯ୍ୟବସିତ [୨]
ସଠିକ ରୋଗ ନିର୍ଣ୍ଣୟଅଧକପାଳି, ଟ୍ରାଇଜେମିନାଲ ନିଉରାଲଜିଆ,[୨] ଅନ୍ୟାନ୍ୟ ଟ୍ରାଜେମିନାଲ ଅଟୋନୋମିକ ସେଫାଲଜିଆ (trigeminal autonomic cephalgias)[୩]
ପ୍ରତିକାରସ୍ଟିରଏଡ ଇଞ୍ଜେକସନ (Steroid injections), ସିଭାମାଇଡ (civamide), ଭେରାପାମିଲ[୪]
ଚିକିତ୍ସାଅମ୍ଳଜାନ ଥେରାପି (Oxygen therapy), ଟ୍ରିପ୍ଟାନ (triptan)[୨][୪]
ପୁନଃପୌନିକ~୦.୧% ଯେ କୌଣସି ସମୟରେ [୫]

କ୍ଲସ୍ଟର ମୁଣ୍ଡ ବିନ୍ଧା ବା ସିଏଚ (ଇଂରାଜୀ ଭାଷାରେ Cluster headache or CH) ଏକ ସ୍ନାୟବିକ ରୋଗ (neurological disorder) ଯେଉଁଥିରେ ମୁଣ୍ଡର ଗୋଟିଏ ପାଖରେ ପୁନଃପୌନିକ ମୁଣ୍ଡ ବିନ୍ଧା ହୁଏ, ବିଶେଷତଃ ଆଖି ଚାରିପାଖରେ ହୁଏ ।[୧] ଏହା ସ‌ହିତ ନାକ ବନ୍ଦ (nasal congestion) ହୋଇ ଶ୍ୱାସ କ୍ରିୟା ସମସ୍ୟା ହୁଏ, ଆଖିରୁ ପାଣି ବହେ ଓ ଆଖି ଚାରିପାଖ ଫୁଲିଯାଏ ।[୧] ଏହି ଲକ୍ଷଣ ସମସ୍ତ ୫ ମିନିଟରୁ ୩ ଘଣ୍ଟା ପର୍ଯ୍ୟନ୍ତ ରହେ ।[୨] ଏହି ଲକ୍ଷଣମାନ ଏକତ୍ର ଆସି କିଛି ସପ୍ତାହରୁ କିଛି ମାସ ପର୍ଯ୍ୟନ୍ତ ରହେ ଓ ବେଳେ ବେଳେ ଏକ ବର୍ଷରୁ ଅଧିକ ମଧ୍ୟ ରହିପାରେ ।[୨]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୨] ରୋଗର ପାରିବାରିକ ଇତିହାସ ଥିଲେ ଓ ଧୂମ୍ରପାନ (tobacco smoke) କରୁଥିଲେ ଏହି ରୋଗ ସଙ୍କଟ ରହେ ।[୨] ଆଲକୋହୋଲ (alcohol) ଓ ନାଇଟ୍ରୋଗ୍ଲିସେରିନ (nitroglycerin) ସଂସ୍ପର୍ଶରେ ଆସିଲେ ଏହି ରୋଗ ପ୍ରେରିତ ବା ଟ୍ରିଗର ହୋଇଯାଏ । [୨] ଟ୍ରାଇଜେମିନାଲ ଅଟୋନୋମିକ ସେଫାଲଜିଆ (trigeminal autonomic cephalalgia) ଶ୍ରେଣୀର ଏହା ଏକ ପ୍ରାଥମିକ ମୁଣ୍ଡବଥା ବେମାରୀ (primary headache disorder) ।[୨] ଲକ୍ଷଣ ଅନୁଯାୟୀ ରୋଗ ନିର୍ଣ୍ଣୟ କରାଯାଇପାରେ ।[୨]

ଏହି ରୋଗ ନ ହେବା ନିମନ୍ତେ ନିଜର ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ କରି ସମ୍ଭାବ୍ୟ ଟ୍ରିଗର ରୋକିହୁଏ ।[୨] ଆକ୍ୟୁଟ ରୋଗ ନିମନ୍ତେ ଅମ୍ଳଜାନ ଓ ଦୃତ କାର୍ଯ୍ୟକାରୀ ଟ୍ରିପ୍ଟାନ triptan ଦିଆଯାଏ ।[୨][୪] ରୋଗ ଆକ୍ରମଣ ସଂଖ୍ୟା କମେଇବା ନିମନ୍ତେ ସ୍ଟିରଏଡ ଇଞ୍ଜେକସନ (steroid injections) ସିଭାମାଇଡ (civamide) ବା ଭେରାପାମିଲ (verapamil) ଦିଆଯାଏ । [୪] ଏହି ସବୁ ଉପଚାର କାମ ନ କଲେ ସ୍ନାୟୁ ଉତ୍ତେଜନା (Nerve stimulation) ଓ ଅପରେଶନର ଆବଶ୍ୟକତା ପଡ଼ିପାରେ ।[୨]

ସାଧାରଣ ଜନତାଙ୍କ ମଧ୍ୟରୁ ଜୀବନରେ କେବେ ନା କେବେ ୧% ଲୋକ ଓ ଯେ କୌଣସି ବର୍ଷରେ ୦.୦୫% ଲୋକ ଏହି ରୋଗରେ ପଡ଼ିତ ହୁଅନ୍ତି । [୫] କୋଡ଼ିଏରୁ ଚାଳିଶ ବର୍ଷ ବୟସ ମଧ୍ୟରେ ଏହି ରୋର ହୁଏ ।[୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ୪ ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି । [୫] ଦଳ ହୋଇ ଏହି ମୁଣ୍ଡବିନ୍ଧ ହେଉଥିବାରୁ ଏହାକୁ ଦଳଗତ ବା କ୍ଲସ୍ଟର ମୁଣ୍ଡବିନ୍ଧା ଓ ଇଂରାଜୀରେ କ୍ଲସ୍ଟର ହେଡାକ୍ କୁହାଯାଏ । [୧] ଏହାକୁ ଆତ୍ମଘାତୀ ମୁଣ୍ଡବିନ୍ଧା ("suicide headaches") ମଧ୍ୟ କୁହାଯାଏ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Nesbitt, A. D.; Goadsby, P. J. (2012). "Cluster headache". BMJ. 344: e2407. doi:10.1136/bmj.e2407. PMID 22496300.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ Weaver-Agostoni, J (2013). "Cluster headache". American Family Physician. 88 (2): 122–8. PMID 23939643.
  3. Rizzoli, P; Mullally, WJ (20 September 2017). "Headache". The American Journal of Medicine. doi:10.1016/j.amjmed.2017.09.005. PMID 28939471.
  4. ୪.୦ ୪.୧ ୪.୨ ୪.୩ Robbins, Matthew S.; Starling, Amaal J.; Pringsheim, Tamara M.; Becker, Werner J.; Schwedt, Todd J. (2016). "Treatment of Cluster Headache: The American Headache Society Evidence-Based Guidelines". Headache. 56 (7): 1093–106. doi:10.1111/head.12866. PMID 27432623.
  5. ୫.୦ ୫.୧ ୫.୨ Fischera, M; Marziniak, M; Gralow, I; Evers, S (2008). "The Incidence and Prevalence of Cluster Headache: A Meta-Analysis of Population-Based Studies". Cephalalgia. 28 (6): 614–8. doi:10.1111/j.1468-2982.2008.01592.x. PMID 18422717.

External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ